୫ରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା

କେନ୍ଦ୍ରାପଡ଼ା,୪ା୩(ଜଗନ୍ନାଥ ଧଳ):ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏହା ପୂର୍ବରୁ କେନ୍ଦ୍ରପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚାଲିବା ସ୍ବପ୍ନ ପୂରଣ ହେବାକୁ ଯାଉଥିବା ସୂଚନା ମିଳୁଛି। ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲା ଚଣ୍ଡିଖୋଲକୁ ଗସ୍ତ କରୁଛନ୍ତି। ଏହି ଅବସରରେ ଓଡ଼ିଶାର ପ୍ରାୟ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କରିବା ସହିତ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ମେମୁ (ମେନଲାଇନ ଇଲେକ୍ଟ୍ରିକ ମଲଟିପୁଲ ୟୁନିଟ) ଟ୍ରେନ ଚାଲିବା ଘୋଷଣା ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି। ଟ୍ରେନର ଯାତାୟତ ସମୟ ସାରଣୀ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏଥିସହ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ତନଖି ବିଭାଗର ସର୍ବଶେଷ ରିପୋର୍ଟ ପହଞ୍ଚତ୍ ଥିବା ପୂର୍ବତଟ ରେଳପଥର ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିରାକାର ଦାସ ସୂଚନା ଦେଇଛନ୍ତି। ଅପରପକ୍ଷେ ହରିଦାସପୁର ରେଳ ଷ୍ଟେଶନର ଏଏସ୍‌ଏମ୍‌ ସୁକାନ୍ତ ପଟ୍ଟନାୟକ କହିଛନ୍ତି, ରେଳ ଚଳାଚଳ ପାଇଁ ଅଦ୍ୟାବଧି ନୋଟିସ ପହଞ୍ଚତ୍ ନାହିଁ। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।
ମେମୁ ଟ୍ରେନ ଚଳାଚଳ ପାଇଁ ବିଭାଗୀୟ ଦପ୍ତରକୁ ବାରମ୍ବାର ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିବା ପଟ୍ଟାମୁଣ୍ଡାଇ ଉତ୍କଳମଣି ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା କହିଛନ୍ତି, ହରିଦାସପୁର ପାରାଦୀପ ରେଳପଥ ପାଇଁ ୧୯୯୮ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୮୨ କି.ମି. ଫାଟକ ବିହୀନ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ସ୍ବପ୍ନ ହୋଇଆସିଛି।
ଇତିମଧ୍ୟରେ ୫ଟି ସାଧାରଣ ନିର୍ବାଚନ ବିତିଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରେଳ ଚାଲିବା ରାଜନେତାଙ୍କ ଦଳୀୟ ପ୍ରଚାର ପାଇଁ ଖୋରାକ ଯୋଗାଇବ। ତେବେ ଜିଲାବାସୀଙ୍କ ସ୍ବପ୍ନ ପୂରଣ ହେବା ସହିତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଯୁବବର୍ଗଙ୍କୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି, କଂଗ୍ରେସର ଅହରହ ଆନ୍ଦୋଳନର ଫଳ ରୂପେ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଯାତ୍ରୀବାହୀ ରେଳ ଚଳାଚଳ ଘୋଷଣା ବହୁ ବିଳମ୍ବରେ ହେଲା। ୨୦୨୦ରେ ଏହି ରେଳପଥର ନିର୍ମାଣ କାର୍ଯ୍ୟ ସରି ମାଲବାହୀ ରେଳ ଚଳାଚଳ କରୁଛି। ପ୍ରତ୍ୟେହ ୨୫ରୁ ଊର୍ଦ୍ଧ୍ୱ ଥର ଯାତାୟତରେ କୌଣସି ଅସୁବିଧା ହୋଇନାହିଁ। ଏହାସତ୍ତ୍ୱେ ଜିଲାବାସୀଙ୍କ ସ୍ବପ୍ନ ପୂରଣ ପାଇଁ ଗତ ସାଢ଼େ ୩ ବର୍ଷରେ କଂଗ୍ରେସ ପକ୍ଷରୁ ୯ଟି ବଡ ଧରଣର ଆନ୍ଦୋଳନ, ରେଳରୋକୋ ଆଦି କରାଯାଇଛି ା ସେହିପରି ରେଳ ବିଭାଗଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ମେମୁ ଟ୍ରେନ କେନ୍ଦୁଝର ପର୍ଯ୍ୟନ୍ତ ଚାଲିବା ଯୋଜନା ହୋଇଛି। ଏହି ରେଳପଥରେ କଲିକତାକୁ ଯିବା ପାଇଁ ନୂତନ ଟ୍ରେନର ଘୋଷଣା କରିବାକୁ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଦାବି ରହିବ ବୋଲି ବରିଷ୍ଠ କଂଗ୍ରେସ ନେତା ବେହେରା କହିଛନ୍ତି। ରେଳ ଚଳାଚଳ ଘୋଷଣା ସମ୍ପର୍କରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଓଡିଶା ରାଜ୍ୟ ସରକାରଙ୍କ ସକରାତ୍ମକ ଦୃଷ୍ଟି ପାଇଁ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଜମି ଅଧିଗ୍ରହଣଠାରୁ ତୁରନ୍ତ ରେଳ ଚଳାଚଳ ପାଇଁ ଦାବି ପର୍ଯ୍ୟନ୍ତରେ ବିଜେଡି ସର୍ବଦା ଆଗରେ ରହିଛି। ରେଳମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବା, ସଂସଦରେ ଏସମ୍ପର୍କରେ ଦାବିକୁ ଉତ୍‌ଥାପନ କରିବାରେ ଦଳୀୟ ନେତା ଆଗରେ ଅଛନ୍ତି। ରେଳ ଚଳାଚଳ ଦ୍ୱାରା ଏହି ଜିଲାର ଆର୍ଥିକ ବିକାଶ ହୋଇପାରିବ। ଏହି ଜିଲାରେ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପାଇଁ ପ୍ରସ୍ତୁତି ସରିଛି। କେତେକ ପ୍ରକଳ୍ପ ପାଇଁ ଏମ୍‌ଓୟୁ ହୋଇଛି। ଯାତ୍ରୀବାହୀ ରେଳ ଏଥିରେ ବଡ ଧରଣର ଅଂଶ ଗ୍ରହଣ କରିବ ବୋଲି ବିଧାୟକ ବେହେରା କହିଛନ୍ତି। ବରିଷ୍ଠ ଭାଜପା ନେତା ଭୂବନମୋହନ ଜେନା କହିଛନ୍ତି, କେନ୍ଦ୍ରରେ ଭାଜପା ସରକାର ଥିବା ସମୟରେ ଏହି ରେଳପଥ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। କଂଗ୍ରେସ ଶାସନ ସମୟରେ ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ହେଲାନାହିଁ। ୨୦୧୪ରେ ଭାଜପା କେନ୍ଦ୍ରରେ ଶାସନାଧୀନ ହେବା ପରେ ଏହି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିଲା।ଏହା ମୋଦିଙ୍କ ଗ୍ୟାରେଣ୍ଟି ହୋଇଥିବା ବେଳେ ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ରହିଛି। ଆସନ୍ତା ଦିନରେ ଏହି ରେଳପଥ କେବଳ ମାଲ ପରିବହନ, ଯାତ୍ରୀବାହୀରେ ସୀମିତ ନ ରହି ପର୍ଯ୍ୟଟକଙ୍କ ରେଳ ବୋଲି ପରିଚିତ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?