Categories: ଜାତୀୟ

ଭିପି ସିଂଙ୍କଠାରୁ ମୋଦିଙ୍କ ପର୍ଯ୍ୟନ୍ତ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଛନ୍ତି ପାଶୱାନ

ନୂଆଦିଲ୍ଲୀ,୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦଳିତ ନେତା ରାମବିଳାସ ପାଶୱାନଙ୍କ ଦେହାନ୍ତ ହେବା ତାଙ୍କ ଦଳ ପାଇଁ ଏକ ବଡ ଝଟକା । ତେବେ ବିହାରରେ ପାଶୱାନ ଏକ ମାତ୍ର ନେତା ଥିଲେ ଯିଏ ୯ଥର ଏମ୍‌ପି ଓ ୭ଥର କେନ୍ଦ୍ରମନ୍ତ୍ରୀ ରହିସାରିଛନ୍ତି । ଏହି ସମୟରେ ସେ ୬ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିବାର ଅବସର ପାଇଥିଲେ । ୧୯୭୭ରେ ପ୍ରଥମେ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୧୯୮୦, ୧୯୮୯, ୧୯୯୬, ୧୯୯୯, ୨୦୦୪ ଓ ୨୦୧୪ରେ ବିଜୟ ଲାଭ କରିଥିଲେ । ୧୯୯୧ରେ ସେ ଜନତା ଦଳରୁ ଟିକେଟ ପାଇ ରୋସଡା ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତାଃ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ହାଜିପୁର ଆସନରୁ ୧୯୮୪ରେ ୨୦୦୯ରେ ହାରି ଯାଇଥିଲେ । ସେ ୭ ଥର କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ । ସେ ୨ଥର ଅଟଳ ବିହାରୀ ବାଜପେୟି ଓ ୨ ଥର ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ମନ୍ତ୍ରୀ ରହି୍‌ଥିଲେ । ୧୯୮୯ରୁ ଆଜି ପର୍ଯ୍ୟନ୍ତ ଚନ୍ଦ୍ରଶଖର ଓ ପିଭି ନରସିଂହରାଓଙ୍କ ସରକାରଙ୍କୁ ବାଦ୍ ଦେଲେ ପାଶୱାନ ମନ୍ତ୍ରୀ ରହିଆସିଛନ୍ତି । ବିଶ୍ୱନାଥ ପ୍ରତାପ ସିଂ, ଏଚ୍‌ଡି ଦେବେଗୌଡା, ଇନ୍ଦ୍ର କୁମାର ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ଡା. ମନମୋହନ ସିଂ ଓ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ରହି ଆସିଛନ୍ତି ପାଶୱାନ ।

Share