Posted inଜାତୀୟ

ରାମ ମନ୍ଦିରରେ କେଉଁ ମୂର୍ତ୍ତି ପାଇବ ପୂଜା, ଆଜି ହେବ ଭୋଟିଂ

ନୂଆଦିଲ୍ଲୀ, ୨୯ା୧୨: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କର କେଉଁ ମୂର୍ତ୍ତି ପୂଜା ପାଇବ ସେ ନେଇ ଶୁକ୍ରବାର ମତଦାନ ହେବ। ଫଳରେ ଭଗବାନ ରାମଙ୍କର କେଉଁ ମୂର୍ତ୍ତି ଏଠାରେ ପୂଜା ପାଇବ ତାହାର ପ୍ରତୀକ୍ଷା ଶେଷ ହେବ। ଜାନୁୟାରୀ ୨୨ ତାରିଖରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାରୁ ମୂର୍ତ୍ତି ଚୟନ ପାଇଁ ଏହି ଗୁରୁତ୍ୱପୂର୍ଣ ନିଷ୍ପତି ପାଇଁ ମତଦାନ କରାଯାଉଛି।

ସୂଚନା ଅନୁଯାୟୀ ରାମ ମନ୍ଦିର ନିର୍ମାଣ ଓ ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟ ଶ୍ରୀ ରାମ ଜନ୍ମଭୂମି ତିର୍ଥ ତୀର୍ଥ କ୍ଷେତ୍ରର ବୈଠକରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ନେଇ ମତଦାନ କରାଯିବ। ବିଭିନ୍ନ କାରିଗରଙ୍କ ଦ୍ୱାରା ନିର୍ମିତ ତିନୋଟି ମୂର୍ତ୍ତିର ଡିଜାଇନ୍ ଟେବୁଲ ଉପରେ ରଖାଯିବ। ସର୍ବାଧିକ ଭୋଟ ପାଇଥିବା ପ୍ରତିମା ଜାନୁୟାରୀ ୨୨ ରେ ମନ୍ଦିରର ଅଭିଷେକ ସମୟରେ ସ୍ଥାପନ ହେବ। ଟ୍ରଷ୍ଟ ସଚିବ ଚମ୍ପତ ରାୟ ବୁଧବାର କହିଛନ୍ତି ଯେ ପାଞ୍ଚ ବର୍ଷର ପ୍ରଭୁ ରାମଙ୍କ କୋମଳତାକୁ ପ୍ରତିଫଳିତ କରୁଥିବା ୫୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ତିନୋଟି ଡିଜାଇନରୁ ଚୟନ କରାଯିବ।

ଏହାରି ମଧ୍ୟରେ, ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନିପେନ୍ଦ୍ର ମିଶ୍ର ଗୁରୁବାର ଦିନ ବରିଷ୍ଠ ଜିଲା ଅଧିକାରୀଙ୍କ ସହ ରାମ ଜନ୍ମଭୂମି ପଥ ଏବଂ ପ୍ରାଙ୍ଗଣରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଆସନ୍ତା ମାସରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଯୋଧ୍ୟା ଗସ୍ତର ଦୁଇ ଦିନ ପୂର୍ବରୁ ଏହି ଯାଞ୍ଚ କରାଯାଇଥିଲା।

ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରୁଥିବା ନିପେନ୍ଦ୍ର ମିଶ୍ର କହିଛନ୍ତି ଯେ, କାର‌୍ୟ୍ୟକୁ ତରତରିଆ ଭାବରେ କରାଯାଉନାହିଁ, ବରଂ ପର୍ଯ୍ୟାପ୍ତ ସମୟ ନେଇ ଏହା ଗୁଣାତ୍ମକ ଢଙ୍ଗରେ କରାଯାଉଛି। ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତିନୋଟି ପର୍ଯ୍ୟାୟ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ, ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀରେ ଶେଷ ହେବ, ଯେତେବେଳେ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିଭଳି ତୃତୀୟ ପର୍ଯ୍ୟାୟ ମନ୍ଦିରର ଜଟିଳ ନିର୍ମାଣ କାର୍ଯ୍ୟ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?