ଜୀବନରେ ଖୁସି ଚାହୁଁଛନ୍ତି କି? ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ପାଖ ମାଡ଼ିବନି ଅସୁବିଧା…

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି। ଖୁସି ହେବା ପାଇଁ ଜଣେ ବ୍ୟକ୍ତି କେବଳ ନିଜର ଆଚରଣ ବଦଳାଇବା ଆବଶ୍ୟକ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ସୁଖ ପ୍ରାପ୍ତି ପାଇଁ ଆବଶ୍ୟକ ଅନେକ ଜିନିଷ ବିଷୟରେ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ …

ସତ୍ୟ:
ଚାଣକ୍ୟଙ୍କ ଅନୁଯାୟୀ ସତ୍ୟ ହେଉଛି ପ୍ରକୃତ ସୁଖ। ସତ୍ୟର ପଥରେ ଚାଲିବା ଦ୍ୱାରା ଯେଉଁ ସୁଖ ମିଳିଥାଏ ତାହା ସର୍ବୋତ୍ତମ। ସତ୍ୟର ଆବରଣ ମନୁଷ୍ୟର ବ୍ୟକ୍ତିତ୍ୱକୁ ସୁନ୍ଦର କରିଥାଏ।

ବଳିଦାନ/ତ୍ୟାଗ:
ମଣିଷ ପାଇଁ ସୁଖର ପଥରେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଆତ୍ମ-ବଳିଦାନ ଭାବନା ନ ରହିବା। ଯେଉଁ ବ୍ୟକ୍ତି ଭିତରେ ତ୍ୟାଗ ଭାବନା ରହିଥାଏ ସେ ପରମ ସୁଖ ପ୍ରାପ୍ତି କରିଥାଏ।

ଅନୁଶାସନ:
ଜଣେ ଶୃଙ୍ଖଳିତ ବ୍ୟକ୍ତି ଯେକୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି। ଅନୁଶାସନ ତାଙ୍କୁ ଧୌର୍ଯ୍ୟବାନ କରିବା ସହ ଜୀବନଶୈଳୀ ମଧ୍ୟ ସନ୍ତୁଳନ କରିଥାଏ। ଜଣେ ଶୃଙ୍ଖଳିତ ବ୍ୟକ୍ତି ସହଜରେ ଜୀବନରେ ଆସୁଥିବା ଅସୁବିଧାକୁ ମୁକାବିଲା କରିପାରିଥାଏ।

ଆଧ୍ୟାତ୍ମିକତା:
ମଣିଷର ମନ ଶାନ୍ତି ପାଇଁ ଆଧ୍ୟାତ୍ମିକତାକୁ ଏକ ଉତ୍ତମ ଉପାୟ ଭାବରେ ବିବେଚନା କରାଯାଇଛି। ଆଧ୍ୟାତ୍ମିକତା ଜଣେ ବ୍ୟକ୍ତିଙ୍କୁ ଭଗବାନଙ୍କ ସହ ଯୋଡି ହେବାରେ ସାହାଯ୍ୟ କରେ। ମନର ଏକାଗ୍ରତା ପାଇଁ ଆଧ୍ୟାତ୍ମିକତା ଜରୁରୀ ବୋଲି ବିବେଚନା କରାଯାଏ।

ପ୍ରକୃତି:
ମଣିଷ ଜୀବନ ପାଇଁ ପ୍ରକୃତି ଅତ୍ୟନ୍ତ ଜରୁରୀ। କିମ୍ବା ଏହା ମଧ୍ୟ କୁହାଯାଇପାରେ ଯେ ପ୍ରକୃତି ମଣିଷକୁ ଜୀବନ ଦେଇଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟର ସମସ୍ତ ଆବଶ୍ୟକତାର ଆଧାର ହେଉଛି ପ୍ରକୃତ। ତେଣୁ, ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବା ଉଚିତ୍‌। ମଣିଷ ପ୍ରକୃତିର କ୍ଷତି କରିବା ଠାରୁ ଦୂରେଇ ରହିବା ଉଚିତ୍‌ ବୋଲି ଚାଣକ୍ୟ କହିଛନ୍ତି।