ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ

ଲଣ୍ଡନ,୩ା୯: ବୋରିସ ଜନ୍‌ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍‌ସେଲର ଋଷି ସୁନକ ଏବଂ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ଙ୍କ ମଧ୍ୟରେ ଏଥିପାଇଁ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଉଭୟ ନେତା ମାସେ ହେଲା ପ୍ରଚାର ଅଭିଯାନ ଚଳାଇଥିଲେ। ଭୋଟଦାନ ପ୍ରକ୍ରିୟାରେ ୧,୬୦,୦୦୦ ଟୋରି ଭୋଟର ସାମିଲ ହୋଇଛନ୍ତି। ରିଟର୍ନିଂ ଅଫିସର ସାର୍‌ ଗ୍ରାହମ ବ୍ରାଡି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ଫଳାଫଳ ଘୋଷଣା କରିବେ। ଋଷି ସୁନକଙ୍କୁ ପଛରେ ପକାଇ ଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି।

Share