Categories: ଖେଳ

ବାଦ୍‌ ପଡ଼ିଲେ ହସରଙ୍ଗା

ନୂଆଦିଲ୍ଲୀ,୨୩।୨: ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ ଶ୍ରୀଲଙ୍କା ଟିମ୍‌କୁ ଲାଗିଛି ଝଟ୍‌କା। ଦଳର କିମ୍ବଦନ୍ତୀ ଖେଳାଳି ଓ୍ବାନିଣ୍ଡୁ ହସରଙ୍ଗା ଏହି ସିରିଜରୁ ବାଦ୍‌ ପଡ଼ିଛନ୍ତି। ଅଷ୍ଟ୍ରେଲିଆରେ ମଙ୍ଗଳବାର କରାଯାଇଥିବା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏବେ ତାଙ୍କ ଆର୍‌ଟିପିସିଆର ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିବା ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି।

ଫେବୃୟାରୀ ୧୫ରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ହସରଙ୍ଗାଙ୍କ ଆଣ୍ଟିଜେନ୍‌ ଟେଷ୍ଟ ପଜିଟିଭ୍‌ ଆସିଥିଲା। ପୁର୍ନବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କ ମେଲବୋର୍ନରୁ କାନବେରାକୁ ପଠାଯାଇଛି। ସେ ସେଠାରେ ଆଇସୋଲେଶନରେ ରହିବେ। ଫଳରେ ଫେବୃୟାରୀ ୨୪,୨୭ ଏବଂ ୨୮ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ରେ ଭାଗ ନେଇପାରିବେ ନାହିଁ। ଅପରପକ୍ଷେ ହସରଙ୍ଗାଙ୍କ ଅନୁପସ୍ଥିତି ଦଳ ପାଇଁ ଝଟ୍‌କାଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି।

Share