ରକ୍ତହୀନତା ସହ ଅନେକ ସମସ୍ୟାରୁ ମୁକ୍ତି ଚାହୁଁଥିଲେ…

ସପୁରି ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଏଥିରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ଏକ ଗ୍ଲାସ ସପୁରି ରସରୁ ୧.୭ ଗ୍ରାମ ପ୍ରୋଟିନ୍‌, ୨.୩ ଗ୍ରାମ ଫାଇବର ଏଥିସହ ଭିଟାମିନ୍‌ ସି ଓ ବି-୬ ମିଳିଥାଏ। ତେବେ ଜାଣନ୍ତୁ କିପରି ଭାବେ ସପୁରି ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ବିଷାଦ ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ।

ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ, ତେବେ ସପୁରି ଜୁସ୍‌ ପିଇଲେ ପ୍ରତିରୋଧକାରୀ ଶକ୍ତି ବଢ଼ିଥାଏ।

ଏଥିରେ ଭିଟାମିନ୍‌ ସି’ ଭରପୂର ମାତ୍ରାରେ ରହୁଥିବାରୁ ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏହାର ଜୁସ୍‌ ପିଇବା ଫଳରେ ରକ୍ତହୀନତା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଆପଣ କାଟି ମଧ୍ୟ ଖାଇପାରିବେ।

ଏହାକୁ ଖାଇବାର ଅନେକ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନ ଥାଏ। ଫଳରେ ଓଜନ ସନ୍ତୁଳିତ ରହିଥାଏ। ଏଥିରେ ମାଙ୍ଗାନିଜ୍‌ ଗୁଣ ରହିଥିବାରୁ ଏହା ବିଭିନ୍ନ ହାଡ଼ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

ଆଧୁନିକ ଜୀବନଶୈଳୀ କାରଣରୁ ଅନେକ ସମୟରେ ବ୍ୟକ୍ତି ବିଷାଦ ମଧ୍ୟକୁ ଚାଲିଯାଇଥାଏ। ସପୁରି ଜୁସ୍‌ ପିଇବା ଫଳରେ ଏଥିରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ କ୍ୟାନ୍‌ସରରୁ ମୁକ୍ତି ଦେଇଥାଏ।