ଜବ୍‌ ସହିତ କ୍ୟାରିୟର୍‌ ଗଢିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଅଧିକ ରୋଜଗାର କରିବା ଆଉ ନିଜ ପସନ୍ଦର କ୍ୟାରିୟର କରିବା, ଦୁଇଟା ଭିନ୍ନ କଥା। ସେଥିପାଇଁ ତ ଅନେକ ସମୟରେ ଚାକିରି କରିବା ପରେ ବି ପାଠପଢ଼ା ସରି ନ ଥାଏ। ଗୋଟିଏ ପଟେ କର୍ମକ୍ଷେତ୍ରର ଦାୟିତ୍ୱ ଅନ୍ୟପଟେ ପାଠପଢ଼ା ପାଇଁ ସମୟ ବାହାର କରିବା କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନୁହେଁ…

ଭଲ ଜବ୍‌ କରିବା ପରେ ବି ସନ୍ତୁଷ୍ଟ ନ ଥାନ୍ତି ଅନେକେ। ଜବ୍‌ ସହିତ ସେମାନେ ପୁଣି ଅଧିକ ପାଠ ପଢ଼ି ନିଜକୁ ବିଭିନ୍ନ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରୁଥାନ୍ତି। କାହିଁକିନା ସେମାନେ ନିଜ ସ୍ବପ୍ନର କ୍ୟାରିୟର ଗଢ଼ି ନ ଥାନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅହରହ ଚେଷ୍ଟା ଚଳାଇଥାନ୍ତି। ଚାକିରି କରି ଭଲ ରୋଜଗାର କରିବା ପରେ ବି ସେମାନେ ପାଠପଢ଼ା ପାଇଁ ପ୍ରତି ମୁହୂର୍ତ୍ତରେ ବ୍ୟସ୍ତ ରହିଥାନ୍ତି। ନିଜ ସ୍ବପ୍ନ ପୂରା କରିବା ପାଇଁ ଯେମିତି ସେମାନେ ସଙ୍କଳ୍ପ କରି ନେଇଥାନ୍ତି। ନିଜର ଜିଦ୍‌କୁ କେବେ କମ୍‌ କରିବାକୁ ଦିଅନ୍ତି ନାହିଁ। ଏଭଳି ଏକ ପରିସ୍ଥିତିରେ କର୍ମଜୀବୀ ମହିଳା କିଭଳି ସମୟ ବାହାର କରିବେ ସେନେଇ କେତେକ ଦିଗ ପ୍ରତି ଧ୍ୟାନଦିଅନ୍ତୁ।
ଆଧୁନିକ ମାଧ୍ୟମ: ଚାକିରି ସହ ପାଠପଢ଼ା ଜାରି ରଖିବାକୁ ହେଲେ କିଛି ଆଧୁନିକ ମାଧ୍ୟମ ଆପଣେଇବାକୁ ହେବ। ଏଥିପାଇଁ ଆପଣ ଏକ ଟାବ୍‌ଲେଟ୍‌ କିଣି ନିଜ ପାଖରେ ରଖନ୍ତୂୁ। ଏହି ମାଧ୍ୟମରେ ପାଠ ପଢ଼ିବା ସହଜ ହୋଇପାରିବ। ଏହାକୁ ଯେକୌଣସି ସ୍ଥାନକୁ ସାଙ୍ଗରେ ନେଇ ଯାଇପାରିବେ। ଅବଶ୍ୟ ଏସବୁ କାମ ସ୍ମାର୍ଟ ଫୋନ୍‌ରେ ମଧ୍ୟ ହୋଇପାରିବ, ମାତ୍ର ଟାବ୍‌ଲେଟ୍‌ ମାଧ୍ୟମରେ ନୋଟ୍‌ ତିଆରି କରିବା ଓ ପଢ଼ିବା ଅଧିକ ସହଜ ହୋଇପାରିବ। ତେଣୁ ନିଜ ବଜେଟ ହିସାବରେ ଏକ ଟାବ୍‌ଲେଟ୍‌ କିଣି ସେହି ମାଧ୍ୟମରେ ନିଜ ପାଠପଢ଼ା ପ୍ରସ୍ତୁତି କରନ୍ତୁ।
ସ୍ମାର୍ଟ ଷ୍ଟଡି: ବିଭିନ୍ନ ପ୍ରକାର ଆପ୍‌ ମାଧ୍ୟମରେ ଏବେ ପାଠ ପଢ଼ିବା ବହୁ ସହଜ ହୋଇପାରୁଛି। ତେଣୁ ଟାବ୍‌ଲେଟ୍‌ରେ ଯେକୌଣସି ଆପ୍‌ ଡାଉନଲୋଡ୍‌ କରି ସେହି ମାଧ୍ୟମରେ ନିଜର ନୋଟ୍‌ କରନ୍ତୁ। ନିଜ ବିଷୟବସ୍ତୁ ଓ ଚାପ୍ଟର ଅନୁସାରେ ନୋଟ୍‌ ତିଆରି କରନ୍ତୁ। ଏପରି କରିବା ଫଳରେ ସବୁ ଚାପ୍ଟର ଖୋଜିବା ପାଇଁ ଅଧିକ ସମୟ ଲାଗିବ ନାହିଁ। ଏହି ଆପ୍‌ ମାଧ୍ୟମରେ ନିଜ ନୋଟ୍‌କୁ ଭିନ୍ନ ପେଜ୍‌ ଅନୁସାରେ ଅଲଗା ରଙ୍ଗ ଦେଇପାରିବେ, ଫଳରେ ପାଠ ପଢ଼ିବା ପ୍ରତି ଅଧିକ ଆକର୍ଷଣ ରହିବ ଓ ସହଜରେ ପାଠ ଖୋଜିଲେ ମିଳିଯିବ। ଏହା ସହ ପ୍ରତି ନୋଟ୍‌ ଅନୁସାରେ ନିଜ ବିଷୟ ଅନୁଯାୟୀ ଲିଙ୍କ୍‌ ମଧ୍ୟ ରଖିପାରିବେ ଓ ଆବଶ୍ୟକ ସମୟରେ ଖୁବ୍‌ଶୀଘ୍ର ଖୋଜିପାରିବେ। ତେଣୁ ଟାବ୍‌ଲେଟ୍‌ କିଣି ଏହିସବୁ ଆପ୍‌ ମାଧ୍ୟମରେ ସ୍ମାର୍ଟ ଷ୍ଟଡି ଆପଣାଇବା ହିଁ ଅଧିକ ଫଳପ୍ରଦ।
ଛୁଟିଦିନରେ: ଅଫିସରେ ସମସ୍ତଙ୍କ ପାଇଁ ସାପ୍ତାହିକ ଛୁଟିର ବ୍ୟବସ୍ଥା ରହିଥାଏ। ତେଣୁ ଏହିଦିନ ଆପଣ ଅଧିକ ସମୟ ପଢ଼ିବା ପାଇଁ ସ୍ଥିର କରନ୍ତୁ। ଯଦି ପାଠ ପଢ଼ିବା ହିଁ ଏବେ ମୁଖ୍ୟ ଲକ୍ଷ୍ୟ ହୋଇଥାଏ ତେବେ ଛୁଟିଦିନରେ ଅନ୍ୟ କୌଣସି କାମ ରଖନ୍ତୁ ନାହିଁ। ବରଂ ଘରର ଅନ୍ୟ କାମ ସବୁ ଅଫିସ ଥିବା ଦିନଗୁଡ଼ିକରେ ଶେଷ କରିଦିଅନ୍ତୁ। ତା’ହେଲେ ଛୁଟିଦିନରେ ପଢିବା ପାଇଁ ଅଧିକ ସମୟ ପାଇପାରିବେ। ପାଠପଢ଼ାରେ ଅପ୍‌ଡେଟ୍‌ ରହିବା ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରି ନିଜକୁ ଅପ୍‌ଡେଟ୍‌ ରଖନ୍ତୁ।
ଯେକୌଣସି ସମୟରେ: ଅଫିସ୍‌ରେ କିଛି ସମୟ ଫାଙ୍କା ଥିବାବେଳେ ହେଉ ଅଥବା ବାହାରେ କୌଣସି ସ୍ଥାନରେ ବସିବା ସମୟରେ, ଯେକୌଣସି ମୁହୂର୍ତ୍ତରେ ବି ପଢ଼ିବା ପାଇଁ ଇଚ୍ଛା ହେଲେ ତୁରନ୍ତ ପଢ଼ନ୍ତୁ। ଏଥିପାଇଁ ଟାବ୍‌ଲେଟ୍‌ ହିଁ ମୁଖ୍ୟ ମାଧ୍ୟମ ହୋଇପାରିବ। ଟାବ୍‌ଲେଟ୍‌ ପାଖରେ ଥିଲେ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଆପଣ ଚାହିଁଲେ ପାଠ ପଢ଼ିପାରିବେ। ଏମିତିକି ବସ୍‌ କିମ୍ବା ଟ୍ରେନ୍‌ରେ ଯିବା ସମୟରେ ଅବା ଅଫିସ୍‌ ଭିତରେ ଫାଙ୍କା ଥିବା ସମୟରେ ବେଶ୍‌ ସହଜରେ ପଢ଼ାପଢ଼ି କରିପାରିବେ।
ଟାଇମ୍‌ ଟେବୁଲ: ପାଠପଢ଼ା ପାଇଁ ଅଧିକ ସମୟ ବାହାର କରିବାକୁ ହେଲେ ଘରର ତଥା ନିଜର ଅନ୍ୟ ସବୁ କାମ ପାଇଁ ଏକ ଟାଇମ୍‌ ଟେବୁଲ ତିଆରି କରିବାକୁ ହେବ। ଯଦି ଘରକାମ ପାଇଁ ଅଧିକ ସମୟ ଦେବାକୁ ପଡୁଥାଏ ତା’ହେଲେ ତାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରିବାକୁ ଚେଷ୍ଟା କରନ୍ତୁ। ଆବଶ୍ୟକ ହେଲେ କିଛିଦିନ ପାଇଁ ଘରକାମରେ ଆପଣ ଜଣେ ସହାୟକଙ୍କୁ ଆଣି ରଖନ୍ତୁ। କିନ୍ତୁ ସବୁ କାମ ଭିତରେ ନିଜ ଲକ୍ଷ୍ୟସ୍ଥଳକୁ ଆଦୌ ଭୁଲନ୍ତୁ ନାହିଁ। ଏପରି ହେଲେ ଆପଣଙ୍କୁ ପଢ଼ାପଢ଼ି ପାଇଁ ଅଧିକ ସମୟ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri