ବୈବାହିକ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିଲେ…

ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବାକୁ ହେଲେ ଛୋଟଛୋଟ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଏପରି ନ କରିବା ଦ୍ୱାରା ସମ୍ପର୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗେ। ତେବେ ଜାଣନ୍ତୁ ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବାକୁ କେତେକ ଉପାୟ।

ପରସ୍ପର ସହିତ ସମୟ ବିତାନ୍ତୁ
ସ୍ତ୍ରୀ-ସ୍ବାମୀ ପରସ୍ପର ସହିତ ସମୟ ବିତାଇବା ଉଚିତ୍‌। ପରସ୍ପର ସହିତ ସମୟ ବିତାଇଲେ ସମ୍ପର୍କ ସୁଦୃଢ଼ ହେବା ସହ ସମ୍ପର୍କରେ ପ୍ରେମ ଭରିଥାଏ।

ପରସ୍ପର ଉପରେ ବିଶ୍ୱାସ
ବିଶ୍ୱାସ ହେଉଛି ସମ୍ପର୍କର ମୂଳଦୁଆ। ଯେଉଁ ସମ୍ପର୍କରେ ବିଶ୍ୱାସ ନାହିଁ, ତାହା ଅଧିକ ଦିନ ତିଷ୍ଠି ନଥାଏ। ସ୍ତ୍ରୀ-ସ୍ବାମୀ ପରସ୍ପର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ୍‌।

ସଚ୍ଚୋଟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ସ୍ତ୍ରୀ-ସ୍ବାମୀ ସମ୍ପର୍କରେ ସଚ୍ଚୋଟତା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଚ୍ଚୋଟତାର ଅଭାବ ଏକ ସମ୍ପର୍କ ଭାଙ୍ଗିପାରେ।

ପରସ୍ପରକୁ ସମ୍ମାନ
ସମ୍ପର୍କ ଯାହାବି ହେଉ ପରସ୍ପରକୁ ସମ୍ମାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସ୍ତ୍ରୀ-ସ୍ବାମୀ ପରସ୍ପରକୁ ସମ୍ମାନ ଦେବା ଉଚିତ୍‌।