Categories: ଜାତୀୟ

ବଦଳିବ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରର ସମୟ, ବନ୍ଦ ହେବ କେଦାରନାଥ ସମେତ କିଛି ତୀର୍ଥ ସ୍ଥଳ ଦର୍ଶନ

ଡେରାଡୁନ,୨୭ ।୧୦: ଧାର୍ମିକ ସ୍ଥଳ ଯାତ୍ରା କରୁଥିବା ତୀର୍ଥ ଯାତ୍ରୀଙ୍କ ପାଇଁ ଏକ ବଡ ଖବର, ଯାହା ଭକ୍ତାମାନେ ଜାଣି ରଖିବା ଜରୁରୀ । ଗୁରୁବାରଠାରୁ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରର ସମୟରେ ପରିବର୍ତ୍ତନ କରାଯାଇଛି । ମନ୍ଦିରର ପ୍ରବନ୍ଧକ ମୁନିଶ ଶର୍ମା କହିଛନ୍ତି, ଏବେ ରାଜଭୋଗ ସେବା ପାଇଁ ମନ୍ଦିର ଦିନ ୧ଟାରେ ବନ୍ଦ ହୋଇଯିବ । ସକାଳ ପାଳିରେ ମନ୍ଦିର ସକାଳ ୮ଟା ୪୫ରେ ଖୋଲିବ ଓ ଅପରାହ୍ନ ୧ଟାରେ ବନ୍ଦ ହେବ । ମନ୍ଦିରରେ ଠାକୁରଙ୍କ ଭୋଗ ପାଇଁ କିଛି ସମୟର ଅନ୍ତରାଲ ପରେ ସନ୍ଧ୍ୟା ୪ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ।
ଅନ୍ୟପଟେ କେଦାରନାଥ ଦର୍ଶନ ଗୁରୁବାରଠାରୁ ବନ୍ଦ ରହିବ । ସକାଳ ୮ଟା ୩୦ରେ ବୈଦିକ ମନ୍ତ୍ରୋଚ୍ଚରଣ ପରେ ମନ୍ଦିରର କବାଟ ବନ୍ଦ କରିଦିଆଯିବ । ଆଜିଠାରୁ ଯମୁନୋତ୍ରୀ ଦର୍ଶନ ବି ବନ୍ଦ କରି ଦିଆଯିବ । ସବୁଠାରୁ ଶେଷରେ ୧୯ ନଭେମ୍ବରରେ ବଦ୍ରିନାଥଧାମକୁ ବନ୍ଦ କରି ଦିଆଯିବ ।
ଚାରି ଧାମର ଯାତ୍ରା ଶେଷକୁ ନେଇ ଦଶହରାରେ କପାଟ ବନ୍ଦ କରିବାର ତିଥି ଘୋଷଣା କରାଯାଇଥାଏ । ଏଥିପାଇଁ ମୂୁହୂର୍ତ୍ତ ଅନୁଯାୟୀ, ତିଥି ଓ ସମୟ ଧାର୍ଯ୍ୟ କରାଯିବାର ପରମ୍ପରା ରହିଛି । ଏହି ଆଧାରରେ ଚାରିଧାମର କବାଟ ବନ୍ଦ କରାଯିବାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

Share