କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଚାହୁଁଥିଲେ …

ସୁସ୍ଥ ଏବଂ ନିରୋଗ ଶରୀର ସମସ୍ତେ ଚାହିଁଥାନ୍ତି। ସେଥିପାଇଁ କିଏ ବ୍ୟାୟାମ କରନ୍ତି ତ ଆଉ କିଏ ଭିଟାମିନ ବଟିକା ଖାଇଥାନ୍ତି। ତେବେ ସୁସ୍ଥ ରହିବା ପାଇଁ ପ୍ରତିଦିନ ଅଧଘଣ୍ଟାରୁ ଘଣ୍ଟାଏ ବ୍ୟାୟାମ କରିବା ସହ ଖାଦ୍ୟରେ ଗୋଟିଏ ଲେଖାଏ ଫଳ ଖାଇବା ଉଚିତ୍‌। ବିଭିନ୍ନ ପ୍ରକାର ଫଳରେ ଭିନ୍ନ ଭିନ୍ନ ଭିଟାମିନ ଥାଏ। ଏହା ଶରୀରକୁ ରୋଗଠାର ଦୂରେଇ ରଖେ। ଦେହ ଓ ମନକୁ ପ୍ରଫୁଲ୍ଲ ରଖି ଶରୀରର କାର୍ଯ୍ୟଦକ୍ଷତା ବଢ଼ାଇଥାଏ।

ଆମ୍ବ: ଆମ୍ବରେ ବିଟା କାରୋଟିନ ତଥା ଜୀବସାର ଗ’ ପ୍ରଚୁର ପରିମାଣରେ ଥାଏ। ଏଥିରେ ଥିବା ବାୟୋଫ୍ଲାଭୋନୟକ ଶରୀରର ରୋଗ ପ୍ରତିରୋଧକ ବୃଦ୍ଧି କରିଥାଏ। ଏଥିରେ ଥିବା ଅଦ୍ରବଣୀୟ ତନ୍ତୁ କୋଷ୍ଠାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।
କମଳା: ଏଥିରେ ସର୍ବୋତ୍କୃଷ୍ଟ ଜୀବସାର ଗ’ ରହିଛି। ଏହା ଶରୀରକୁ ସ୍କର୍ଭି ରୋଗରୁ ରକ୍ଷା କରିଥାଏ। କମଳା କୋଲେଷ୍ଟରଲ ମାତ୍ରା ସନ୍ତୁଳିତ ସହିତ ହୃଦ୍‌ରୋଗରୁ ରକ୍ଷା କରିଥାଏ।

ଲେମ୍ବୁ: କମଳା ଭଳି ଲେମ୍ବୁ ମଧ୍ୟ ଜୀବସାର ଗ’ରେ ଭରପୂର। ଏହା ମଧ୍ୟ ସ୍କର୍ଭି ରୋଗ ଦୂର କରିବାରେ ସାହାଯ୍ୟ କରେ। ଚକ୍ଷୁରୋଗ ଓ ମେଦ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ। ନିୟମିତ ଲେମ୍ବୁ ଖାଇବା ଦ୍ୱାରା ହୃତପିଣ୍ଡ ଓ ଶିରା ପ୍ରଶିରା ଶକ୍ତ ହୁଏ।