କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? କରନ୍ତୁ ଏଭଳି…

ବେଳେ ବେଳେ ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହି କରଜକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଖୁବ୍‌ ଶାନ୍ତି ମିଳେ। ଆଉ ଯଦି ଠିକ୍‌ ସମୟରେ ସୁଝା ନଯାଏ, ତା’ହେଲେ ତାହା ବୋଝ ଭଳି ଲାଗିଥାଏ। ହେଲେ ଜାଣନ୍ତି କି, ଏମିତି ବି କିଛି କାର୍ଯ୍ୟ ଅଛି ଯାହାକୁ କଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ।

ଯେମିତିକି:
* ବାସ୍ତୁଶାସ୍ତ୍ର ଅନୁଯାୟୀ, ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ଜୀବନରେ ସେହି ସବୁ ସୁଖ ମିଳିଥାଏ, ଯାହାକୁ କେବେ ବି କେହି କଳ୍ପନା କରି ନଥିବେ। ତେଣୁ ପ୍ରତିଦିନ ହେଉ ଅବା ମଙ୍ଗଳବାର ଓ ଶନିବାର ଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ। ଫଳରେ ଖୁବ୍‌ ଶୀଘ୍ର ଏହାର ସୁପ୍ରଭାବ ଆପଣ ନିଜେ ଅନୁଭବ କରିପାରିବେ।

* ଜନ୍ଦା, ପିମ୍ପୁଡିଙ୍କୁ ତାଙ୍କର ପସନ୍ଦ ମୁତାବକ ଖାଇବାକୁ ଯୋଗାଇ ଦେଲେ ଜୀବନରେ କୁଆଡ଼େ ଖୁସି ଭରିଯାଇଥାଏ। ତେଣୁ ଏହି ଉପାୟଟିକୁ କରିଚାଲନ୍ତୁ ଦେଖିବେ ଜୀବନରେ ସୁଖଶାନ୍ତି ଭରିଯିବା ସହ ଶୀଘ୍ର କରଜରୁ ମୁକ୍ତି ମିଳିଯିବ।

* ମାଙ୍କଡ଼ଙ୍କୁ ମଙ୍ଗଳବାର ଦିନ ଯଦି ମିଠା, କଦଳୀ ଅବା ବୁଟ ଖାଇବାକୁ ଦିଆଯାଏ, ତା’ହେଲେ ପ୍ରଭୂ ହନୁମାନ କୁଆଡ଼େ ପ୍ରସନ୍ନ ହୋଇଥାନ୍ତି। ଯଦ୍ଦ୍ବାରା ତାଙ୍କ ଆର୍ଶୀବାଦରୁ ଶୀଘ୍ର କରଜ ସୁଝିବାକୁ ଆମକୁ ଉପାୟ ମିଳିଥାଏ।

* କୁକୁରଙ୍କୁ ମିଠା ବିସ୍କୁଟ୍‌ ଖାଇବାକୁ ଦେଲେ କରଜରୁ ମୁକ୍ତି ମିଳିବା ସହ ଘରୁ ନକରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

* ଗାଈଙ୍କୁ ଗୋମାତା ଭାବେ ପୂଜା କରାଯାଏ। ତେଣୁ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟରୁ କିଛି ପ୍ରଥମେ ଗାଈଙ୍କୁ ଖାଇବାକୁ ଦେଲେ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri