ଓ୍ବକ୍‌ଫ ବିଲ୍‌: ନୀତୀଶ, ନାଇଡୁଙ୍କୁ କିପରି ମନାଇଲା ଭାଜପା

ନୂଆଦିଲ୍ଲୀ,୪ା୪:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାରମ୍ପରିକ ଭାବେ ମୁସଲମାନ ଭୋଟ ବ୍ୟାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ। କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରରେ ସାମିଲ ଥିବା ଏହି ୨ ସହଯୋଗୀ ଦଳ ଏକକ ଦଓ୍ବୋନୀ ସଂହିତା (ୟୁସିସି) ସମେତ ମୁସଲମାନଙ୍କ ସ୍ବାର୍ଥରକ୍ଷା କଥା ଉଠିଲେ ଭାଜପାଠାରୁ ଭିନ୍ନମତ ପୋଷଣ କରିଥାଆନ୍ତି। ତେବେ ଓ୍ବକ୍‌ଫ ସଂଶୋଧନ ବିଲ୍‌ ପ୍ରସଙ୍ଗରେ ଭାଜପା ଉଭୟ ଟିଡିପି ଏବଂ ଜେଡିୟୁର ସମର୍ଥନ ହାସଲ କରିବାରେ କିପରି ସକ୍ଷମ ହେଲା ସେନେଇ ବର୍ତ୍ତମାନ ଚର୍ଚ୍ଚା ଜାରି ରହିଛି।
ଟିଡିପି ଏବଂ ଜେଡିୟୁ ବିବାଦୀୟ ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ କରିବା ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ୨୦୨୪ ଅଗଷ୍ଟରେ ଲୋକ ସଭାରେ ଓ୍ବକ୍‌ଫ ବିଲ୍‌ ଆଗତ କରାଯିବା ପୂର୍ବରୁ କେନ୍ଦ୍ରର ବରିଷ୍ଠ ମନ୍ତ୍ରୀମାନେ ଏହାର ଗୁରୁତ୍ୱ ସମ୍ପର୍କରେ ୨ ଦଳକୁ ଅବଗତ କରାଇଥିଲେ। ସେମାନେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏବଂ ଜୟନ୍ତ ଚୌଧରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ସହ ମଧ୍ୟ ପରାମର୍ଶ କରିଥିଲେ। ବିରୋଧୀ ଦଳଗୁଡ଼ିକ ଓ୍ବକ୍‌ଫ ବିଲ୍‌କୁ ଧ୍ରୁବୀକରଣର ଅସ୍ତ୍ର ଭାବେ ଅଭିହିତ କରୁଥିବାବେଳେ ଭାଜପା ବିଲ୍‌ର ଆବଶ୍ୟକତା ସମ୍ପର୍କରେ ସହଯୋଗୀ ଦଳଗୁଡ଼ିକୁ ବୁଝାଇଥିଲା। ଏଥିସହ ମୁସଲମାନ ସମ୍ପ୍ରଦାୟର ସ୍ବାର୍ଥ ସୁରକ୍ଷା ଏବଂ ମହିଳାଙ୍କ ଅଧିକାର ସୁନିଶ୍ଚିତ କରାଯିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲା। ଓ୍ବକ୍‌ଫ ସମ୍ପତ୍ତି ଓ ରାଜ୍ୟ ସରକାରଙ୍କ ଅଧିକାରରେ ହସ୍ତକ୍ଷେପକୁ ନେଇ ଅଂଶୀଦାର ଦଳଗୁଡ଼ିକ ଚିନ୍ତାବ୍ୟକ୍ତ କରିବାରୁ ଏହାକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଥିଲା। ଜେପିସି ଏଥିରେ ୧୪ଟି ସଂଶୋଧନକୁ ଗ୍ରହଣ କରିଥିଲା। ସଂଶୋଧନ ଭିତରେ ଜେଡିୟୁ ଏବଂ ଡିଟିପିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିଲା। ଜେଡିୟୁ ଜୋର୍‌ ଦେଇ କହିଥିଲା, ମସ୍‌ଜିଦ, ଦରଘା ଓ ଅନ୍ୟ ମୁସଲିମ୍‌ ଧର୍ମପୀଠଗୁଡ଼ିକ ଉପରେ ନୂଆ ଆଇନକୁ ପିଛିଲା ଭାବେ ଲାଗୁକରା ନ ଯାଉ। ସେହିପରି ଟିଡିପି ଓ୍ବକ୍‌ଫ ସମ୍ପତ୍ତି ଉପରେ ରାଜ୍ୟର ସ୍ବାୟତ୍ତତା ବଜାୟ ରଖିବା ପାଇଁ ଜିଦ୍‌ ଧରିଥିଲା। ସଂଶୋଧିତ ବିଲ୍‌ରେ ଏହା ସନ୍ନିବେଶିତ କରାଯାଇଥିବାରୁ ଟିଡିପି, ଜେଡିୟୁ, ଏଲ୍‌ଜେପି, ଆର୍‌ଏଲ୍‌ଡି ଏବଂ ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା ଉକ୍ତ ବିଲ୍‌କୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?