ଆଇନ ସଂଶୋଧନକୁ ଅପେକ୍ଷା

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜ୍ୟର ୫ ମହାନଗର ନିଗମ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ନିର୍ବାଚନ ହୋଇପାରୁ ନାହିଁ। ସ୍ଥାନ ସଂରକ୍ଷଣ ନେଇ ସମସ୍ୟା ଦେଖାଦେବା ପରେ ନିର୍ବାଚନ ନେଇ ସରକାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇପାରି ନ ଥିବାରୁ ଓଡ଼ିଶା ମ୍ୟୁନିସିପାଲ ଆକ୍ଟ, ୧୯୫୦ର ସେକ୍ସନ-୪୦୧ର ସବ୍‌ସେକ୍ସନ ୫(ଏ) ଅନୁଯାୟୀ ରାଜ୍ୟ ସରକାର ଜିଲାପାଳ, ଏଡିଏମ୍‌, ଉପଜିଲାପାଳ, ପିଡି ଡିଆର୍‌ଡିଏ, ଏପିଡି ଡିଆର୍‌ଡିଏଙ୍କୁ ମ୍ୟୁନିସିପାଲିଟି/ଏନ୍‌ଏସିରେ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି।
ଜନପ୍ରତିନିଧି ନ ଥିବାରୁ ଲୋକମାନେ ସେମାନଙ୍କ ସମସ୍ୟା ସମାଧାନ କରି ପାରୁ ନାହାନ୍ତି। ଯେଉଁମାନେ ଆପତ୍ତି ଅଭିଯୋଗ କରିବାକୁ ଯାଉଛନ୍ତି ପ୍ରଶାସକଙ୍କ ଭେଟ ପାଉନାହାନ୍ତି। ଅଞ୍ଚଳର ସମସ୍ୟା ସମାଧାନରେ ବହୁ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଏ ନେଇ ଜନଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ପୌର ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ଅଡୁଆ ତୁଟୁ ନ ଥିବାରୁ ନିର୍ବାଚନ ତାରିଖ ଘୋଷଣା ହୋଇପାରୁ ନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଚୂଡ଼ାନ୍ତ ପ୍ରସ୍ତାବ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। କ୍ୟାବିନେଟ ଅନୁମୋଦନ ପରେ ସରକାର ଆସନ୍ତା ବିଧାନସଭା ଅଧିବେଶନରେ ପୌର ନିର୍ବାଚନ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଆସନରେ ସଂରକ୍ଷଣ ପାଇଁ ଆଇନରେ ବ୍ୟବସ୍ଥା ନାହିଁ। ତେବେ ପୌର ସଂସ୍ଥାଗୁଡିକରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ଜନସଂଖ୍ୟାକୁ ଦେଖି ସଂରକ୍ଷଣ କରାଯାଉଛି। ଫଳରେ ଅନେକ ପୌର ସଂସ୍ଥାରେ ସଂରକ୍ଷିତ ଆସନ ସଂଖ୍ୟା ୫୦ ପ୍ରତିଶତକୁ ଟପିଯାଉଛି। ଏହା ଆଇନ ବିରୁଦ୍ଧ ହୋଇଥିବାରୁ ନିର୍ବାଚନ ନେଇ ସମସ୍ୟା ସୃଷ୍ଟି ହୋଇଛି। ଜନସଂଖ୍ୟା ଆଧାରରେ ୧୫ରୁ ଊର୍ଦ୍ଧ୍ୱ ପୌର ସଂସ୍ଥାରେ ରାଜ୍ୟ ସରକାର ଧାର୍ଯ୍ୟ ସୀମା ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରିଛନ୍ତି। ଏହାକୁ ବିରୋଧ କରି ୨୦୧୮ ସେପ୍ଟେମ୍ବରରେ ହାଇକୋର୍ଟରେ ମାମଲା ଦାୟର କରଯାଇଥିଲା। ହାଇକୋର୍ଟ ଏହି ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ ଦର୍ଶାଇ ରଦ୍ଦ କରିଦେଇଥିଲେ। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ୨୦୧୯ ଜାନୁୟାରୀ ୨୪ରେ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିବା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ପ୍ରଚଳିତ ନିୟମ ଅନୁଯାୟୀ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାଛଡ଼ା ମହିଳାଙ୍କ ପାଇଁ ୫୦ ପ୍ରତିଶତ, ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟାକୁ ଦେଖି ସ୍ଥାନ ସଂରକ୍ଷଣ କରାଯାଇଥାଏ। ଏହି ଆଧାରରେ କେତେକ ପୌର ସଂସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ରହିଛି। ଏହାକୁ ହ୍ରାସ କରିବାକୁ ହେଲେ ପ୍ରଚଳିତ ଆଇନରେ ସଂଶୋଧନ ଆଣିବାକୁ ପଡ଼ିବ।
ଭୁବନେଶ୍ୱର ମହାନଗର ନିଗମ ୫ ନମ୍ବର ଓ୍ବାର୍ଡରେ ରହୁଥିବା ଦେବାଶିଷ ସାହୁ କହିଛନ୍ତି, ରାସ୍ତାଘାଟ, ଲାଇଟ, ସ୍ବେରେଜ ଓ ପରିମଳ ଅବ୍ୟବସ୍ଥା ନେଇ ଆମେ କାହାରିକୁ ଜଣାଇ ପାରୁନାହିଁ। ସ୍ଥାନୀୟ କର୍ପୋରେଟର କିମ୍ବା କାଉନସିଲରଙ୍କୁ ସମସ୍ୟା ଜଣାଇଲେ ସେମାନେ ସେସବୁ ସମାଧାନ ଦିଗରେ କାର୍ଯ୍ୟ କରୁଥିଲେ। ମାତ୍ର ଭୁବନେଶ୍ୱର ମହାନଗର ନିଗମରେ ଅଭିଯୋଗ କଲେ ମଧ୍ୟ ତାହା ତୁରନ୍ତ ସମାଧାନ ହେଉ ନାହିଁ। କର୍ପୋରେଟରମାନଙ୍କ ହାତରେ କିଛି ନ ଥିବାରୁ ସେମାନେ ସମାଧାନ ଦିଗରେ ସେପରି ଠୋସ ପଦକ୍ଷେପ ନେଇପାରୁ ନାହାନ୍ତି। ତୁରନ୍ତ ନିର୍ବାଚନ ହେଲେ ଜନପ୍ରତିନିଧିମାନେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଇପାରନ୍ତେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ନିଜର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୂର୍ବତନ କର୍ପୋରେଟର କହିଛନ୍ତି, ଲୋକମାନେ ଓ୍ବାର୍ଡର ସମସ୍ୟା ଆମକୁ କହୁଛନ୍ତି। ପୂର୍ବତନ କର୍ପୋରେଟର ହେଲେ ମଧ୍ୟ ଲୋକଙ୍କ ଅଭିଯୋଗକୁ ଅଣଦେଖା କରିହେବ ନାହିଁ। କର୍ପୋରେଶନ ଥିବାବେଳେ ଯେଉଁ ସମସ୍ୟା ୭ ଦିନରେ ସମାଧାନ ହେଉଥିଲା ଏବେ ୧୫ ଦିନରେ ମଧ୍ୟ ହେବା କଷ୍ଟକର ହେଉଛି। ଜନପ୍ରତିନଧି ଲୋକଙ୍କ ପାଖରେ ରହୁଥିବାରୁ ସମସ୍ୟା ସମାଧାନ ସହଜ ହୋଇପାରୁଥିଲା। ନିର୍ବାଚନ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଥିବାରୁ ଲୋକମାନଙ୍କୁ ସେବା ଯୋଗାଇବା ଆମ ପକ୍ଷେ କଷ୍ଟକର ହେଉଛି।
ଅନ୍ୟପକ୍ଷରେ ନିର୍ବାଚନକୁ ନେଇ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତ, ସ୍ଥାନ ସଂରକ୍ଷଣ ନେଇ ଚୂଡ଼ାନ୍ତ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହାକୁ ଅନୁମୋଦନ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ। ଓ୍ବାର୍ଡ ପୁନର୍ଗଠନ ଓ ଆପତ୍ତି ଅଭିଯୋଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ସରକାରଙ୍କ ଅନୁମତି ମିଳିବା ପରେ ନିର୍ବାଚନ ନେଇ କାର୍ଯ୍ୟ ଆରମ୍ଭ ହେବ।
ରାଜ୍ୟ ସରକାର ୩ଟି ମହାନଗର ନିଗମକୁ ମିଶାଇ ୯୩ଟି ଏନ୍‌ଏସି, ମ୍ୟୁନିସିପାଲିଟିର ନିର୍ବାଚନ କରିବାକୁ ପ୍ରସ୍ତୁତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ୬୬ଟି ପୌର ସଂସ୍ଥାରେ ନିର୍ବାଚନ ହୋଇଥାଆନ୍ତା। ଏ ନେଇ ସ୍ଥାନ ସଂରକ୍ଷଣ, ଓ୍ବାର୍ଡ ପୁନର୍ଗଠନ ଓ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଶେଷ ହୋଇଥିଲା। ମାତ୍ର ସ୍ଥାନ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ପୌର ସ୍ଥାନ ସଂରକ୍ଷଣ ଆଇନକୁ ସଂଶୋଧନ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri