ଡାଇବେଟିସ୍‌ ଦୂର କରିବାକୁ ଚାହୁଁଥିଲେ…

ଡାଇବେଟିସ୍‌ ଦୂର କରିବାକୁ ଚାହୁଁଥିଲେ  ଖାଦ୍ୟରେ ପ୍ରତିଦିନ ଗୋଟିଏ ମାତ୍ର ସେଓ ସାମିଲ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ଗୋଟିଏ ସେଓ ଖାଆନ୍ତି, ତେବେ ଟାଇପ-୨ ଡାଇବେଟିସ୍‌ ହେବାର ଆଶଙ୍କା ବହୁ ପରିମାଣରେ କମିଯାଏ।
ବ୍ରିଟେନ୍‌ର ହାଭାର୍ଡ ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଖାଦ୍ୟରେ ଫଳ, ପନିପରିବା ଏବଂ ପୂରା ଶସ୍ୟର ପରିମାଣ ବୃଦ୍ଧି ହେଲେ ରୋଗ ହେବାର ଆଶଙ୍କା କମିଯାଏ। ଯଦି ରକ୍ତରେ ଭିଟାମିନ ସି ଏବଂ କାରୋଟିନ୍‌ଏଡ୍‌ର ପରିମାଣ ଯଥେଷ୍ଟ ବୃଦ୍ଧି ହୁଏ ତେବେ ଡାଇବେଟିସ୍‌ ଆଶଙ୍କା କମିଯାଏ।
ଦୁଇଟି ଗ୍ରୁପ୍‌କୁ ନେଇ ଏକ ଅନୁସନ୍ଧାନ କରାଯାଇଥିଲା। ପ୍ରଥମ ଗ୍ରୁପରେ ୯,୭୪୫ ଲୋକ ସାମିଲ ଥିଲେ ଯେଉଁମାନେ ଟାଇପ୍‌ – ୨ ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ଦ୍ୱିତୀୟ ଗ୍ରୁପରେ ୧୩,୬୬୨ ସୁସ୍ଥ ଲୋକ ଥିଲେ। ପ୍ରଥମ ଗ୍ରୁପ୍‌ର ଲୋକମାନେ ୨୭୪ ଗ୍ରାମ ଏବଂ ଦ୍ୱିତୀୟ ଗ୍ରୁପ୍‌ର ୫୦୮ ଗ୍ରାମ ଫଳ ଏବଂ ପନିପରିବା ଖାଇଥିଲେ।
ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି, ଯେଉଁମାନେ ନିଜ ଖାଦ୍ୟରେ ଅଧିକ ଫଳ ଏବଂ ପନିପରିବା ସାମିଲ କରିଥିଲେ ସେମାନଙ୍କ ରକ୍ତରେ ଅଧିକ ପରିମାଣର ଭିଟାମିନ-ସି ଏବଂ କାରୋଟିନ୍‌ଏଡ ମିଳିଥିଲା। ସେଥିମଧ୍ୟରୁ ଗ୍ରୁପ୍‌ ତୁଳନାରେ ଡାଇବେଟିସ୍‌ ହେବାର ଆଶଙ୍କା ୫୦ ପ୍ରତିଶତ ହ୍ରାସ ପାଇଛି।