Categories: ଖେଳ

୨ ଆଙ୍ଗୁଠି ଭାଙ୍ଗିବା ସତ୍ତ୍ୱେ ୪୯ ଓଭର ବୋଲିଂ କରି ଦଳକୁ ବିଜୟ ଦେଲେ ଏହି ବୋଲର୍‌

ମାଉଣ୍ଟ ମୁଙ୍ଗାନୁଇ,୩୧।୧୨: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନିଲ ୱାଗନରଙ୍କ ସାହସକୁ ପ୍ରଶଂସା କରିଛନ୍ତି କିଓ୍ବି ଅଧିନାୟକ କେନ ୱିଲିୟମସନ ଏବଂ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ। ୱାଗନର ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଦୁଇଟି ଆଙ୍ଗୁଠି ଭାଙ୍ଗିବା ସତ୍ତ୍ୱେ ଚମତ୍କାର ବୋଲିଂ କରି ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲେ। ବ୍ୟାଟିଂ ସମୟରେ ୱାଗନର୍‌ ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ୟର୍କର ଯୋଗୁ ଗୋଡରେ ଆଘାତ ପାଇଥିଲେ। ଏଥିରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିଲା ଏବଂ ଏହା ସତ୍ତ୍ୱେ ସେ ଆଗାମୀ ତିନି ଦିନ ଖେଳିଥିଲେ। ଯନ୍ତ୍ରଣା ସତ୍ତ୍ୱେ ବାମହାତୀ ବୋଲର ୱାଗନର୍‌ ଦ୍ୱିତୀୟ ଇନିଂସରେ ୨୮ ଓଭର ବୋଲିଂ କରି ଫୱାଦ ଆଲାମଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମ୍ସନ ୱାଗନରଙ୍କ ବିଶେଷ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଯନ୍ତ୍ରଣା ଉପଶମ ଇଞ୍ଜେକ୍ସନ ଦେଇ ବୋଲିଂ ପାଇଁ ସେ ପଡ଼ିଆରୁ ଆସିଥିଲେ। ଏହା ଆମ ସମସ୍ତଙ୍କ ପାଇଁ ଅତୁଳନୀୟ ଥିଲା। ଆହତ ହୋଇଥିଲେ ହେଁ ୱାଗନର୍‌ ପ୍ରଥମ ଇନିଂସରେ ୨୧ ଓଭର ଏବଂ ଦ୍ୱିତୀୟ ଇନିଂସରେ ୨୮ ଓଭର ବୋଲିଂ କରି ମୋଟ ଚାରିଟି ଉଇକେଟ ନେଇଥିଲେ।

Share