Categories: ଜାତୀୟ

କଂଗ୍ରେସକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା: କୈଳାଶ ବିଜୟବର୍ଗୀୟ

ଭୋପାଳ,୪।୧୦: ମଧ୍ୟପ୍ରଦେଶର ଇନ୍ଦୋର ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଥିବା ଭାଜପା ପ୍ରାର୍ଥୀ କୈଳାଶ ବିଜୟବର୍ଗୀୟ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି। ତେଣୁ ତାକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା ବୋଲି କୈଳାଶ କହିଛନ୍ତି।
କୈଳାଶ କହିଛନ୍ତି,କଂଗ୍ରେସ କେବଳ ଭୋଟ ରାଜନୀତି କରେ। ତୁଷ୍ଟୀକରଣ ପାଇଁ ଏମାନେ ସ୍ବତନ୍ତ୍ର ଶ୍ରେଣୀ ଲୋକଙ୍କୁ ସମର୍ଥନ କରନ୍ତି। ଆମ ସହିତ ଠିଆ ହୋଇ ରାମନାମ କହିବାକୁ ଛଳନା କରନ୍ତି। ଆମେ ରାମ ନାମ କହି ଜନ୍ମ ହୋଇଛୁ ଏହା କହି ମରିବୁ ମଧ୍ୟ। ଆମେ ଛଳନା ପସନ୍ଦ କରୁ ନାହିଁ। ଆମେ ରାମଙ୍କର ଭକ୍ତ। ଓଢଣୀ ପକାଇ ଚାଲୁ, ଆମର କୌଣସି ନକଲି ଭୂମିକା ନାହିଁ।

Share