ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୯।୭: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବରି କହିଛନ୍ତି ଯେ ଶ୍ରୀଲଙ୍କା ଏହାର ଆଞ୍ଚଳିକ ଜଳ ତଥା ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ସର୍ଭେ କରୁଥିବା ବିଦେଶୀ ଅନୁସନ୍ଧାନ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇ ନାହିଁ। ଅଲି ସାବରିଙ୍କ ନିକଟରେ ଜାପାନ ଗସ୍ତ ସମୟରେ ଜାପାନ ଗଣମାଧ୍ୟମ ତାଙ୍କ ଉଦ୍ଧେଶ୍ୟରେ କହିଛି ଯେ ଶ୍ରୀଲଙ୍କା ସାମୁଦ୍ରିକ ଜଳରେ ବିଦେଶୀ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ଶୀଘ୍ର ହଟାଇବ। ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଭାରତର ଚିନ୍ତା ବଢାଇ ଦେଇଛି, କାରଣ ଏହା ଚାଇନା ଜାହାଜକୁ ଭାରତୀୟ ଉପକୂଳର ନିକଟତର ହେବାକୁ ସୁଯୋଗ ଦେଇଥାନ୍ତା।
ସେ ରବିବାର କହିଛନ୍ତି ଯେ ଟୋକିଓରେ ଏକ ସାକ୍ଷାତକାର ସମୟରେ ଦେଇଥିବା ବିବୃତ୍ତିକୁ ବିକୃତ ଏବଂ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ସାବରି ଶ୍ରୀଲଙ୍କା ଖବରକାଗଜ ଦୈନିକ ମର୍ନିଂ ପୋଷ୍ଟକୁ କହିଛନ୍ତି ଯେ ଚଳିତ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଜଳରେ ବିଦେଶୀ ଜାହାଜ ଚଳାଚଳ ଉପରେ ନିଷେଧାଦେଶ ରହିଛି। ଆମେ ବର୍ଷ ଶେଷରେ ପରିସ୍ଥିତିର ଆକଳନ କରିବୁ, ଯାହା ପରେ ବିଦେଶୀ ଜାହାଜକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ଏହା ସବୁ ପରିସ୍ଥିତି ଉପରେ ନିର୍ଭର କରିବ। ବର୍ତ୍ତମାନ ସୁଦ୍ଧା ସରକାର ଏହି ପ୍ରତିବନ୍ଧକ ହଟାଇବା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମଲା ହାରିସଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଉପରାଷ୍ଟ୍ରପତି...

କିଏ ସେହି କମଲା ହାରିସ, ଯିଏ ହେବେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ,୨୨।୭: ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୂଳ ନେତା ଆମେରିକାର ଶକ୍ତିର...

ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌: କମଲା ହାରିସ୍‌ ହେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ

ଓ୍ବାଶିଂଟନ,୨୨ା୭ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯାଇଛନ୍ତି। ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ...

ଚାଇନାରେ ଭୟଙ୍କର ବନ୍ୟା

ସାନ୍‌ଗ୍ଲୁ ,୨୧ା୭ ଚାଇନାର ଉତ୍ତର ଏବଂ ଉତ୍ତରପୂର୍ବାଞ୍ଚଳରେ ସପ୍ତାହେ ହେଲା ପ୍ରବଳ ବର୍ଷା ଲାଗି ରହିବା ଫଳରେ ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବର୍ଷା ବିତ୍ପାତ...

ତୁର୍କୀରୁ ବିଦ୍ୟୁତ୍‌ ଆମଦାନୀ କରିବ ଇରାକ

ତେହରାନ,୨୧ା୭: ଇରାକ ବର୍ତ୍ତମାନ ତୁର୍କୀରୁ ଦେଶକୁ ବିଦ୍ୟୁତ୍‌ ଆମଦାନୀ କରିବ। ଏକ ବିବୃତ୍ତିରେ ଇରାକ ରବିବାର କହିଛି, ଏକ ନୂତନ ବିଦ୍ୟୁତ୍‌ ଲାଇନ ତୁର୍କୀରୁ ଏହାର...

ସଂସଦରେ ଆସ୍ଥା ଭୋଟରେ ଜିତିଲେ ଓଲି

କାଠମାଣ୍ଡୁ,୨୧।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଜି (ଜୁଲାଇ ୨୧) ରବବାର ସଂସଦରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ...

ମେରିଟ୍‌ ଭିତ୍ତିରେ ମିଳିବ ୯୩% ସରକାରୀ ଚାକିରି: ବିବାଦୀୟ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତନ କଲେ ବାଂଲାଦେଶ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୧।୭: ହିଂସାତ୍ମକ ବିରୋଧ ମଧ୍ୟରେ ବାଂଲାଦେଶର ସୁପ୍ରିମକୋର୍ଟ ରବିବାର ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବଜାୟ ରଖିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାତିଲ କରିଛନ୍ତି। ତେବେ ସୁପ୍ରିମକୋର୍ଟ...

୧୫ ଦିନ ତଳେ କରିଥିଲେ ବିବାହ, ସାମାନ୍ୟ କଥାରୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ, ୨୧।୭: ରାସ୍ତାରେ କାର ପାର୍କିଂକୁ ନେଇ ସାମାନ୍ୟ ଯୁକ୍ତି ତର୍କରୁ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଏପରି ଏକ ଘଟଣା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri