ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି ଟିପ୍ସ….

ବ୍ୟସ୍ତମୟ ଜୀବନରେ ଟିକେ ଫୁର୍‌ସତ ମିଳିଲେ ଅନେକେ ପରିବାର ସହ ମନପସନ୍ଦର ଜାଗାକୁ ବୁଲିଯିବାକୁ ପସନ୍ଦ କରନ୍ତି। କେହି କେହି ନିଜ ରାଜ୍ୟ ତ ଆଉ କେହି ଦେଶ ଭିତରେ ଅବା ବିଦେଶକୁ ଯିବାପାଇଁ ପସନ୍ଦ କରିଥାଆନ୍ତି। ତେବେ ଏହି ସମୟରେ ଯୋଜନାବଦ୍ଧ ଭାବରେ ଆଗେଇବା ଦରକାର। ନ ହେଲେ ଟ୍ରିପ୍‌ ସମୟରେ ଅସୁବିଧାର ସାମ୍‌ନା କରିପାରନ୍ତି। ପ୍ରଥମେ ନିଜର ମନପସନ୍ଦର ସ୍ଥାନ ଚୟନ କରନ୍ତୁ। ତା’ପରେ ସେହି ସ୍ଥାନ ବିଷୟରେ ଭଲ ଭାବରେ ଅବଗତ ହୁଅନ୍ତୁ। ଯଦି ସେଠାରେ କିଛିଦିନ ରହିବାର ଯୋଜନା ରହିଛି ତେବେ ସେହି ଜାଗାରେ ସୁବିଧା ବିଷୟରେ ଭଲ ଭାବରେ ଜାଣିନିଅନ୍ତୁ। ପ୍ରାୟ ମନ ପସନ୍ଦର ସ୍ଥାନ କେତେଜଣଙ୍କ ପାଇଁ ନୂଆ ହୋଇଥାଏ। ତେଣୁ ସେହି ସ୍ଥାନରେ ଜଗି ରଖି ଚଳପ୍ରଚଳ ହେବା ଦରକାର। ତେବେ ଜାଣନ୍ତୁ ଏ ସମ୍ପର୍କରେ କେତୋଟି ଟିପ୍ସ…
ଗ୍ରୀଷ୍ମ ସତର୍କତା
ଏବେ ତ ଗ୍ରୀଷ୍ମ ଋତୁ ଚାଲିଛି। ଏହି ସମୟରେ ବାହାରକୁ ବୁଲିବାକୁ ଯାଉଥିଲେ ସତର୍କତା ଅବଲମ୍ବନ କରନ୍ତୁ। ସାଙ୍ଗରେ ପାନୀୟ ଜଳ ଏବଂ ଏନର୍ଜି ଡ୍ରିଙ୍କସ ଆଦି ସାଙ୍ଗରେ ନିଅନ୍ତୁ। ଯଦି ଅତିଶୟ ଗରମ ହେଉଛି ତେବେ ବାହାରକୁ ବୁଲି ନ ଯିବା ଭଲ। ପାଣିପାଗ ଅବସ୍ଥାକୁ ଦେଖି ବୁଲିବା କାର୍ଯ୍ୟକ୍ରମ ସ୍ଥିର କରନ୍ତୁ।
ଲିଫ୍ଟ ନେବାଠୁ ଦୂରେଇ ରୁହନ୍ତୁ
ଯେତେବେଳେ ଆପଣ କୌଣସି ନୂଆ ସ୍ଥାନକୁ ବୁଲିବାକୁ ଯାଉଛନ୍ତି ,କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଅଜଣା ଜାଗାରେ କାହାଠାରୁ ଲିଫ୍ଟ ନେବାଠାରୁ ଦୂରେଇ ରୁହନ୍ତୁ।
ଔଷଧ ସବୁବେଳେ ନିଜ
ପାଖରେ ରଖନ୍ତୁ
ଯଦି ଆପଣ ଡାଇବେଟିସ୍‌, ହାଇବିପି କିମ୍ବା ଅନ୍ୟ କୌଣସି ରୋଗ ଦ୍ୱାରା ପୀଡ଼ିତ ତେବେ ଟ୍ରିପ୍‌ରେ ଆପଣଙ୍କର ଜରୁରୀ ମେଡିସିନ ନେବାକୁ ଭୁଲନ୍ତୁ ନାହିଁ। ଏହା ସହ ଏମିତି କିଛି ମେଡିସିନ ପାଖରେ ରଖନ୍ତୁ ,ଯାହାର ଆବଶ୍ୟକତା ଆପଣଙ୍କୁ କୌଣସି ବି ସମୟରେ ପଡ଼ିପାରେ ଯେମିତିକି ପତଳା ଝାଡ଼ା,ଗ୍ୟାସ୍‌ ,ଜ୍ୱର, ଥଣ୍ଡା ଆଦି ମେଡିସିନ ନିହାତି ରଖିବା ଆବଶ୍ୟକ। ହୋଟେଲ ରୁମ୍‌ରେ ଭୁଲ୍‌ରେ ବି ମେଡିସିନ ଛାଡ଼ି ଯାଆନ୍ତୁ ନାହିଁ।
ଡେରି ରାତି ପର୍ଯ୍ୟନ୍ତ ବୁଲିବାଠାରୁ ଦୂରେଇ ରୁହନ୍ତୁ
ଯେତେବେଳେ ଆମେ କୌଣସି ଟ୍ରିପ୍‌ ପ୍ଲାନ୍‌ କରୁ ତା’ର ସବୁ ସମୟ ବୁଲିବାରେ ବିତାଇଥାଉ। କେତେଜଣ ଲୋକ ଡେରି ରାତି ପର୍ଯ୍ୟନ୍ତ ବୁଲିବାରେ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଏପରି ଭୁଲ୍‌ କରନ୍ତୁ ନାହିଁ। କୌଣସି ଅଜଣା ଜାଗାରେ ଡେରି ରାତି ପର୍ଯ୍ୟନ୍ତ ବୁଲିବା ସମସ୍ୟା ହୋଇପାରେ। କୌଣସି ସ୍ଥାନୀୟ ଜଣାଶୁଣା ବ୍ୟକ୍ତିଠାରୁ ସବୁର ସୂଚନା ନ ନେଇ ଏମିତି ଭୁଲ୍‌ ବଡ଼ ସମସ୍ୟା ଡାକିଆଣିପାରେ।
ସବୁବେଳେ କିଛି ଟଙ୍କା
ପାଖରେ ରଖନ୍ତୁ
ଆଜିକାଲି ସବୁଠାରେ ଡିଜିଟାଲ ପେମେଣ୍ଟର ସୁବିଧା ହୋଇଗଲାଣି। ହେଲେ ବି ଟ୍ରିପ୍‌ ସମୟରେ କିଛି କ୍ୟାଶ୍‌ ପାଖରେ ନିହାତି ରଖିବା ଆବଶ୍ୟକ। ବେଳେବେଳେ ଏମିତି ସମସ୍ୟା ମଧ୍ୟ ଦେଖାଯାଇପାରେ ଆପଣ ଡିଜିଟାଲ ପେମେଣ୍ଟ କରିପାରୁ ନ ଥିବେ। ଏହି ପରିସ୍ଥିତିରେ ଆପଣଙ୍କୁ କ୍ୟାଶ୍‌ ପେମେଣ୍ଟ କରିବାକୁ ପଡ଼ିଥାଏ। କ୍ୟାଶ୍‌ ନ ଥିବା କାରଣରୁ ବଡ଼ ସମସ୍ୟା ଦେଖାଯାଇପାରେ।
ଅଧିକ ସୁନାଗହଣା ପିନ୍ଧନ୍ତୁ ନାହିଁ
ଆପଣ ନିଜ ଛୁଟିକୁ ଶାନ୍ତି ସହକାରେ ବିତାଇବାକୁ ଚାହାନ୍ତି ନା କୌଣସି ସମସ୍ୟାକୁ ସାଥିରେ ନେଇ ଯିବାକୁ ପସନ୍ଦ କରିବେ। ଏଥିପାଇଁ ଭଲ ହେବ ବୁଲିବାକୁ ଯିବା ସମୟରେ ସୁନାଗହଣାଠାରୁ ନିଜକୁ ଦୂରେଇ ରଖନ୍ତୁ। ଅଧିକ ଜୁଏଲେରି କ୍ୟାରି କରିବା ଦ୍ୱାରା ଲୁଟ୍‌ ହେବାର ରିସ୍କ ବଢ଼ିଯାଇଥାଏ। ଅଧିକରୁ ଅଧିକ ଗୋଟିଏ ଦୁଇଟି ମୁଦି, ବେକରେ ପତଳା ଚେନ୍‌ଟିଏ ପିନ୍ଧିଯାଇପାରିବେ। ଏହାସହ ଅଧିକ ସୁନା ପିନ୍ଧନ୍ତୁ ନାହିଁ।
କୌଣସି ଭଲ ପରିବହନ କମ୍ପାନୀର ସାହାଯ୍ୟ ନେଇପାରନ୍ତି
ଟ୍ରାଭେଲ କରିବା ପୂର୍ବରୁ କୌଣସି ଭଲ ଟ୍ରାଭେଲ ଏଜେନ୍ସି କିମ୍ବା କମ୍ପାନୀ ସହ କଥା ହୋଇ ନିଜ ପାଇଁ ଟ୍ୟାକ୍ସି ବୁକ୍‌ କରନ୍ତୁ। କେଉଁ ସ୍ଥାନକୁ ବୁଲିଯିବାର ଅଛି ସେ ବିଷୟରେ କଥାହେବା ସହ କେତେ ଟଙ୍କା ନେବେ ସେ ସମ୍ପର୍କରେ ପୂର୍ବରୁ କଥା ହୋଇଯାଆନ୍ତୁ।
ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ
ଆପଣ ଯଦି କୌଣସି ନିଶାଦ୍ରବ୍ୟ ସେବନ କରୁଛନ୍ତି ତେବେ ତାହାର ଅଧିକ ମାତ୍ରା କାରଣରୁ ଆପଣଙ୍କ ସହ କୌଣସି ବି ଦୁର୍ଘଟଣା ଘଟିପାରେ। ଯେମିତିକି ଆପଣ ଯଦି ଅଧିକ ମଦ୍ୟ ପାନ କରିଛନ୍ତି ଏହାର ଫାଇଦା ନେଇ ଆପଣଙ୍କଠାରୁ ଚୋରି ହେବା ଆଶଙ୍କା ରହିଛି। ଏଥିପାଇଁ ନିଶାପାନଠାରୁ ନିଜକୁ ଦୂରେଇ ରଖନ୍ତୁ।
ଜରୁରିକାଳୀନ ନମ୍ବର ପାଖରେ ରଖନ୍ତୁ
ଜରୁରିକାଳୀନ ସେବା ଲାଗି କେତୋଟି ହେଲ୍ପଲାଇନ୍‌ ନମ୍ବର ମନେରଖନ୍ତୁ। ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚତ୍ବା ପୂର୍ବରୁ ସେଠାର କିଛି ଜରୁରିକାଳୀନ ନମ୍ବର ନୋଟ୍‌କରି ରଖନ୍ତୁ। କୌଣସି ଅନ୍ୟ ଦେଶ ଯାତ୍ରା କରିବା ପୂର୍ବରୁ ନିଜ ଦେଶର ନିକଟତମ ଦୂତାବାସର ନମ୍ବର ରଖିବା ମଧ୍ୟ ଏକ ଭଲ ବିଚାର। ଏହି ନମ୍ବରକୁ କୌଣସି ପେପରରେ ଲେଖି ରଖନ୍ତୁ କିମ୍ବା ନିଜ ମୋବାଇଲରେ ସେଭ୍‌ କରି ନିଅନ୍ତୁ। ଫଳରେ କୌଣସି ଜରୁରିକାଳୀନ ପରିସ୍ଥିତିରେ ଏହାର ସାହାଯ୍ୟ ନେଇପାରିବେ।
କାହାର ପ୍ରରୋଚନାରେ
ପଡ଼ନ୍ତୁ ନାହିଁ
ନିଜ ମନ ପସନ୍ଦର ଜାଗା ବୁଲିବା ସମୟରେ ସେଠାରେ ବିଭିନ୍ନ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ନିଶ୍ଚୟ
ଆସିବେ। ତେଣୁ ସେମାନଙ୍କ ସହ ନିବିଡ଼ ବନ୍ଧୁତା ସୃଷ୍ଟି କରିବାଠାରୁ
ଦୂରେଇ ରହିବା ଭଲ। କାହାର ପ୍ରରୋଚନାରେ ପଡ଼ି ଅକାରଣରେ ସମସ୍ୟାକୁ ଡାକି ଆଣନ୍ତୁ ନାହିଁ। କିଛି ଅସୁବିଧା ହେଲେ ସେଠାକାର ସ୍ବୀକୃତିପ୍ରାପ୍ତ ଗାଇଡ୍‌ କିମ୍ବା ନିକଟସ୍ଥ ପୋଲିସ ଷ୍ଟେଶନର ସହାୟତା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?