ଆଣବିକ ଲକ୍ଷ୍ୟରୁ ନ ହଟିଲେ ଯୁଦ୍ଧ: ଇରାନ୍‌କୁ ଆମେରିକାର ଚେତାବନୀ

ନ୍ୟୁୟର୍କ ,୩୧ା୧:ମଧ୍ୟପ୍ରାଚ୍ୟରେ ଆମେରିକାର ଶକ୍ତିଶାଳୀ ନୌସେନା ଉପସ୍ଥିତି ଇରାନ ଉପରେ ଆକ୍ରମଣର ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଆରବ ସାଗରରେ ଇରାନ ଉପକୂଳଠାରୁ ଅଳ୍ପ କିଛି ଦୂରରେ ଆମେରିକାର ପରମାଣୁ ଅସ୍ତ୍ର ସଜିତ ଶକ୍ତିଶାଳୀ ‘ଆବ୍ରାହମ ଲିଙ୍କନ’ ଓ ଅନ୍ୟ କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତଗୁଡ଼ିକ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। ଆମେରିକା ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିପାରେ ବୋଲି ଆଶଙ୍କା କରାଯାଉଛି। ଏହାମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେବା ସହିତ ବିକଳ୍ପ ବାଛିନେବାକୁ କହିଛନ୍ତି। ଏଥିପାଇଁ ସେ ଦୁଇଟି ସର୍ତ୍ତ ରଖିଛନ୍ତି। ପ୍ରଥମତଃ ଇରାନ ତୁରନ୍ତ ଏହାର ଆଣବିକ କାର୍ଯ୍ୟକ୍ରମ ବନ୍ଦ କରିବା ନେଇ ଘୋଷଣା କରୁ। ଦ୍ୱିତୀୟରେ ଇରାନରେ ସାଧାରଣ ବିକ୍ଷୋଭକାରୀଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେବା ସହିତ ଅନେକ ହଜାର ଲୋକଙ୍କୁ ଯେଭଳି ହତ୍ୟା କରାଯାଉଛି ତାହା ମଧ୍ୟ ବନ୍ଦ ହେବା ଦରକାର ବୋଲି ଟ୍ରମ୍ପ କହିଛନ୍ତି। ଯଦି ଏହି ଦୁଇଟି ସର୍ତ୍ତକୁ ଇରାନ ସରକାର ନ ମାନନ୍ତି ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଏବେ ଆମେରିକା ନୌସେନାର ବହୁ ଶକ୍ତିଶାଳୀ ଯୁଦ୍ଧପୋତ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। କିନ୍ତୁ ଏହାକୁ ଯେଭଳି ଉପଯୋଗ ନ କରିବାକୁ ପଡ଼େ, ସେ ସମ୍ପର୍କରେ ଇରାନ ତୁରନ୍ତ ନିଷ୍ପତ୍ତି ନେବା ଦରକାର। ଭେନେଜୁଏଲା ଶୈଳୀରେ ଆମେରିକା ପ୍ରଥମେ ଇରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିପାରେ ବୋଲି ଆନ୍ତର୍ଜାତିକ ସ୍ତରରେ ସାମରିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଇରାନ ନିଜକୁ ପ୍ରସ୍ତୁତ କରିବା ସହିତ ଆମେରିକାର ଆକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରାୟ ୧ ହଜାର ଡ୍ରୋନ ମୁତୟନ କରିଛି ବୋଲି ଏଠାକାର ସରକାରୀ ଖବରଦାତା ଏଜେନ୍ସି ଟାସ୍‌ନିମ୍‌ ପ୍ରକାଶ କରିଛି।
ତୁର୍କୀ ଶରଣରେ ଇରାନ ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଯେକୌଣସି ଭୟାବହ ସ୍ଥିତି ଏଡ଼ାଇବା ଲକ୍ଷ୍ୟରେ ଇରାନ ବୈଦେଶିକ ମନ୍ତ୍ରୀ ଆବାସ୍‌ ଆରାଗଚି ଦିନିକିଆ ଗସ୍ତରେ ଯାଇ ତୁର୍କୀରେ ପହଞ୍ଚିଛନ୍ତି। ଇରାନ ସମାନ ନୀତିରେ ଆମେରିକା ସହ ଏହାର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି ବୋଲି ସେଠାରେ ସାମ୍ବାଦିକମାନଙ୍କୁ ଆବାସ୍‌ କହିଛନ୍ତି। ଏହାବ୍ୟତୀତ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଏଡାଇବାକୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି। ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଚେତାବନୀକୁ ନେଇ ମଧ୍ୟପ୍ରାଚ୍ୟରେ ଆରବ ରାଷ୍ଟ୍ରସମୂହର ଚିନ୍ତା ବଢିଛି। ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ପୁଣିଥରେ ମଧ୍ୟପ୍ରାଚ୍ୟ ସ୍ଥିତି ଅଶାନ୍ତ ହେବା ସହିତ ଆନ୍ତର୍ଜାତିକ ଅର୍ଥନୈତିକ କ୍ଷେତ୍ରକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି। ଶନିବାର ନୂଆଦିଲ୍ଲୀଠାରେ ହେବାକୁ ଥିବା ଭାରତ-ଆରବ ରାଷ୍ଟ୍ର ସମୂହ(ଲିଗ୍‌ ଅଫ୍‌ ଆରବ ଷ୍ଟେଟସ୍‌) ବୈଠକରେ ଏସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ଓ୍ବାଶିଂଟନ,୩୧ା୧: ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ,…

ପାନ ଦୋକାନରେ ଚଢାଉ : ତମାଖୁ ଉତ୍ପାଦ ବିକ୍ରି କରି ଗଣିଲେ ତଣ୍ଡ

ବରଗଡ଼, ୩୧।୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ସ୍ବାସ୍ଥ୍ୟ, ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଏକ ମିଳିତ କାର୍ଯ୍ୟକାରୀ ସ୍କ୍ବାଡ୍‌ ଗଠିତ ହୋଇ ତମାଖୁ ନିୟନ୍ତ୍ରଣ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri