Posted inଜାତୀୟ

ନିର୍ଭୀକ ସ୍ବର ହେବାକୁ ଚାହେଁ

ନୂଆଦିଲ୍ଲୀ, ୬ା୭: ସୋସିଆଲ ମିଡିଆରେ ଟ୍ରୋଲ ଏବଂ ବିଭିନ୍ନ ଥାନାରେ ମାମଲା ରୁଜୁ ସତ୍ତ୍ୱେ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ ସବୁପ୍ରକାର ଫଳାଫଳାକୁ ସାମ୍‌ନାକୁ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। କାହାକୁ ଭୟ ନ କରି ସେ ନିର୍ଭୀକର ଏକ ସ୍ବର ହେବାକୁ ଚାହଁାନ୍ତି ବୋଲି କହିଛନ୍ତି। ‘ଜଣେ କବୟିତ୍ରୀ ଏବଂ ଫିଲ୍ମ ନିର୍ମାତା ଭାବେ ସ୍ବାଧୀନ ଦର୍ଶନରେ କାଳୀଙ୍କୁ ପରିପ୍ରକାଶ କରିଛି। ମୋ ପାଖରେ ହରାଇବାକୁ କିଛି ନାହିଁ। ଏହି ସାହସ ମୋ ଜୀବନ ନେଇପାରେ। ଏହା ମଧ୍ୟ ଦେବାକୁ ପ୍ରସ୍ତୁତ’ ବୋଲି ସେ ଟୁଇଟ୍‌ କରିଛନ୍ତି। ଏଥିସହ ତାଙ୍କ ସମର୍ଥକମାନେ ‘ଲଭ୍‌ ୟୁ ଲୀନା ମାନିମେକଲାଇ’ ହାଶ୍‌ଟ୍ୟାଗ୍‌ ବ୍ୟବହାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ବିରୁଧୁନଗରରେ ଜନ୍ମିତ ଲୀନା ପିଲାବେଳୁ ଫିଲ୍ମ ସହ ଜଡ଼ିତ ଥିଲେ। କଳାରେ ଶିକ୍ଷା ଲାଭ କରିବାକୁ ଇଚ୍ଛା ଥିଲେ ହେଁ ତାଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ବାଧ୍ୟ କରାଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ୧୮ ବର୍ଷ ବୟସରେ ସେ ବିବାହ କରିଥିଲେ। ଆନ୍ତଧର୍ମ ଏବଂ ଜାତିରେ ବିବାହ କରିଥିବା ଲୀନା ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଘର ଛାଡ଼ିଥିଲେ। ସେ ନିଜକୁ ଜଣେ ତୃତୀୟଲିଙ୍ଗୀ (ବାଇସେକ୍ସୁଆଲ) ଭାବେ ଆବିଷ୍କାର କରିଥିଲେ। ୨୦୧୭ରେ ସେ ଏକ ଫେସ୍‌ବୁକ୍‌ ପୋଷ୍ଟ କରି ଫିଲ୍ମ ନିର୍ମାତା ସୁସି ଗାନେସାନ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ଡେବ୍ୟୁ ଫିଚର ଫିଲ୍ମ ସେନଗାଦଲ ସିବିଏଫ୍‌ସି ଦ୍ୱାରା କ୍ଲିୟରାନ୍ସ ପାଇ ନ ଥିଲା। ଏଥିରେ ଅଶ୍ଳୀଳତା ଏବଂ ଆପତ୍ତିଜନକ ଦୃଶ୍ୟ ରହିବା ସହ ଭାରତ-ଶ୍ରୀଲଙ୍କା ସମ୍ପର୍କ ଖରାପ ହେବା ଭଳି କାହାଣୀ ତଥା ସିନ୍‌ ରହିଥିବା କୁହାଯାଇଥିଲା। ପରେ ଆଉ ଏକ ଫିଚର ଫିଲ୍ମ ‘ମାଦାଥି, ଆନ୍‌ ଅନ୍‌ଫେୟାରୀ ଟେଲ୍‌’ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲା। ଜଣେ ମହିଳା କିପରି ଲିଙ୍ଗ ଓ ଜାତିକୁ ନେଇ ନିର୍ଯାତନାର ଶିକାର ହୋଇଛନ୍ତି ଏବଂ ପରେ ସେ କେମିତି ଅନ୍ୟମାନଙ୍କ ପାଇଁ ଦେବୀ ପାଲଟିଛନ୍ତି ତାହା ଉପରେ ଏହି ଫିଲ୍ମ ଗତିଶୀଳ ହୋଇଥିଲା। ନିକଟରେ କାନାଡା ଫେଷ୍ଟିଭାଲରେ ସ୍କ୍ରିନିଂ ହୋଇଥିବା ‘କାଳୀ’କୁ ନେଇ ମଧ୍ୟ ତାଙ୍କୁ ବିରୋଧର ସାମ୍‌ନା କରିବାକୁ ପଡ଼ିଛି। ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ନିକଟରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍‌ ଓ୍ବେବସାଇଟ୍‌ ସହପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ମୁକୁଳାଇବା ପାଇଁ ସେ ଅଭିଯାନ ଚଳାଇ ବିବାଦକୁ ଆସିଥିଲେ।
‘କାଳୀ’ ପୋଷ୍ଟରକୁ ଆଗା ଖାନ୍‌ ମ୍ୟୁଜିୟମ୍‌ରୁ ହଟାଇବା ପାଇଁ କାନାଡାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଅଟ୍ଟାଓ୍ବା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। କାନାଡାରେ ଥିବା ହିନ୍ଦୁ ସମୁଦାୟଙ୍କ ପକ୍ଷରୁ ଅଭିଯୋଗ ଆସିଛି। ହିନ୍ଦୁ ଦେବୀଙ୍କ ପ୍ରତି ଅପମାନଜନକ ଫଟୋ ପ୍ରଦର୍ଶନ ରୋକିବା ପାଇଁ ଆୟୋଜକଙ୍କୁ ମଧ୍ୟ କନ୍‌ସୁଲେଟ୍‌ ଜେନେରାଲଙ୍କ ପକ୍ଷରୁ କୁହାଯାଇଥିବା ଭାରତୀୟ ଦୂତାବାସ ଏକ ବିବୃତିରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri