Categories: ଜାତୀୟ

ସରିଲା ଭୋଟ ଗ୍ରହଣ,୨୧ରେ ଫଳାଫଳ

ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଯଶବନ୍ତ ସିନ୍ନାଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଦ୍ରୌପଦୀଙ୍କ ସପକ୍ଷରେ ୬୦%ରୁ ଅଧିକ ଭୋଟ ଥିବାରୁ ତାଙ୍କର ବିଜୟ ହେବାର ସମ୍ଭାବନା ଅଧିକ ରହିଛି। ହେଲେ ମତଦାନ ସମୟରେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ ଆସାମ ପର୍ଯ୍ୟନ୍ତ କ୍ରସ ଭୋଟିଂ ଦେଖିବାକୁ ମିଳିଥିଲା। ସୋମବାର ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ଏମ୍‌ପିମାନେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ହ୍ବିଲ୍‌ ଚେୟାରରେ ଆସି ଭୋଟ ଦେଇଥିଲେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ସରିଥିବା ବେଳେ ଆସନ୍ତା ୨୧ରେ ଏହାର ଫଳାଫଳ ପ୍ରକାଶ ପାଇବ।

 

Share