ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍
ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଟୁଇଟ୍ ମାଧ୍ୟମରେ ମୁସଲମାନମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ସେ ଟୁଇଟ୍ ଯୋଗେ କହିଛନ୍ତି, ମୁଁ ଭାରତର ସମସ୍ତ ମୁସଲମାନମାନଙ୍କୁ ପରାମର୍ଶ ଦେବାକୁ ଚାହେଁ ଯେ, ସେମାନେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଯାନ୍ତୁ। କାରଣ ଆପଣଙ୍କ ପରିବାର ଏବଂ ପିଲାମାନଙ୍କ ଜୀବନ କୌଣସି ଧର୍ମଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ ଭାରତୀୟ ମୁସଲମାନମାନେ ଆରବ ପାଇଁ ପରିବର୍ତ୍ତିତ ହୋଇଛେ, ଆରବ ଦେଶ ଇସଲାମର ସୁରକ୍ଷା ପାଇଁ ପ୍ରସ୍ତୁତ ନୁହଁନ୍ତି। ତେଣୁ ଧର୍ମ ପରିବର୍ତ୍ତନ କରିବାରେ କିଛି ଭୁଲ ନାହିଁ।
https://twitter.com/kamaalrkhan/status/1687001133586214912
ଅନ୍ୟ ଜଣେ ଆତ୍ମଘୋଷିତ ଚଳଚ୍ଚିତ୍ର ସମାଲୋଚକ ଉମର ସାନ୍ଧୁ ମଧ୍ୟ ଇସଲାମ ଧର୍ମ ଗ୍ରହଣକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଓମାର ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖିଛନ୍ତି, ଭାରତୀୟ ମୁସଲମାନମାନେ ବାଂଲାଦେଶ, ନେପାଳ ଏବଂ ଭୁଟାନ୍ ପଳାଇଯିବା ଉଚିତ୍ ଭାରତ ସେମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ। ଏହା ସେମାନଙ୍କ ପାଇଁ ଏକ ‘ନର୍କ ’ ଅଟେ। ହିନ୍ଦୁମାନେ ମାନବିକତା ଶିଖିବା ଉଚିତ୍। କମଲ ଆର ଖାନ ଏବଂ ଉମର ସାନ୍ଧୁଙ୍କ ଏହି ଟୁଇଟ୍ ଏବେ ଭାଇରାଲ ହେବାରେ ଲାଗିଛି।


