ସାତ ଶହ କରୋନା ସଂକ୍ରମିତ ପ୍ରସୂତିଙ୍କ ପ୍ରସବ କରାଇ ରେକର୍ଡ କଲା ମୁମ୍ବାଇର ଏକ ହସ୍ପିଟାଲ

ମୁମ୍ବାଇ,୧୮ ।୧୦: କରୋନା ମହାମାରୀ ସମୟରେ ସୁରକ୍ଷିତ ପ୍ରସବ ଉଭୟ ପ୍ରସୂତି ଓ ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏଥିରେ ଉଭୟ ମା’ ଓ ଶିଶୁ ଉଭୟଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଜରୁରୀ । ତେବେ ଏହି ସମୟରେ ମୁମ୍ବାଇର ଏକ ହସ୍ପିଟାଲ ପ୍ରାୟ ୭୦୦ କରୋନା ସଂକ୍ରମିତ ପ୍ରସୂତିଙ୍କ ପ୍ରସବ କରାଇ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛି । ଦକ୍ଷିଣ ମୁମ୍ବାଇରେ ଥିବା ଭିୱାଇଏଲ୍ ନାୟାର ଚ୍ୟାରିଟେବଲ ହସ୍ପିଟାଲ ବିଶ୍ୱ ପାଇଁ ଉଦାହରଣ ପାଲଟିଛି । କେବଳ ଭାରତୀୟ ମହିଳା ନୁହେଁ ବରଂ କେତେଜଣ ବିଦେଶୀ ମହିଳାଙ୍କର ମଧ୍ୟ ପ୍ରସବ କରାଇଛି ଏହି ହସ୍ପିଟାଲ । ପାଖାପାଖି ୯୯ ବର୍ଷ ପୂରୁଣା ଏହି ହସ୍ପିଟାଲରେ ପ୍ରତିବର୍ଷ ପ୍ରାୟ ୪ହଜାର ପ୍ରସବ କରାଯାଇଥାଏ । ପ୍ରଥମେ ଯେତେବେଳେ ଏହି ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ପ୍ରସୂତି ଭର୍ତ୍ତି ହେଲେ ସେତେବେଳେ ସେଠାରେ ପାଖାପାଖି ୧୦୦ ଜଣ ସୁସ୍ଥ ପସୂତି ଭର୍ତ୍ତି ହୋଇଥିଲେ । ସେମାନଙ୍କୁ କରୋନା ଭାଇରସ ସଂକ୍ରମଣଠାରୁ ଦୂରେଇ ରଖିବାକୁ ସଂକ୍ରମିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଲେବର ୱାର୍ଡ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା କହିଛନ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ନିରଜ ମହାଜନ । ପ୍ରଥମେ ଏପ୍ରିଲ ୧୪ରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସାୟଲା ଶ୍ରୀବାସ୍ତବ ନୂଆ ୱାର୍ଡରେ ପ୍ରଥମ କରୋନା ସଂକ୍ରମିତ ପ୍ରସୂତିଙ୍କର ପ୍ରସବ କରାଇଥିଲେ । ଆବଶ୍ୟକ ଉପକରଣ ନ ଥିଲେ ମଧ୍ୟ ମୋବାଇଲ ଫ୍ଲାସ ଲାଇଟ୍ ମାଧ୍ୟମରେ ସଫଳତାର ସହ ପ୍ରସବ କରାଯାଇଥିଲା । ତେବେ କରୋନା ସଂକ୍ରମିତ ପ୍ରସୂତିଙ୍କୁ କୌଣସି ହସ୍ପିଟାଲ ଆଡମିଟ କରି ନ ଥିବା ବେଳେ ନାୟାର ହସ୍ପିଟାଲ ଯେମିତି ଏମାନଙ୍କ ପାଇଁ ଦେବଦୂତ ସାଜିଥିଲା ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri