ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ ସାନ୍ତୁନୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝଗଡପଲ୍ଲୀ ଇଲେଭେନ କ୍ରିକେଟ ଟିମ୍ ବିପକ୍ଷ ଦିଗପହଣ୍ଡି ଟିମ୍ କୁ ୨୭ ରନରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି । ରବିବାର ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ରେ ଗୋକର୍ଣ୍ଣପୁର ଓ ଝଗଡପଲ୍ଲୀ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଝଗଡପଲ୍ଲୀ ୧୬୧ ରନ୍ କରିଥିବା ବେଳେ ଦିଗପହଣ୍ଡି ୧୩୪ କରିବାରେ ସମର୍ଥ ହୋଇଥିଲା । ମ୍ୟାଚ ପ୍ରାରମ୍ଭରେ ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଶିବ କୁମାର ଗୈାଡ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଜେତା ଟିମ୍ ର ତିତିଲି କୁମାର ୨୪ ବଲରେ ବିସ୍ପୋରକ ୬୪ ରନ୍ କରି ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ଦୁର୍ଗାପ୍ରସାଦ ଗୌଡ଼ ସମେତ ସୁମନ ସାହୁ , ବାଙ୍କନିଧି ସାହୁ , ସିମାଞ୍ଚଳ ଗୈାଡ ପରିଚାଳନା କରିଥିବା ବେଳେ ଲୋକନାଥ କର , ଭୈରବ ଚନ୍ଦ୍ର କର , ଭଗବାନ ମହାପାତ୍ର , ରାଜାରାଓ ଆଚାରୀ , ବୃନ୍ଦାବନ ଗୌଡ଼ , ପଞ୍ଚାନନ ସାହୁ , ଶିବାନନ୍ଦ ପାଣିଗ୍ରାହୀ , ଜୟସେନ ପାଣିଗ୍ରାହୀ , ପିଣ୍ଟୁ ଆଚାରୀ , ଆୟୋଜକ କମିଟି ଉପଦେଷ୍ଟା ସନ୍ତୋଷ କୁମାର ସାହୁ , ସମ୍ପାଦକ ତୋଫାନ ଆଚାରୀ ଓ କୋଷାଧ୍ୟକ୍ଷ ରାଜେଶ ଗୌଡ଼ , ବଳରାମ ଗୈାଡ ଓ କ୍ଳବର ସମସ୍ତ ସଦସ୍ୟ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ । ଗୁରୁବାର ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଗୋକର୍ଣ୍ଣପୁର ଗ୍ରାମ କ୍ରିକେଟ ଟିମ୍ ବିପକ୍ଷ ସୁନାଥର ଗ୍ରାମ କ୍ରିକେଟ ଟିମ୍ କୁ ମାତ୍ର ୫ ରନ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଗୋକର୍ଣ୍ଣପୁର ଟିମ୍ ନିର୍ଦ୍ଧାରିତ ୧୨ ଓଭରରେ ୧୨୮ ରନ୍ ହାସଲ କରହାସଲ କରିଥିଲା । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ସୁନାଥର ଗ୍ରାମ କ୍ରିକେଟ ଟିମ୍ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ସମସ୍ତ ୱିକେଟ ହରାଇ ୧୨୩ ରନ କରି ପରାଜିତ ହୋଇଥିଲା । ସାମାଜିକ କର୍ମୀ ପ୍ରଶାନ୍ତ ଗୈାଡ ଏବଂ ଅରୁଣ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଗୋକର୍ଣ୍ଣପୁର ଟିମ୍ ପକ୍ଷରୁ ଧୁଆଁଧାର ବ୍ୟାଟିଂ ଓ ବୋଲିଂ କରିଥିବା ଖେଳାଳି ବ୍ରଜ କୁମାର ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ ।