ବିଦେଶରେ ଯୁଦ୍ଧ, ଉପକୂଳରେ ପ୍ରଭାବ

ମହାକାଳପଡା,୨୬ା୨(ଡି.ଏନ.ଏ.): ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉପକୂଳ ଅଞ୍ଚଳରେ ଏହାର ସିଧାସଳଖ ପ୍ରଭାବ ପଡିଛି ବୋଲି ଆଲୋଚନା ହେଉଛି। ତେବେ ଏହି ଆଶଙ୍କାରେ ଅଞ୍ଚଳରେ ଦରଦାମ୍‌ ବୃଦ୍ଧି ପାଇଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏହାର ପ୍ରଭାବ ପଡିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ଦୈନିକ ହାଟ ବଜାରରେ। ଏବେ ଦରଦାମ୍‌ ବୃଦ୍ଧି ପାଇବାରେ ଲାଗିଛି। ଡାଲି, ତେଲ, ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ମୂଲ୍ୟ ଦୁଇଦିନ ମଧ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବଜାରରେ ଥିବା ରାଶନ ସାମଗ୍ରୀ ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ଜମୁଛି। ଘର ଚଳାଇବାକୁ ସ୍ଥାନୀୟ ଲୋକ ଦୈନନ୍ଦିନ ଏହି ବଜାର ଉପରେ ନିର୍ଭରଶୀଳ ଥିବାରୁ ଦରଦାମ୍‌ ବୃଦ୍ଧି ପାଇବା ଶୁଣି ଉଚିତ ମୂଲ୍ୟଠାରୁ ଏବେ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦିନରେ ଭୟଙ୍କର ଯୁଦ୍ଧ ଆଶଙ୍କାକରି ଲୋକମାନଙ୍କ ମଧ୍ୟରେ ଭାଳେଣି ପଡିଲାଣି।