ସୁନ୍ଦରଗଡ଼ରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ

ସୁନ୍ଦରଗଡ଼,୨୪।୩(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲାରେ ଗୁରୁବାର ପୌର ନିର୍ବାଚନ ସକାଶେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟ ଗ୍ରହଣ । ଜିଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରାଞ୍ଚଳରେ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଭୋଟ ଦେବା ପାଇଁ ବିଭିନ୍ନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ ପୌରାଞ୍ଚଳରେ ୩୮ଟିରେ ମତଦାତା ନିଜ ମତସାବ୍ୟସ୍ତ କରୁଛନ୍ତି।

ଅପରାହ୍ନ ୩ଟା ସୁଦ୍ଧା ସୁନ୍ଦରଡ ପୌରାଞ୍ଚଳରେ ୩୮ହଜାର ୧୦୪ ଭୋଟରଙ୍କ ମଧ୍ୟରୁ ୧୮୦୪୨ଜଣ ମତଦାନ କରିଥିବା ବେଳେ ରାଜଗାଙ୍ଗପୁର ପୌରାଞ୍ଚଳରେ ମୋଟ ୪୪ ହଜାର ୭୮୯ ଭୋଟରଙ୍କ ମଧ୍ୟରୁ ୨୨୨୬୫ଜଣ ଭୋଟ ଦେଇଛନ୍ତି। ଏଥିସହ ବୀରମିତ୍ରପୁର ପୌରାଞ୍ଜଳରେ ୨୪୦୪୦ ମତଦାତାଙ୍କ ମଧ୍ୟରୁ ୧୪ହଜର ୧୬୭ ଭୋଟର ନିଜ ମତଦାନ କରିଛନ୍ତି।