Categories: ଖେଳ

ଏସିଆ କପ୍‌ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ ନିଷ୍ପତ୍ତି ନେଇଛି। ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କୋଚ ଭାବରେ ନିଯୁକ୍ତ କରାଯାଇଛି। ଏନେଇ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। କରୋନା ଆକ୍ରାନ୍ତ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ବିସିସିଆଇ ଲକ୍ଷ୍ମଣଙ୍କୁ ଦୁବାଇ ପଠାଯାଇଛି। ସେ ସୁସ୍ଥ ହେଲେ ଦଳ ସହ ଯୋଗ ଦେବେ। ଏହାପୂର୍ବରୁ ଲକ୍ଷ୍ମଣ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଏବଂ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭୂମିକାରେ ଥିଲେ।
ଏସିଆ କପ ଆରମ୍ଭ ହେବାର ଠିକ ପୂର୍ବରୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ କରୋନା ସଂକ୍ରମିତ ହୋଇଥିଲେ। ଏସିଆ କପରେ ଟିମ ଇଣ୍ଡିଆର ପ୍ରସ୍ତୁତି ପାଇଁ ରାହୁଲ ଦ୍ରାବିଡ କୋଭିଡ ପଜିଟିଭ ହୋଇଥିଲେ। ଏସିଆ କପରେ ଭାରତର ଅଭିଯାନ ଅଗଷ୍ଟ ୨୮ରେ ଆରମ୍ଭ ହେବ। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ।

Share