Posted inଫୁରସତ

ହ୍ବାଟ୍ସଆପ୍‌ରେ ଚାଟ୍‌ ଲୁଚାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଆପଣଙ୍କ ଫ୍ରେଣ୍ଡ୍‌ଲିଷ୍ଟରେ ଏମିତି କିଛି ଖାସ୍‌ ବନ୍ଧୁ ଥା’ନ୍ତି, ଯେଉଁମାନଙ୍କ ସହ ଆପଣ ସିକ୍ରେଟ୍‌ ଚାଟ୍‌ କରିଥାନ୍ତି। ଆଉ ଏହି ଚାଟ୍‌ ଯେମିତି କେହି ନ ପଢ଼ନ୍ତୁ ଆପଣ ନିଶ୍ଚିତ ଚାହୁଁଥିବେ। ଏଥିପାଇଁ କିଛି ଟିପ୍ସ ରହିଛି। ଯାହା ସାହାଯ୍ୟରେ ଆପଣ ଅନ୍ୟମାନଙ୍କ ଆଗରେ ଆପଣଙ୍କର ଚାଟ୍‌ ଲୁଚାଇବାରେ ସମର୍ଥ ହେବେ । ଖାଲି ଏତିକି ନୁହେଁ, ଆପଣ ଯେତେବେଳେ ଚାହିଁବେ ଏହି ଚାଟ୍‌କୁ ପୁନର୍ବାର ଫେରାଇ ମଧ୍ୟ ଆଣିପାରିବେ।

ଏହି ଫିଚର ସାହାଯ୍ୟରେ ଲୁଚାନ୍ତୁ ଚାଟ୍‌:
ଅଧିକାଂଶ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଅଛନ୍ତି, ଯେଉଁମାନେ ହ୍ବାଟ୍ସଆପ୍‌ର ଏହି ଫିଚର ବିଷୟରେ ଜାଣି ନ ଥାନ୍ତି। ହ୍ବାଟ୍ସଆପର ଆର୍ଚିଭ୍‌ ଫିଚର ସାହାଯ୍ୟରେ ଆପଣ ସିକ୍ରେଟ୍‌ ଚାଟ୍‌ ଲୁଚାଇ ପାରିବେ। ଏହା ସାହାଯ୍ୟରେ ଆପଣ ଉଭୟ ସିଙ୍ଗଲ ଚାଟ୍‌ କିମ୍ବା ଗ୍ରୁପ ଚାଟ୍‌ ମଧ୍ୟ ପୁନର୍ବାର ଦେଖିପାରିବେ।

କେମିତି ଲୁଚାଇବେ ଚାଟ୍‌:

– ସିକ୍ରେଟ୍‌ ଚାଟ୍‌ ଲୁଚାଇବା ପାଇଁ ହ୍ବାଟ୍ସଆପ୍‌ ଖୋଲନ୍ତୁ।

-ବର୍ତ୍ତମାନ ଆପଣ ଲୁଚାଇବାକୁ ଚାହୁଁଥିବା ଚାଟ୍‌ ଦୀର୍ଘ ସମୟ ଦବାନ୍ତୁ।

– ଦୀର୍ଘ ସମୟ ଦବାଇବା ପରେ, ଆପଣ ଉପର ଆର୍ଚିଭ୍‌ ଅପ୍ସନ୍‌ ଦେଖିପାରିବେ।

– ବର୍ତ୍ତମାନ ଆପଣଙ୍କୁ ଆର୍ଚିଭର ଅପ୍ସନ ସିଲେକ୍ଟ କରିବାକୁ ପଡ଼ିବ।

– ଏହା ପରେ ଆପଣଙ୍କ ଚାଟ୍‌ ଲୁଚିଯିବ।

କିପରି ଫେରାଇବେ ଏହି ଚାଟ୍‌ ଜାଣନ୍ତୁ:

– ଚାଟ ଫେରାଇବାକୁ ହ୍ବାଟ୍ସଆପ୍‌ ଖୋଲନ୍ତୁ ।

– ତା’ପରେ ଚାଟ୍‌ ସ୍କ୍ରିନର ତଳ ଭାଗକୁ ସ୍କ୍ରଲ କରନ୍ତୁ।

– ତଳେ ଆପଣ ଆର୍ଚିଭ୍‌ର ଅପ୍ସନ ଦେଖିବେ, ଏଥିରେ ଟ୍ୟାପ୍‌ କରନ୍ତୁ।

– ଆର୍ଚିଭ୍‌ ଉପରେ କିଛି ସମୟ ଅଙ୍ଗୁଳି ଦବାନ୍ତୁ। ଏଥର ଆଇକନ ଉପରେ ଟ୍ୟାପ୍‌ କରନ୍ତୁ।

ଏହି ଉପାୟରେ ଆପଣ ଲୁଚି ଯାଇଥିବା ଚାଟ୍‌କୁ ପୁନର୍ବାର ଫେରାଇ ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri