ଲୁଟ୍‌ ଅପେକ୍ଷାରେ ୬ କଳାପଥର ଖାଦାନ

ଯାଜପୁର ଅଫିସ,୩।୯: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ୫ ହେକ୍ଟରରୁ ଊର୍ଦ୍ଧ୍ୱ ୬ କଳାପଥର ଖାଦାନ ଓ ଗୋଟିଏ ବାଲୁକା ଖାଦାନରୁ ଉପତ୍ାଦନ ପାଇଁ ଜନଶୁଣାଣି ଅପେକ୍ଷାରେ ରହିଛି। ଏଥିପାଇଁ ପରିବେଶ ସଂଘାତ ଆକଳନ ଓ ପରିଚାଳନା ଯୋଜନାର ନିର୍ବାହୀ ସାରାଂଶ ପ୍ରସ୍ତୁତ ହୋଇ ସାରିଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ସମୟ, ତାରିଖ, ସ୍ଥାନ ଇତ୍ୟାଦି ନିର୍ଦ୍ଧାରଣ ହୋଇ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏଥିପାଇଁ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନସ୍ତରରେ ଚାପ ସୃଷ୍ଟି କରାଯାଉଥିବା ଚର୍ଚ୍ଚାର ବିଷୟ ହେଉଛି।
୯୦.୫୬୨ ଏକର (୩୬.୬୫ ହେକ୍ଟର) ପରିମିତ ବିଛାଖଣ୍ଡି ପାହାଡ଼ରେ ପ୍ରଚୂର ପରିମାଣରେ ମୂଲ୍ୟବାନ କଳାପଥର ଗଚ୍ଛିତ ରହିଛି। ତେବେ ବିଗତ ଦିନରେ ଏହି ପାହାଡ଼ରୁ କଳାପଥର ଲୁଟ୍‌ ଏକ ନିତିଦିନିଆ ଘଟଣା ହୋଇଥିଲା। ତେବେ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ବିଛାଖଣ୍ଡି ପାହାଡ଼ରେ ଚୋରି ରୋକିବାକୁ ଉଦ୍ୟମ ହୋଇଥିଲା। ଏପରି କି ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା। ବର୍ତ୍ତମାନ ଖାଦାନ ବନ୍ଦ ରହିଥିଲେ ହେଁ କାଁଭାଁ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହିକ୍ରମରେ ବିଛାଖଣ୍ଡି ପାହାଡ଼ରେ ୫ଟି ଖାଦାନରୁ କଳାପଥର ଉତ୍ତୋଳନ ପାଇଁ ଲିଜ୍‌ ଦେବାକୁ ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। କ୍ଲଷ୍ଟର-୪(କ)ରେ ୮.୦୮ ହେକ୍ଟର, କ୍ଲଷ୍ଟର-୪(ଖ)ରେ ୧୦.୫୨ ହେକ୍ଟର, କ୍ଲଷ୍ଟର-୪(ଗ)ରେ ୬.୭୦ ହେକ୍ଟର, କ୍ଲଷ୍ଟର-୪(ଘ)ରେ ୬.୨୯ ହେକ୍ଟର ଏବଂ କ୍ଲଷ୍ଟର-୪(ଙ)ରେ ୫.୦୬ ହେକ୍ଟର ପରିମିତ ଅଞ୍ଚଳରୁ ପଥର ଉତ୍ତୋଳନ କରାଯିବ। ଏଥିପାଇଁ କଲ୍ୟାଣୀ ଲାବୋରୋଟୋରିଜ ପ୍ରାଇଭେଟ ଲିଃ ପକ୍ଷରୁ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଛି। ଏଥିରେ ମହଜୁଦ ୬୭୪୯୧୯୬ ଘନମିଟର କଳାପଥରରୁ ୧୦ ବର୍ଷ ମଧ୍ୟରେ ୪୭୫୦୦୦ ଘନମିଟର ଉତ୍ତୋଳନ ହେବ। ପ୍ରସ୍ତାବିତ ଖଣି ଖନନ ଯୋଗୁ ଭୂମି ଅବକ୍ଷୟ, ଭାସମାନ ଧୂଳିକଣା, ମୃତ୍ତିକା କ୍ଷୟ ପ୍ରଦୂଷଣର କାରଣ ହେବ ବୋଲି ଉଲ୍ଲେଖ ରହିଛି। ଏହାବାଦ୍‌ ଖଣି ଚାରିପଟେ ବାୟୁ ଓ ଭୂମି ପରିବେଶ ଉପରେ କୁପ୍ରଭାବ ପଡିବ, ଯାହାକି ପରେ ମାନବୀୟ, ସାମାଜିକ ତଥା ଅର୍ଥନୈତିକ ଲାଭଜନକ ଯୋଜନା ଦ୍ୱାରା କ୍ଷଣ ଭରଣା ହୋଇ ପାରିବ ବୋଲି ମଧ୍ୟ ଦର୍ଶାଯାଇଛି। ପ୍ରସ୍ତାବିତ ପଥର ଖଣିରେ ୩୨୫ ଜଣ ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ରହିବ। ତେବେ ପଥର ଉତ୍ତୋଳନ ହେବା ସମୟରେ ଆଇନ ଅନୁସାରେ ନିୟମିତ ଭାବେ ତଦନ୍ତ ହେଉ ନ ଥିବାରୁ ଆରୁହା ଭଳି ଅତ୍ୟଧିକ ପଥର ଚୋରି ହେବାର ଆଶଙ୍କା ରହିଛି ବୋଲି ମତପ୍ରକାଶ ପାଇଛି।
ଅନୁରୂପ ଭାବେ ରାହାଡ଼ପୁର ପାହାଡ଼ କ୍ଲଷ୍ଟର-୭ ରୁ ୪୨.୪୦ ହେକ୍ଟର ପରିମିତ ଅଞ୍ଚଳରୁ ପଥର ଉତ୍ତୋଳନ କରିବାକୁ ପ୍ରସ୍ତୁତି କରାଯାଇଛି। ଏହି ଖାଦାନରେ ୧,୧୪,୬୫,୯୩୩ ଘନମିଟର ଖନନ ଯୋଗ୍ୟ ଭଣ୍ଡାର ରହିଥିବାବେଳେ ୧୦ ବର୍ଷରେ ୧,୧୦,୦୦,୦୦୦ ଘନମିଟର ପଥର ଉତ୍ତୋଳନ କରିବାକୁ ଧାର୍ଯ୍ୟ ହୋଇଛି। ଏଥିରେ ମଧ୍ୟ ୭୩୩ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯିବ ବୋଲି ଦର୍ଶାଯାଇଛି। ତେବେ ବାସ୍ତବରେ ଉପରୋକ୍ତ ତଥ୍ୟ କେତେଦୂର କାର୍ଯ୍ୟକାରୀ କରାଯାଉଛି ଏବଂ ନିର୍ଦ୍ଧାରିତ ପରିମାଣ ଉତ୍ତୋଳନକୁ ପ୍ରଶାସନ ଜଗୁଛି କି ନାହିଁ ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି। ପୂର୍ବରୁ ଡଙ୍କାରୀ ଓ ଆରୁହା ପାହାଡ଼ରୁ ଲୁଟ କଳାପଥର ଅଭିଯୋଗ ମାମଲା ଦବି ଯାଇଛି। ଡଙ୍କାରୀ ରାଜସ୍ବ ନୀରିକ୍ଷକ(ଆରଆଇ)ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାରଙ୍କ ମାମଲା ରୁଜୁ ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇପାରିନାହିଁ। ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣରେ ଅଧିକ ମୂଲ୍ୟବାନ କଳାପଥର ବେଆଇନ ଭାବେ ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହରାଇଛନ୍ତି। ଏହିମର୍ମରେ ଓଡ଼ିଶା ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ବିଚାରାଧୀନ ରହିଛି। ତେଣୁ ଏଠାରେ ଧାର୍ଯ୍ୟ ଚୁକ୍ତିକୁ ଜଳାଞ୍ଜଳି ଦେଇ ବହୁ ଗୁଣରେ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହେବା ସାଧାରଣ ଘଟଣା ହୋଇଛି।
ଅନ୍ୟପକ୍ଷେ ୫୩ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ତହସିଲ ଅନ୍ତର୍ଗତ କବାଟବନ୍ଧ ବ୍ରିଜ ନିକଟରେ ୮.୦୯୩ ହେକ୍ଟର ପରିମିତ ରାଇଚନ୍ଦା ବାଲୁକା ଖଣିରୁ ବାଲି ଉତ୍ତୋଳନ କରିବାକୁ ଯୋଜନା ରହିଛି। ଏଥିପାଇଁ ପରିବେଶଗତ ଅନୁମତି ପାଇଁ ଜନଶୁଣାଣି କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିଲେ ହେଁ ବେଆଇନ ଭାବେ ସେଠାରୁ ନିୟମିତ ଭାବେ ମେଶିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri