Categories: ଖେଳ

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର

କଲମ୍ବୋ,୧୫।୮: ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ଓ୍ବାନିନ୍ଦୁ ହସରଙ୍ଗା ମଙ୍ଗଳବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିଜର ସୀମିତ ଓଭର ଖେଳକୁ ଅଧିକ ଗୁରୁତ୍ୱ ଦେବା ଲାଗି ସେ ଟେଷ୍ଟ କ୍ରିକେଟରୁ ଅବସର ଦେଇଛନ୍ତି। ସେ ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଜଣାଇଥିବା ବେଳେ ବୋର୍ଡ ଏହାକୁ ସ୍ବୀକାର କରିନେଇଛି।

୨୬ ବର୍ଷୀୟ ହସରଙ୍ଗା ଟି୨୦ ଏବଂ ଦିନିକିଆ ଭଳି ଟେଷ୍ଟରେ ଖେଳିବାର ସୁଯୋଗ ପାଇନାହାନ୍ତି। ସେ ମାତ୍ର ୪ ଟେଷ୍ଟ ମ୍ୟାଚ୍‌ର ୭ ଇନିଂସରେ ୧୯୬ ରନ୍‌ କରିଛନ୍ତି। ଏଥିସହ ୪ ଉଇକେଟ ନେଇଛନ୍ତି। ୨୦୨୦ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୨୦୨୧ରେ ଅନ୍ତିମ ମୁକାବିଲା ଖେଳିଛନ୍ତି।

ତେବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସନ୍ନ୍ୟାସ ନେବାକୁ ଅଗଷ୍ଟ ୧୫କୁ ବାଛିଥିବା ବେଳେ ହସରଙ୍ଗା ମଧ୍ୟ ଏହି ଦିନ ଟେଷ୍ଟରୁ ଅବସର ନେଇଛନ୍ତି।

Share