ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ…

କରୋନା ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ତେବେ ଏହି ମହାମାରୀ ହେତୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବି ବୃଦ୍ଧି ପାଇଛି। ଲୋକମାନେ ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ମେଦବହୁଳତା, ଡାଇବେଟିସ୍‌ ଏବଂ ହୃଦରୋଗରେ ପୀଡ଼ିତ ରୋଗୀମାନେ କରୋନାରେ ଅଧିକ ବିପଦରେ ଥାଆନ୍ତି। ତେଣୁ ଏଥିପାଇଁ ସଠିକ୍‌ ସମୟରେ ସଠିକ୍‌ ଖାଦ୍ୟ ଗ୍ରହଣ କରିବା ସହ ଦୈନିକ ବ୍ୟାୟାମ ନିତ୍ୟାନ୍ତ ଜରୁରୀ।

ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ, ଡାଏଟ୍‌ ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟରଲ ନିୟନ୍ତ୍ରିତ ହୋଇଥାଏ। ଏଥିସହ ହୃଦ୍‌ଘାତ, ଷ୍ଟୋନ୍‌, ଷ୍ଟ୍ରୋକ ଏବଂ ଡାଇବେଟିସ୍‌ ହେବାର ଆଶଙ୍କା କମିଯାଏ। ତେବେ ଜାଣନ୍ତୁ ଏହି ଡାଏଟ୍‌ ବିଷୟରେ…

ଚାପରୁ ମୁକ୍ତି ପାଇଁ ପ୍ରଚୁର ପରିମାଣର ଶୁଅନ୍ତୁ। ଖାଦ୍ୟରେ ଶସ୍ୟ, ମାଛ, ଚର୍ବିହୀନ ଦୁଗ୍ଧ, କୁକୁଡ଼ା, ଫଳ ଏବଂ ତଟକା ପନିପରିବା ପ୍ରଚୁର ପରିମାଣର ଖାଆନ୍ତୁ। ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ହୃଦ୍‌ଘାତର ଆଶଙ୍କା ମଧ୍ୟ କମାଇଥାଏ। ଖାଦ୍ୟରେ ସୋଡିୟମ ଯୁକ୍ତ ଲୁଣ ଖାଆନ୍ତୁ। ବାଦାମ, ସିଡ୍‌ସ ଏବଂ ଫ୍ୟାଟି ମାଛ ଖାଆନ୍ତୁ। ଏପରି କରିବା ଦ୍ୱାରା କରୋନା ମହାମାରୀ ସମୟରେ ସୁସ୍ଥ ରହିପାରିବେ।