ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ

ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି ଜେଲରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର ମତାମତ ଦେଉଛନ୍ତି। ପଡୋଶୀ ଦେଶ ପାକିସ୍ତାନ ଆର୍ୟନ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ସପକ୍ଷରେ ଆସିଛି। ପାକିସ୍ତାନୀ ଅନ୍ୟତମ ଲୋକପ୍ରିୟ ଆଙ୍ଗର ୱାକର ଜାକା ସୋସିଆଲ ମିଡିଆ ମାଧ୍ୟମରେ ଆର୍ୟନ ଖାନ ଡ୍ରଗ୍ସ ଉପରେ ଶାହରୁଖଙ୍କୁ ସମର୍ଥନ କରିଛନ୍ତି। ଏହା ସହିତ ତାଙ୍କୁ ଭାରତ ଛାଡି ପାକିସ୍ତାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜାକାଙ୍କ ପାଇଁ ଏହା କହିବା ଭାରୀ ପଡିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରୁଛନ୍ତି।
ୱାକର ଜାକା ତାଙ୍କ ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଶାହରୁଖ ଖାନଙ୍କ ବିଷୟରେ ଲେଖିଛନ୍ତି, ଶାହରୁଖ ଖାନ ସାର୍‌, ଭାରତ ଛାଡି ପରିବାର ସହ ପାକସ୍ତାନନକୁ ପଳାଇଆସନ୍ତୁ। ନରେନ୍ଦ୍ର ମୋଦି ସରକାର ଆପଣଙ୍କ ପାଇଁ ଯାହା କରୁଛନ୍ତି ତାହା ମୂର୍ଖ ଅଟେ। ମୁଁ ଶାହରୁଖ ଖାନଙ୍କ ସହିତ ଛିଡା ହୋଇଛି । ୱାକର ଜାକାଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ମନ୍ତବ୍ୟ ଦେଇ ଟ୍ରୋଲ କରିଛନ୍ତି।

Share