ଦୀପାବଳିକୁ ଅପେକ୍ଷା

ସଲମାନ୍‌ ଖାଁ ଚଳିତ ବର୍ଷ ଦୀପାବଳିକୁ ଅପେକ୍ଷା କରିଛନ୍ତି। କାହିଁକି ଜାଣନ୍ତି ? ଏବର୍ଷ ଦୀପାବଳିରେ ତାଙ୍କ ଅଭିନୀତ ତଥା ଚର୍ଚ୍ଚିତ ‘ଟାଇଗର ୩’ ରିଲିଜ ହେବାକୁ ଯାଉଛି। ଆକ୍ସନଭିତ୍ତିକ ଏହି ସିନେମାର ପ୍ରଯୋଜନା କରିଛନ୍ତି ଆଦିତ୍ୟ ଚୋପ୍ରା। ଖାସ୍‌ କଥା ହେଲା ସେ ନିଜେ ଏହାର କାହାଣୀ ରଚନା କରିଛନ୍ତି। ୟଶରାଜ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଏହି ସିକୁଏଲ୍‌ ଦର୍ଶକଙ୍କ ମନକୁ ଛୁତ୍ଇଁବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି। ବିଶେଷଭାବରେ ଏହାର କାହାଣୀ ଆକ୍ସନଭିତ୍ତିକ। ଆଉ ଏଥିରେ ସଲମାନଙ୍କ ଫାଇଟ୍‌ ହିଁ ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦେଇଛନ୍ତି ଆଦିତ୍ୟ। ଏହି ଫିଲ୍ମରେ ସଲମାନଙ୍କ ନାୟିକା ସାଜିଛନ୍ତି କ୍ୟାଟ୍ରିନା। ଏମାନଙ୍କ ବ୍ୟତୀତ ଇମ୍ରାନ୍‌ ହାସମୀ ଏବଂ ଆଶୁତୋଷ ରାଣାଙ୍କୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଖାସ୍‌ କଥା ହେଲା, ଶାହରୁଖ ଏଥିରେ କାମିଓ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ଗୀତଗୁଡିକୁ ସ୍ବର ଦେଇଛନ୍ତି ପ୍ରୀତମ ଚକ୍ରବର୍ତ୍ତୀ। ପ୍ରାୟ ୩୦୦ କୋଟି ବଜେଟ୍‌ରେ ନିର୍ମିତ ଏହି ସିନେମା ନଭେମ୍ବର ୧୦ରେ ପରଦା ଉପରକୁ ଆସିବ। ତେବେ ଫିଲ୍ମଟି ଦର୍ଶକଙ୍କୁ କେତେ ପ୍ରଭାବିତ କରିପାରୁଛି ତାହା ରିଲିଜ ପରେ ହିଁ ଜଣାପଡିବ।

Share