ସୌରଜଗତକୁ ବୁଝିବାରେ ‘ଭୋୟେଜର-୨’ର ଭୂମିକା

ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ୪ଟି ଗ୍ରହ-ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ସାଧାରଣତଃ ପଥୁରିଆ ଉପାଦାନକୁ ନେଇ ଗଠିତ ହୋଇଥିଲା ବେଳେ ଗ୍ରହାଣୁପୁଞ୍ଜ ପରେ ରହିଥିବା ବୃହସ୍ପତି, ଶନି, ୟୁରାନସ୍‌ ଓ ନେପ୍‌ଚୁନ୍‌ ଗ୍ରହଗୁଡ଼ିକର ଗଠନ ଧାରା ଭିନ୍ନ ଧରଣର। ସେଗୁଡ଼ିକ ଆମ ପୃଥିବୀଠାରୁ ବହୁ ଦୂରରେ ରହିଥିବାରୁ ପୃଥିବୀ ପୃଷ୍ଠରୁ ସେମାନଙ୍କ ବିଷୟରେ ଅଧିକ ଜାଣିବା ୪୬ ବର୍ଷ ପୂର୍ବରୁ ସମ୍ଭବ ହୋଇପାରି ନ ଥିଲା। ସେମାନଙ୍କୁ ଅତି ନିକଟରୁ ଚିହ୍ନିବା, ବୁଝିବା ଓ ସେଗୁଡ଼ିକର କ୍ରମବିକାଶ ସମ୍ବନ୍ଧରେ ଠିକ୍‌ ଧାରଣା ପାଇବା ଉଦ୍ଦେଶ୍ୟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ଏକକାଳୀନ ଦୁଇ ଦୁଇଟା ‘ଭୋୟେଜର’ ମହାକାଶଯାନ ସେହି ବହିଃଗ୍ରହଗୁଡ଼ିକ ଅଭିମୁଖେ ପଠାଯାଇଥିଲା। ମହାକାଶଯାନ ଦୁଇଟିର ନାମ ଥିଲା – ‘ଭୋୟେଜର-୧’ ଓ ‘ଭୋୟେଜର-୨’। ପ୍ରତ୍ୟେକ ‘ଭୋୟେଜର’ ମହାକାଶଯାନର ବସ୍ତୁତ୍ୱ ଥିଲା ୮୧୫ କିଲୋଗ୍ରାମ୍‌। ୧୯୭୭ ମସିହା ଅଗଷ୍ଟ ୨୦ ତାରିଖରେ ‘ଭୋୟେଜର-୨’ ଓ ସେପ୍ଟେମ୍ବର ୫ ତାରିଖରେ ‘ଭୋୟେଜର-୧’ ଯାନକୁ ଗ୍ରହାଣୁପୁଞ୍ଜ ବାହାରେ ରହିଥିବା ଗ୍ରହଗୁଡ଼ିକ ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ଏକାଧାରରେ ଦଶଟି ବୈଜ୍ଞାନିକ ପରୀକ୍ଷଣ କରାଯିବାର ଲକ୍ଷ୍ୟ ରଖି ତଦନୁସାରେ ସେଥିରେ ଆଧୁନିକ ଯନ୍ତ୍ରପାତିମାନ ଖଞ୍ଜାଯାଇଥିଲା। ମହାକାଶଯାନ ଦୁଇଟି ମଧ୍ୟ ସୁଚାରୁରୂପେ ସେମାନଙ୍କର ଗୁରୁଦାୟିତ୍ୱ ସମ୍ପାଦନ କରିଥିଲେ।
‘ଭୋୟେଜର-୨’ ମହାକାଶଯାନ ସବୁଠାରୁ ଅଧିକ ସମୟ ଆମ ନିୟନ୍ତ୍ରଣ ମଧ୍ୟରେ ରହି କାମ କରୁଛି ଏବଂ ଆମଠାରୁ ଅନେକ ଦୂରକୁ ଯାଇପାରିଛି। ୧୯୭୯ ମସିହାରେ ‘ଭୋୟେଜର-୨’ ମହାକାଶଯାନ ବୃହସ୍ପତିର ଚର୍ଚ୍ଚିତ ‘ଆଇ-ଓ’ ଉପଗ୍ରହର ଉଭୟ ମେରୁର ଫଟୋ ଉଠାଇଥିଲା। ଫଟୋଚିତ୍ରଗୁଡ଼ିକର ବିଶ୍ଳେଷଣ ଓ ତୁଳନା ପୂର୍ବକ ଏହି ଉପଗ୍ରହରେ କେତେକ ଜୀବନ୍ତ ଓ କେତେକ ସୁପ୍ତ ଆଗ୍ନେୟଗିରି ରହିଥିବା ଜଣାପଡ଼ିଲା। ପ୍ରଥମଥର ପାଇଁ ପୃଥିବୀ ବାହାରେ ଆଇ-ଓ ଉପରେ ନଅଟି ଜୀବନ୍ତ ଆଗ୍ନେୟଗିରିର ସନ୍ଧାନ ମିଳିଥିଲା। ତା’ ସହିତ ସେଥିରୁ ନିର୍ଗତ ଉତ୍ତପ୍ତ ଲାଭା ଓ ସଲ୍‌ଫର ଡାଇଅକ୍ସାଇଡ୍‌ ଗ୍ୟାସ୍‌ ଦ୍ୱାରା ପ୍ରଦୂଷିତ ପରିବେଶ ବିଷୟରେ ମଧ୍ୟ ଅନେକ ସୂଚନା ମିଳିଥିଲା। ଭୋୟେଜର ମିଶନ ଦ୍ୱାରା ହିଁ ଜଣାଗଲା ଯେ ବୃହସ୍ପତିର ପୃଷ୍ଠଦେଶରେ ଦେଖାଯାଉଥିବା ‘ଗ୍ରେଟ୍‌ ରେଡ୍‌ ସ୍ପଟ୍‌’ ହେଉଛି ପ୍ରକୃତରେ ଏକ ବିଶାଳ ଝଡ଼। ଭୋୟେଜର ଯାନଦୁଇଟି ଦେଖିବାକୁ ପାଇଥିଲେ ଯେ ବୃହସ୍ପତିର ବାୟୁମଣ୍ଡଳୀୟ ମେଘମାଳାରେ ଅନବରତ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେଉଛି। ଏହି ବିଶାଳ ଗ୍ରହର ପୃଷ୍ଠଦେଶରୁ ପ୍ରାୟ ୯୯,୦୦୦ କି.ମି. ଉଚ୍ଚତାରେ ମୁଖ୍ୟତଃ ଧୂଳିକଣାରେ ଗଠିତ ୩୦,୦୦୦ କି.ମି. ଓସାରର ବଳୟ କ୍ଷେତ୍ରକୁ ମଧ୍ୟ ଠାବ କରାଯାଇ ପାରିଥିଲା।
ଶନିଗ୍ରହ ସମ୍ପର୍କରେ ଅଧିକ କିଛି ଜଣାପଡ଼ିଥିଲା ଭୋୟେଜର ମିଶନ ପରେ। ଏହି ଗୁରୁତ୍ୱପୂର୍ଣ୍ଣ ମିଶନ ଦ୍ୱାରା ଜଣାଗଲା ଯେ, ଶନିର ବଳୟଗୁଡ଼ିକ ଖୁବ୍‌ ପ୍ରଶସ୍ତ ଏବଂ ସେଗୁଡ଼ିକ ପଥର, ଗ୍ୟାସ୍‌ ତଥା ବରଫ ଭଳି ପଦାର୍ଥକୁ ନେଇ ତିଆରି। ଏଥିରେ ପ୍ରାୟ ଏକ ଲକ୍ଷ ପୃଥକ୍‌ ପୃଥକ୍‌ କ୍ଷୁଦ୍ର ବଳୟ ରହିଥିଲେ ବି ସମୁଦାୟ ବଳୟଗୁଚ୍ଛକୁ ଡି, ସି, ବି, ଏ, ଏଫ୍‌, ଜି ଓ ଇ ବଳୟରେ ବିଭକ୍ତ କରାଯାଇଛି। ବି ଓ ଏ ବଳୟ ମଧ୍ୟରେ ୪,୮୦୦ କିଲୋମିଟର ସ୍ପଷ୍ଟ ବ୍ୟବଧାନକୁ ‘କାସିନି-ବ୍ୟବଧାନ’ କୁହାଯାଏ। ୧୯୮୧ ମସିହାରେ ‘ଭୋୟେଜର-୨’ ମହାକାଶଯାନଟି ଶନିଗ୍ରହକୁ ଅତିକ୍ରମ କରିବା ଅବସରରେ ୮୯ ଲକ୍ଷ କି.ମି. ଦୂରତାରୁ ଏହି ଅପୂର୍ବ ଦୃଶ୍ୟର ଚିତ୍ରୋତ୍ତୋଳନ କରିବାକୁ ସମର୍ଥ ହୋଇଥିଲା। ଶନିର ବାୟୁମଣ୍ଡଳ ଓ ବୃହସ୍ପତିର ବାୟୁମଣ୍ଡଳ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବା ଲକ୍ଷ୍ୟ କରାଗଲା। ଏଥିସହିତ ଶନିର ଉପଗ୍ରହ ଏନ୍ସିଲାଡସ୍‌ ପୃଷ୍ଠରେ ବିରାଟ ବିରାଟ ବିଚ୍ୟୁତି(ଫଲ୍‌ଟ୍‌) ଓ ଉପତ୍ୟକାମାନ ଥିବା ଜଣାପଡ଼ିଲା।
‘ଭୋୟେଜର-୨’ ମହାକାଶଯାନଟି ୧୯୮୬ ମସିହା ଜାନୁୟାରୀ ୨୪ ତାରିଖରେ ୟୁରାନସ୍‌ ଗ୍ରହର ନିକଟତର ହୋଇଥିଲା। ଏହି ଅବସରରେ ଏହି ଗ୍ରହର ଅନେକ ବଳୟର ଆବିଷ୍କାର କରିବା ସଙ୍ଗେ ସଙ୍ଗେ ଦଶଗୋଟି ନୂତନ ଉପଗ୍ରହର ସନ୍ଧାନ ଦେଇଥିଲା। ‘ଭୋୟେଜର-୨’ ମଧ୍ୟ ୟୁରାନସ୍‌ ଗ୍ରହର ଚୁମ୍ବକୀୟକ୍ଷେତ୍ର ବିଷୟରେ ସର୍ବପ୍ରଥମେ ସୂଚନା ପ୍ରଦାନ କରିଥିଲା, ଯାହାକି ଆଗରୁ ଜଣାଯାଇ ନ ଥିଲା। ଏହାଛଡ଼ା ଏହାର ଏକ ଉପଗ୍ରହ ‘ମିରାଣ୍ଡା’ର ପୃଷ୍ଠଦେଶରେ ପ୍ରାୟ ୨୦ କିଲୋମିଟର ଗଭୀର ଉପତ୍ୟକା ଥିବାର ସୂଚନା ମିଳିଥିଲା। ୟୁରାନସ୍‌ ଗ୍ରହର ସମସ୍ତ ନଅଟି ବଳୟ ବିଷୟରେ ମଧ୍ୟ ଜଣାପଡ଼ିଲା। ଫଟୋଚିତ୍ରରୁ ଯାହା ଜଣାଗଲା, ବୃହସ୍ପତି ଓ ଶନିର ବଳୟରେ ଥିବା ଉପାଦାନଗୁଡ଼ିକଠାରୁ ୟୁରାନସ୍‌ର ବଳୟ ବଡ଼ ବଡ଼ ଖଣ୍ଡ ଉପାଦାନରେ ଗଠିତ।
ନେପ୍‌ଚୁନ ଗ୍ରହର ଫଟୋଚିତ୍ରରୁ ଏହାର ବାୟୁମଣ୍ଡଳରେ ମିଥେନ୍‌ ଓ ଉପର ଅଞ୍ଚଳରେ ଘନ ମେଘମାଳା ରହିଥିବା ଦେଖାଗଲା। ୟୁରାନସ୍‌ ଭଳି ନେପ୍‌ଚୁନ ଗ୍ରହର ମଧ୍ୟ ବଳୟ ରହିଥିବାର ପ୍ରମାଣ ମିଳିଲା। ଗ୍ରହପୃଷ୍ଠରେ କେତେକ ‘ସ୍ପଟ୍‌’ ସହିତ ଏହାର ବାୟୁମଣ୍ଡଳରେ ୨୦୦୦ କି.ମି. ବେଗରେ ଗତିଶୀଳ ପବନ ସମ୍ପର୍କରେ ସୂଚନା ମିଳିଲା। ଅନ୍ୟ ଯେକୌଣସି ଗ୍ରହର ବାୟୁମଣ୍ଡଳୀୟ ପବନସ୍ରୋତ ତୁଳନାରେ ଏହା ଅଧିକ ଶକ୍ତିଶାଳୀ ଅଟେ। ୧୯୮୯ ମସିହାରେ ‘ଭୋୟେଜର-୨’ ନେଇଥିବା ଫଟୋଚିତ୍ରରୁ ନେପ୍‌ଚୁନ ଗ୍ରହର ବୃହତମ ଉପଗ୍ରହ ଟ୍ରିଟନ୍‌ ସମ୍ବନ୍ଧରେ କେତେକ ନୂତନ ତଥ୍ୟ ମଧ୍ୟ ହସ୍ତଗତ ହୋଇପାରିଲା। ପ୍ରାୟତଃ ଯବକ୍ଷାରଜାନ ଓ ମିଥେନ୍‌ର ବରଫରେ ଗଠିତ ଟ୍ରିଟନ୍‌ ଉପଗ୍ରହର ପୃଷ୍ଠତଳ ସେତେ ମାତ୍ରାରେ ଗର୍ତ୍ତମୟ ନ ଥିଲା। ଆମ ସୌରଜଗତର ସୁଦୂର ଅଞ୍ଚଳ ଉପରେ ସର୍ବପ୍ରଥମେ ସମ୍ୟକ୍‌ ଧାରଣା ପ୍ରଦାନ କରିବା କ୍ଷେତ୍ରରେ ‘ଭୋୟେଜର-୨’ ମହାକାଶଯାନର ଭୂମିକା ଅତୁଳନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri