Posted inଖେଳ

୩୬ ବର୍ଷର ଅପେକ୍ଷା

ଆପଣ ମୋ କଥାରେ ରାଜି ହୋଇପାରନ୍ତି ଅବା ନ ହୋଇପାରନ୍ତି, କିନ୍ତୁ ଏହା ଲିଓନେଲ ମେସିଙ୍କ ବିଶ୍ୱକପ୍‌ ବୋଲି ମୁଁ କହିବି। ବର୍ତ୍ତମାନ ସେ କେବଳ ଆର୍ଜେଣ୍ଟିନାର ନୁହନ୍ତି ବିଶ୍ୱ ଫୁଟ୍‌ବଲକୁ ପ୍ରତିନିଧିତ୍ୱ କରୁଛନ୍ତି। ପିଚ୍‌ରେ ଏବଂ ପିଚ୍‌ ବାହାରେ ସେ ଦଳର ନେତୃତ୍ୱ ନେଉଛନ୍ତି। ସେ ଗୋଲ୍‌ ସ୍କୋର କରୁଛନ୍ତି, ଅନ୍ୟମାନଙ୍କୁ ସ୍କୋର କରିବାରେ ସହାୟତା କରୁଛନ୍ତି। ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡ଼ା କରିବା ଦେଖିବାକୁ ମିଳୁନି। କାତାରରେ ଲକର ରୁମ୍‌ରେ ସେ ସମଗ୍ର ଟିମ୍‌କୁ ଉତ୍ସାହିତ କରୁଥିବାର ମୁଁ ଲକ୍ଷ୍ୟ କରିଛି। ଏହି ବିଶ୍ୱକପ୍‌ରେ ଆର୍ଜେଣ୍ଟିନାବାସୀ ମେସିଙ୍କ ନିକଟରେ ମାରାଡୋନାଙ୍କ ଉତ୍ସାହ, ଉଦ୍ଦୀପନା,ଆବେଗ ଓ ମ୍ୟାଚ ଜିତିବାର କ୍ଷୁଧା ଦେଖିବାକୁ ପାଉଛନ୍ତି। ବିଶ୍ୱକପ୍‌ ସଫଳତା ହାସଲ ପାଇଁ ଆଉ ମାତ୍ର ଗୋଟିଏ ମ୍ୟାଚ ବାକି ରହିଛି, ଯେଉଁଥିପାଇଁ ଆମ ଦେଶ ୩୬ବର୍ଷ ହେଲା ଅପେକ୍ଷା କରି ରହିଛି। ଆର୍ଜେଣ୍ଟିନା-କ୍ରୋଏସିଆ ସେମିଫାଇନାଲରେ ଦୁଇ ଦଳ ଆରମ୍ଭରେ ନିଜକୁ ସୁରକ୍ଷିତ ରଖି ଅଧିକ ରିସ୍କ ନ ନେଇ ଖେଳିଥିଲେ। ଆର୍ଜେଣ୍ଟିନା କିନ୍ତୁ ସବୁବେଳେ ତୁଳନାତ୍ମକ ଭାବେ ଅଧିକ ରିସ୍କ ନେଇଥାଏ। ପ୍ରଥମାର୍ଦ୍ଧର ୧୦ ମିନିଟ ପରେ କ୍ରୋଏସିଆ ବଲ୍‌ ଓ ଗେମ୍‌କୁ ନିଜ ଅକ୍ତିଆର କରିବାରେ ଲାଗିପଡ଼ିଥିଲା। ମାତ୍ର ଆର୍ଜେଣ୍ଟିନା କ୍ରସ୍‌ ପାସ୍‌, ଏକ କର୍ନର ଏବଂ ଡିଫେଣ୍ଡରମାନଙ୍କ ଆଡୁ ଉତ୍ତମ କଟ୍‌ ସେମାନଙ୍କୁ ଆଗେଇବାକୁ ଦେଇ ନ ଥିଲା। ୩୪ମିନିଟ୍‌ ଖେଳ ପରେ ଜୁଲିଆନ ଆଲ୍‌ଭାରେଜଙ୍କୁ ଏକ ଫ୍ରଣ୍ଟାଲ ପାସ୍‌ ବେଳେ ଗୋଲକିପରଙ୍କ ପାଇଁ ପେନାଲ୍ଟି ମିଳିଥିଲା। ମେସି ଏହାକୁ ଗୋଲରେ ରୂପାନ୍ତରିତ କରି ଖେଳର ଗତିପଥ ବଦଳାଇ ଦେଇଥିଲେ। ପରେ ଏକ ପ୍ରତିଆକ୍ରମଣ ବେଳେ ଆଲଭାରେଜ ବଲ୍‌ ସହିତ ୭୦ ମିଟର ଦୌଡ଼ ଲଗାଇ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧ ଖେଳରେ ବିଶ୍ୱର ରନର-ଅପ୍‌ ଦଳ ବଲ୍‌କୁ ହାତେଇବା ସହ ଫରଓ୍ବାର୍ଡଙ୍କୁ ସକ୍ରିୟ କରିଥିଲା। ସେମାନେ ଗେମ୍‌ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖି କେତୋଟି ଗୋଲ ସୁଯୋଗ ସୃଷ୍ଟି କରିଥିଲେ ହେଁ ସଫଳ ହୋଇ ନ ଥିଲେ। ଦ୍ୱିତୀୟାର୍ଦ୍ଧ ଖେଳର ୨୪ ତମ ମିନିଟ୍‌ରେ ଆର୍ଜେଣ୍ଟିନା ଦଳ ପକ୍ଷରୁ ଏକ ବଡ଼ ଉଦ୍ୟମ ହୋଇଥିଲା। ତାଙ୍କ ସହାୟତାରେ ଆଲଭାରେଜ ପୁଣି ଏକ ଗୋଲ୍‌ ସ୍କୋର କରିଥିଲେ। ଏହି ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଦୁଇ ଶ୍ରେଷ୍ଠ ଖେଳାଳି ହେଲେ ମେସି ଓ ଆଲଭାରେଜ। ମେସି ବର୍ତ୍ତମାନ ଖୁସି ଅଛନ୍ତି। ବିଶ୍ୱକପ୍‌କୁ ପ୍ରକୃତରେ ସେ ଉପଭୋଗ କରୁଛନ୍ତି। ତାଙ୍କ ସହ ମୋର ଉତ୍ତମ ସମ୍ପର୍କ ରହିଛି। ଜାତୀୟ ଦଳ ସହ ଆମେ ବହୁ ମୁହୂର୍ତ୍ତ ବିତାଇଛୁ। ସର୍ବକାଳୀନ ତାଙ୍କୁ ମାରାଡୋନାଙ୍କ ସହ ତୁଳନା କରାଯାଉଛି। ମାତ୍ର ଏହା ତାଙ୍କୁ ଖୁବ୍‌ ଖରାପ ଲାଗିପାରେ। ସେ ଫୁଟ୍‌ବଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ମାନ୍ୟତା ଲାଭ କରିସାରିଛନ୍ତି। ଏକ ବିଶ୍ୱକପ୍‌ରେ ତାଙ୍କର ପୂର୍ଣ୍ଣତାପ୍ରାପ୍ତି ହେବ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri