Posted inଫୁରସତ

‘ୱାଲ୍‌ ଅଫ୍‌ ଗମ୍‌’

ୱାଶିଂଟନ: ଚୁଇଁଗମ୍‌ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। ହେଲେ ଖାଇସାରିବା ପରେ କେହି ତାକୁ ଠିକ୍‌ ଭାବେ ନ ଫୋପାଡ଼ି ଏଠି ସେଠି ଫିଙ୍ଗନ୍ତି। ନ ହେଲେ କେହି ତାକୁ ଲୁଚାଇ କୌଣସି କାନ୍ଥବାଡ଼ରେ ମଧ୍ୟ ଲଗାଇ ଦିଅନ୍ତି। ତେବେ ଆମେରିକାରେ ଏକ କାନ୍ଥ ରହିଛି, ଯେଉଁଠାରେ ଲୋକ ଲୁଚାଇକି ନୁହେଁ ଖୋଲାଖୋଲି ଭାବେ ଚୁଇଁଗମ୍‌ ଲଗାନ୍ତି। ରିପୋର୍ଟ ମୁତାବକ, ୱାଶିଂଟନର ସିଏଟେଲ୍‌ରେ ‘ୱାଲ୍‌ ଅଫ୍‌ ଗମ୍‌’ କିମ୍ବା ‘ଗମ୍‌ ୱାଲ୍‌’ ନାମରେ ଏକ କାନ୍ଥ ରହିଛି। କାରଣ ସେଠାରେ ହଜାର ହଜାର ଚୁଇଁଗମ୍‌ ଲଗାଯାଇଛି। ଚୁଇଁଗମ୍‌ ଚୋବାଇବା ପରେ ଲୋକେ ଏଠାରେ ଲଗାଇଥାନ୍ତି। ଏଥିପାଇଁ ଏହାକୁ ୨୦୦୯ରେ ଦୁନିଆର ଦର୍ଶନୀୟ ସ୍ଥଳର ମାନ୍ୟତା ଦିଆଗଲା। ଏହି କାନ୍ଥର ଉଚ୍ଚତା ୮ ଫୁଟ୍‌ ଏବଂ ଏହାର ଲମ୍ବା ୫୦ ଫୁଟ୍‌। ୧୯୯୩ରୁ ଏଠାରେ ଚୁଇଁଗମ୍‌ ଲଗାଇବା ପରମ୍ପରା ଆରମ୍ଭ ହୋଇଥିଲା। ଏହି କାନ୍ଥ ମାର୍କେଟ୍‌ ଥିଏଟର ପାଖରେ ରହିଛି। ଟିକେଟ୍‌ଧାରୀମାନେ ଭିତରକୁ ଯିବାକୁ ଲାଇନ ଲଗାଇ ସେଠାରେ ଠିଆ ହୋଇଥାନ୍ତି। ଅଧିକ ସମୟ ଅପେକ୍ଷା କରିବା ସହ ସେମାନେ ସେଠାରେ ଚୁଇଁଗମ୍‌ ଲଗାଇଦେଇଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା ଅନେକ ଲୋକ ମଧ୍ୟ ସେପରି କରିବାକୁ ଲାଗିଲେ। ଏହି ସ୍ଥାନ ସେତେବେଳେ ପ୍ରସିଦ୍ଧ ହେଲା, ଯେତେବେଳେ ହଲିଉଡ୍‌ ଅଭିନେତ୍ରୀ ଜେନିଫର ଏନିଷ୍ଟନଙ୍କ ଫିଲ୍ମର ଏକ ଦୃଶ୍ୟ ଏହି କାନ୍ଥରେ ଦେଖାଗଲା। ଯେଉଁଥିରେ ଅଭିନେତ୍ରୀ ଚୁଇଁଗମ୍‌ ଲଗାଉଥିବାର ଦେଖିବାକୁ ମିଳିଥିଲା। ସେବେଠାରୁ ଏଠାକୁ ହଜାର ହଜାର ଲୋକ ଚୁଇଁଗମ୍‌ ଲଗାଇବାକୁ ଲାଗିଲେ। ପରେ ସେଠାରେ ଏତେ ଚୁଇଁଗମ୍‌ ଲଗାଗଲା ଯେ, ସେଠାର କାନ୍ଥ ମଧ୍ୟ ଦେଖାଗଲାନି। ପରେ ୨୦୧୫ରେ ଥରେ ଏହି କାନ୍ଥକୁ ସମ୍ପୂର୍ଣ୍ଣ ସଫା କରାଯାଇଥିଲା। ସେହି କାନ୍ଥକୁ ସଫା କରିବାକୁ ପ୍ରାୟ ୧୩୦ ଘଣ୍ଟାର ପରିଶ୍ରମ ପରେ ୧ ଟନ ଚୁଇଁଗମ୍‌ କଢାଯାଇଥିଲା। ଦ୍ୱିତୀୟ ଥର ପାଇଁ ୨୦୧୮ରେ ଚୁଇଁଗମ୍‌ ସଫା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri