ଶ୍ରମିକଙ୍କ ପାରିଶ୍ରମିକ ଆତ୍ମସାତ୍‌: ଦେଢ଼ବର୍ଷ ହେଲାଣି ମିଳୁନି, ବିଡିଓଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୬ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚର ଗ୍ରାମର ମୁଖ୍ୟ ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ତତ୍‌କାଳୀନ ସରକାର ଥିବାବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରୁ ଏକ ବସ୍‌ ଷ୍ଟପେଜ୍‌ ଗତ ୮.୧୧.୨୩ରେ ନିର୍ମାଣ କାର୍ଯ୍ୟଆରମ୍ଭ ହୋଇ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ଆଜକୁ ଏକ ବର୍ଷ ଚାରିମାସ ବିତିଗଲାଣି ଶ୍ରମିକ, ମିସ୍ତ୍ରୀ, ସେଟ୍ରିଂ ବାଲା, ଠିକାଦାରଙ୍କ ସମୁଦାୟ ୨ ଲକ୍ଷ ୭୭ ହଜାର ପାରିଶ୍ରମିକ ଓ ସାମଗ୍ରୀ ବାବଦକୁ ମିଳି ନ ଥିବାରୁ କେସିଙ୍ଗା ବିଡିଓଙ୍କ ନିକଟରେ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମିକମାନେ କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇଗଲେଣି। ଯଦିଓ ଆସନ୍ତା ୧୫ଦିନ ମଧ୍ୟରେ ସମସ୍ତ ପାରିଶ୍ରମିକ ଟଙ୍କା ନ ମିଳିଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରମିକ, ମିସ୍ତ୍ରୀମାନେ ଚେତାବନୀ ଦେଇଛନ୍ତି। ପରିଶେଷରେ ଜିଲାପାଳଙ୍କୁ ଗତ ୧୯ ସେପ୍ଟେମ୍ବର ୨୪ରେ ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ବ୍ଲକର କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ସନ୍ଧ୍ୟାଙ୍କ ନାମରେ ଉକ୍ତ ବସ୍‌ ଷ୍ଟପେଜ ବାବଦକୁ ଗତ ୪.୯.୨୪ ରେ ୪ଲକ୍ଷ ୪୩ହଜାର ୯୬୩ ଟଙ୍କା ବିଲ୍‌ ଭାଉଚର୍‌ କରି ଟଙ୍କା ଉଠାଯାଇଥିବାର ପେମେଣ୍ଟ ଭାଉଚରରେ ଉଲ୍ଲେଖ ରହିଛି। ଆଜକୁ ଏକ ବର୍ଷ ୪ ମାସ ବିତିଗଲାଣି ଶ୍ରମିକ,ମିସ୍ତ୍ରୀ,ଠିକାଦାର ଟଙ୍କା ପାଇ ନାହାନ୍ତି। ନିଜେ କନିଷ୍ଠ ଯନ୍ତ୍ରୀ ଠିଆ ହୋଇ ବସ ଷ୍ଟପେଜ କାମ କରାଇଛନ୍ତି। ଉକ୍ତ ବସ୍‌ ଷ୍ଟପେଜର ସମ୍ପୂର୍ଣ୍ଣ କାମ କରା ନ ଯାଇ ଟଙ୍କା ଉଠା ଯାଇଛି। ବ୍ଲକ ପ୍ରଶାସନ ଓ କନିଷ୍ଠ ଯନ୍ତ୍ରୀଙ୍କ ମିଳିତ ଉଦ୍ୟମରେ ଉକ୍ତ ଟଙ୍କା ଆତ୍ମସାତ କରିଥିବାର ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ସନ୍ଧ୍ୟାଙ୍କୁ ପଚାରିବାରୁ ମୁଁ କୌଣସି ଲେବରଙ୍କୁ ଚିହ୍ନି ନାହିଁ, ମୁଁ ସୁପରଭିଜନ କରି ପେମେଣ୍ଟ କରିଛି ବୋଲି ପ୍ରକାଶ କରିଥିଲେ। ଏ ନେଇ କେସିଙ୍ଗା ବିଡିଓ ସିଦ୍ଧେଶ୍ୱର ମେହେରଙ୍କୁ ପଚାରିବାରୁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri