୫ରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା

କେନ୍ଦ୍ରାପଡ଼ା,୪ା୩(ଜଗନ୍ନାଥ ଧଳ):ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏହା ପୂର୍ବରୁ କେନ୍ଦ୍ରପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚାଲିବା ସ୍ବପ୍ନ ପୂରଣ ହେବାକୁ ଯାଉଥିବା ସୂଚନା ମିଳୁଛି। ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲା ଚଣ୍ଡିଖୋଲକୁ ଗସ୍ତ କରୁଛନ୍ତି। ଏହି ଅବସରରେ ଓଡ଼ିଶାର ପ୍ରାୟ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କରିବା ସହିତ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ମେମୁ (ମେନଲାଇନ ଇଲେକ୍ଟ୍ରିକ ମଲଟିପୁଲ ୟୁନିଟ) ଟ୍ରେନ ଚାଲିବା ଘୋଷଣା ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି। ଟ୍ରେନର ଯାତାୟତ ସମୟ ସାରଣୀ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏଥିସହ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ତନଖି ବିଭାଗର ସର୍ବଶେଷ ରିପୋର୍ଟ ପହଞ୍ଚତ୍ ଥିବା ପୂର୍ବତଟ ରେଳପଥର ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିରାକାର ଦାସ ସୂଚନା ଦେଇଛନ୍ତି। ଅପରପକ୍ଷେ ହରିଦାସପୁର ରେଳ ଷ୍ଟେଶନର ଏଏସ୍‌ଏମ୍‌ ସୁକାନ୍ତ ପଟ୍ଟନାୟକ କହିଛନ୍ତି, ରେଳ ଚଳାଚଳ ପାଇଁ ଅଦ୍ୟାବଧି ନୋଟିସ ପହଞ୍ଚତ୍ ନାହିଁ। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।
ମେମୁ ଟ୍ରେନ ଚଳାଚଳ ପାଇଁ ବିଭାଗୀୟ ଦପ୍ତରକୁ ବାରମ୍ବାର ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିବା ପଟ୍ଟାମୁଣ୍ଡାଇ ଉତ୍କଳମଣି ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା କହିଛନ୍ତି, ହରିଦାସପୁର ପାରାଦୀପ ରେଳପଥ ପାଇଁ ୧୯୯୮ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୮୨ କି.ମି. ଫାଟକ ବିହୀନ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ସ୍ବପ୍ନ ହୋଇଆସିଛି।
ଇତିମଧ୍ୟରେ ୫ଟି ସାଧାରଣ ନିର୍ବାଚନ ବିତିଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରେଳ ଚାଲିବା ରାଜନେତାଙ୍କ ଦଳୀୟ ପ୍ରଚାର ପାଇଁ ଖୋରାକ ଯୋଗାଇବ। ତେବେ ଜିଲାବାସୀଙ୍କ ସ୍ବପ୍ନ ପୂରଣ ହେବା ସହିତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଯୁବବର୍ଗଙ୍କୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି, କଂଗ୍ରେସର ଅହରହ ଆନ୍ଦୋଳନର ଫଳ ରୂପେ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଯାତ୍ରୀବାହୀ ରେଳ ଚଳାଚଳ ଘୋଷଣା ବହୁ ବିଳମ୍ବରେ ହେଲା। ୨୦୨୦ରେ ଏହି ରେଳପଥର ନିର୍ମାଣ କାର୍ଯ୍ୟ ସରି ମାଲବାହୀ ରେଳ ଚଳାଚଳ କରୁଛି। ପ୍ରତ୍ୟେହ ୨୫ରୁ ଊର୍ଦ୍ଧ୍ୱ ଥର ଯାତାୟତରେ କୌଣସି ଅସୁବିଧା ହୋଇନାହିଁ। ଏହାସତ୍ତ୍ୱେ ଜିଲାବାସୀଙ୍କ ସ୍ବପ୍ନ ପୂରଣ ପାଇଁ ଗତ ସାଢ଼େ ୩ ବର୍ଷରେ କଂଗ୍ରେସ ପକ୍ଷରୁ ୯ଟି ବଡ ଧରଣର ଆନ୍ଦୋଳନ, ରେଳରୋକୋ ଆଦି କରାଯାଇଛି ା ସେହିପରି ରେଳ ବିଭାଗଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ମେମୁ ଟ୍ରେନ କେନ୍ଦୁଝର ପର୍ଯ୍ୟନ୍ତ ଚାଲିବା ଯୋଜନା ହୋଇଛି। ଏହି ରେଳପଥରେ କଲିକତାକୁ ଯିବା ପାଇଁ ନୂତନ ଟ୍ରେନର ଘୋଷଣା କରିବାକୁ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଦାବି ରହିବ ବୋଲି ବରିଷ୍ଠ କଂଗ୍ରେସ ନେତା ବେହେରା କହିଛନ୍ତି। ରେଳ ଚଳାଚଳ ଘୋଷଣା ସମ୍ପର୍କରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଓଡିଶା ରାଜ୍ୟ ସରକାରଙ୍କ ସକରାତ୍ମକ ଦୃଷ୍ଟି ପାଇଁ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଜମି ଅଧିଗ୍ରହଣଠାରୁ ତୁରନ୍ତ ରେଳ ଚଳାଚଳ ପାଇଁ ଦାବି ପର୍ଯ୍ୟନ୍ତରେ ବିଜେଡି ସର୍ବଦା ଆଗରେ ରହିଛି। ରେଳମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବା, ସଂସଦରେ ଏସମ୍ପର୍କରେ ଦାବିକୁ ଉତ୍‌ଥାପନ କରିବାରେ ଦଳୀୟ ନେତା ଆଗରେ ଅଛନ୍ତି। ରେଳ ଚଳାଚଳ ଦ୍ୱାରା ଏହି ଜିଲାର ଆର୍ଥିକ ବିକାଶ ହୋଇପାରିବ। ଏହି ଜିଲାରେ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପାଇଁ ପ୍ରସ୍ତୁତି ସରିଛି। କେତେକ ପ୍ରକଳ୍ପ ପାଇଁ ଏମ୍‌ଓୟୁ ହୋଇଛି। ଯାତ୍ରୀବାହୀ ରେଳ ଏଥିରେ ବଡ ଧରଣର ଅଂଶ ଗ୍ରହଣ କରିବ ବୋଲି ବିଧାୟକ ବେହେରା କହିଛନ୍ତି। ବରିଷ୍ଠ ଭାଜପା ନେତା ଭୂବନମୋହନ ଜେନା କହିଛନ୍ତି, କେନ୍ଦ୍ରରେ ଭାଜପା ସରକାର ଥିବା ସମୟରେ ଏହି ରେଳପଥ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। କଂଗ୍ରେସ ଶାସନ ସମୟରେ ଏଥିପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ହେଲାନାହିଁ। ୨୦୧୪ରେ ଭାଜପା କେନ୍ଦ୍ରରେ ଶାସନାଧୀନ ହେବା ପରେ ଏହି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିଲା।ଏହା ମୋଦିଙ୍କ ଗ୍ୟାରେଣ୍ଟି ହୋଇଥିବା ବେଳେ ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ରହିଛି। ଆସନ୍ତା ଦିନରେ ଏହି ରେଳପଥ କେବଳ ମାଲ ପରିବହନ, ଯାତ୍ରୀବାହୀରେ ସୀମିତ ନ ରହି ପର୍ଯ୍ୟଟକଙ୍କ ରେଳ ବୋଲି ପରିଚିତ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri