ଆଟଲାଣ୍ଟିକ ମହାସାଗରରେ ଯୁଦ୍ଧ ପରିସ୍ଥିତି: ରୁଷିଆ ପତକା ଲାଗିଥିବା ତେଲ ଟ୍ୟାଙ୍କର୍‌କୁ ଜବତ କଲା ଆମେରିକା, ଏସ୍କଟ୍‌ କରୁଥିଲା ମସ୍କୋ! 

ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ ନୌସେନା ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଟ୍ୟାଙ୍କରର ପିଛା କରୁଥିଲା। ଏହି କାର୍ଯ୍ୟାନୁଷ୍ଠାନ ଏଭଳି ଏକ ସମୟରେ ନିଆଯାଇଛି ଯେତେବେଳେ କୁହାଯାଉଥିଲା ଯେ ରୁଷିଆ ମଧ୍ୟ ଏହି ଟ୍ୟାଙ୍କରର ସୁରକ୍ଷା ପାଇଁ ନୌସେନା ଏବଂ ବୁଡ଼ାଜାହାଜ ମୁତୟନ କରିଥିଲା।
ଆମେରିକୀୟ ସେନାର ଇଉରୋପୀୟ କମାଣ୍ଡ (EUCOM) ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ବୟାନ ଜାରି କରି ଏହି କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରିଛି। ବୟାନରେ କୁହାଯାଇଛି ଯେ ନ୍ୟାୟ ବିଭାଗ, ଗୃହ ସୁରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ବିଭାଗର ସମନ୍ବୟରେ ଆମେରିକୀୟ ପ୍ରତିବନ୍ଧକଗୁଡ଼ିକର ଉଲ୍ଲଂଘନ କରିଥିବାରୁ ଟ୍ୟାଙ୍କରକୁ ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପ ପଶ୍ଚିମ ଗୋଲାର୍ଦ୍ଧର ସୁରକ୍ଷା ଏବଂ ସ୍ଥିରତାକୁ ବିପଦରେ ପକାଉଥିବା ଜାହାଜଗୁଡ଼ିକ ବିରୁଦ୍ଧରେ ନିଆଯାଇଛି।

ରିପୋର୍ଟ ଅନୁଯାୟୀ, ଆମେରିକା ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଜାହାଜର ଗତିବିଧି ଉପରେ ନଜର ରଖୁଥିଲା। ଏହି ସମୟରେ ଖବର ଆସିଥିଲା ଯେ ମସ୍କୋ ଜାହାଜର ସୁରକ୍ଷା ପାଇଁ ନୌସେନା ଏସ୍କର୍ଟ ମୁତୟନ କରିବାକୁ ଚେଷ୍ଟା କରିଥିଲା। ତଥାପି, ଦ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଆମେରିକୀୟ ତଟରକ୍ଷୀ ବାହିନୀ ଟ୍ୟାଙ୍କର ଉପରେ ଚଢ଼ିଲା ସେ ସମୟରେ ଆଖପାଖରେ କୌଣସି ରୁଷୀୟ ଜାହାଜ ଉପସ୍ଥିତ ନଥିଲା, ଯାହାଦ୍ୱାରା ସମ୍ଭାବ୍ୟ ସଂଘର୍ଷ ଏଡ଼ାଇ ଦିଆଗଲା।
ଏହି ଜାହାଜର ମୂଳ ନାମ ବେଲା-୧ ଥିଲା। ଏହା ଭେନେଜୁଏଲା ସହ ଜଡ଼ିତ ତୈଳ ଯୋଗାଣ ଶୃଙ୍ଖଳାରେ ଛାୟା ନୌବାହିନୀ ଭାବେ କାଯର୍ର୍‌ୟ କରୁଥିଲା। ୨୦୨୪ରେ ଆମେରିକା ଏହା ଉପରେ କଟକଣା ଲଗାଇଥିଲା। ପରବର୍ତ୍ତୀ ସମୟରେ ଏହା ନିଜର ନାମ ବଦଳାଇ ‘ମାରିନେରା’ କରିଦେଲା ଏବଂ କ୍ରୁ ଜାହାଜରେ ରୁଷୀୟ ପତାକା ପେଣ୍ଟ କରି ଏହାକୁ ରୁଷୀୟ ଶିପିଂ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଇଥିଲା।
ଆମେରିକା ଏହି କାର୍ଯ୍ୟାନୁଷ୍ଠାନ କରିଥିଲା ଯେତେବେଳେ ଏହା ଇରାନରୁ ଭେନେଜୁଏଲା ଯାଉଥିଲା। ଭେନେଜୁଏଲାର ଜଳସୀମା ନିକଟରେ ପ୍ରତିବନ୍ଧିତ ତୈଳ ଟ୍ୟାଙ୍କରଗୁଡ଼ିକୁ ଜବତ କରିବା ପାଇଁ ଆମେରିକା ପ୍ରତିବନ୍ଧକ ଲଗାଇଥିବା ବେଳେ ଏହା ନିଜର ରାସ୍ତା ବଦଳାଇ ଆଟଲାଣ୍ଟିକ ମହାସାଗର ଆଡ଼େ ଫେରିଯାଇଥିଲା। ଡିସେମ୍ବରରେ ଆମେରିକୀୟ କୋଷ୍ଟ ଗାର୍ଡ ଏହାକୁ କ୍ୟାରିବିଆନ ସାଗରରେ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ କ୍ରୁ ଏହାର ବିରୋଧ କରିଥିଲା ଏବଂ ଜାହାଜ ଆମେରିକୀୟ ବ୍ଲକେଡ଼କୁ ଏଡ଼ାଇ ଉତ୍ତର ଆଡ଼େ ରାସ୍ତା ବଦଳାଇଥିଲା। ଯେହେତୁ ଏହି ଟ୍ୟାଙ୍କର ରୁଷୀୟ ଶିପିଂ ରେଜିଷ୍ଟରରେ ପଞ୍ଜିକୃତ ହୋଇସାରିଥିଲା, ତେଣୁ ଆମେରିକା ଏହାର ପିଛା କରିବା ବେଳେ ରୁଷିଆ ମଧ୍ୟ ଏହାର ବିରୋଧ କରିଥିଲା ଏବଂ ଜାହାଜକୁ ଏସ୍କର୍ଟ କରିଥିଲା।
ଟ୍ୟାଙ୍କରଟି ଇରାନ-ଭେନେଜୁଏଲା-ଚାଇନା ମଧ୍ୟରେ ତୈଳ ଯୋଗାଣ ନେଟୱର୍କ ସହ ଜଡ଼ିତ ବୋଲି ଧାରଣା କରାଯାଉଛି। ଆମେରିକା ଗତ କିଛି ମାସରେ ଭେନେଜୁଏଲାରୁ ତୈଳ ରପ୍ତାନି ଉପରେ କଡ଼ାକଡ଼ି ବଢ଼ାଇଛି, ଯାହାକୁ ସେ ଅବୈଧ ପ୍ରତିବନ୍ଧିତ ମାନୁଛି, ଏବଂ ଏବେ ସେହି ନୀତି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। ପଶ୍ଚିମୀ ଏଜେନ୍ସିଗୁଡ଼ିକୁ ସନ୍ଦେହ କରୁଛନ୍ତି ଯେ କିଛି ଟ୍ୟାଙ୍କର ଭେନେଜୁଏଲାର ବନ୍ଦରଗୁଡ଼ିକରୁ ଶିପମେଣ୍ଟ, ରି-ରୁଟିଂ କିମ୍ବା ଶିପ-ଟୁ-ଶିପ ଟ୍ରାନ୍ସଫର ମାଧ୍ୟମରେ ତୈଳର ଉତ୍ପତ୍ତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବଢ଼ାଇପାରେ, କାରଣ ଏହା ଭେନେଜୁଏଲା ଉପରେ ଆମେରିକୀୟ ଚାପର ଏକ ଅଂଶ।

Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri