Categories: ଜାତୀୟ

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କାନ୍ଥ…

ମୁମ୍ବାଇ,୧୮।୭: ମହାରାଷ୍ଟ୍ରର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଚେମ୍ବୁର ଏବଂ ଓ୍ବିକ୍ରୋଲି ଅଞ୍ଚଳରେ ସଙ୍କଟ ସୃଷ୍ଟି ହୋଇଛି। ଝୁମ୍ପୁଡ଼ି ବସ୍ତିର କେତେକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମାଟି ତଳେ କିଛି ଲୋକ ଦବି ହୋଇ ରହିଥିବାର ଆଣଙ୍କା କରାଯାଉଛି। ପ୍ରବଳ ବର୍ଷା ଯୋଗୁ ଚେମ୍ବୁରର ଭାରତ ନଗର ବସ୍ତି ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଣି ଘେରରେ ଥିବା ଲୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଅସ୍ଥାୟୀ ଶିବିରରେ ରଖାଯାଇଛି।

Share