ସରିଲା ମତଦାନ, ଗଣତି ସ୍ଥଗିତ

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ପୌର କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ପୌର ପରିଷଦର ୨୪ଜଣ କାଉନସିଲରଙ୍କ ମଧ୍ୟରୁ ଭାଜପାର ୨ଜଣ ଏବଂ କଂଗ୍ରେସର ଜଣେ କାଉନସିଲରଙ୍କ ବ୍ୟତୀତ ଅନ୍ୟ ୨୧ଜଣ ବିଜେଡି କାଉନସିଲର ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରି ମତଦାନ କରିଥିଲେ ।

ହେଲେ ଅନାସ୍ଥା ପ୍ରସଙ୍ଗରେ ରହିତାଦେଶ ପାଇଁ ଉପାଧ୍ୟକ୍ଷା ଶୁଭ୍ରା ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଗୁରୁବାର ହାଇକୋର୍ଟ ଜଷ୍ଟିସ୍‌ ଭି.ନରସିଂହ ଶୁଣାଣିକରି ନିର୍ବାଚନ ଫଳାଫଳ ଘୋଷଣା ଉପରେ ରହିତାଦେଶ ଜାରି କରିଛନ୍ତି। ଆସନ୍ତା ୧୫ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ରାୟ ପ୍ରକାଶ ପାଇଛି। ଯେହେତୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ତେଣୁ ଫଳାଫଳ ଘୋଷଣା ବ୍ୟତୀତ ଅନ୍ୟ ସମସ୍ତ ପ୍ରକ୍ରିୟା ଉପରେ ରହିତାଦେଶ ରାୟ ଦେଇନାହାନ୍ତି ଜଷ୍ଟିସ୍‌ ନରସିଂହ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ବାଚନ କାର୍ଯ୍ୟ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଜେନା କହିଛନ୍ତି। ନିର୍ବାଚନ ପରେ ସମସ୍ତ ବାଲଟ ବକ୍ସ ସିଲ୍‌କରି ଜିଲା କୋଷାଗାରଠାରେ ରଖାଯାଇଛି।

ନିର୍ବାଚନ ପାଇଁ ହୋଇଥିବା ପୂର୍ବ ଘୋଷଣା ପ୍ରକାରେ ସକାଳ ୧୧ଟା ବେଳେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଭୋଟିଂ ହୋଇଥିଲା। ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୯ ଜଣ କାଉନସିଲରଙ୍କ ସମେତ ଉପାଧ୍ୟକ୍ଷା ଓ ୧୩ ନଂ. ୱାର୍ଡର କାଉନସିଲର ପ୍ରତିମା ପାଣିଗ୍ରାହୀ ଉପସ୍ଥିତ ରହି ଭୋଟଦାନ କରିଥିଲେ। ମୋଟ ୨୧ ଜଣ କାଉନସିଲର ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପ୍ରତିମା ଅସୁସ୍ଥ ଥିବାରୁ ହୁଇଲ ଚେୟାରରେ ବସି ଭୋଟିଂ ପାଇଁ ଆସିଥିଲେ । ହେଲେ ଅନାସ୍ଥା ଆଣିଥିବା ୧୯ ଜଣ କାଉନସିଲର ଏକାଠି ହୋଇ ଆସିଥିବା ନଜରକୁ ଆସିଥିଲା। ଭୋଟିଂ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଫଳାଫଳକୁ ନେଇ ରାଜନୈତିକ ଉତ୍ସୁକତା ଆରମ୍ଭ ହୋଇଛି। ଗଣତି ବନ୍ଦ କରିଦେଇଥିବାରୁ ଭୋଟ ଗଣତି କାହିଁକି କରାଯିବ ନାହିଁ ବୋଲି କାଉନସିଲରମାନେ ନିର୍ବାଚନ ଅଧିକାରୀ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଅଦାଲତ ନିର୍ଦ୍ଦେଶନାମା ଦେଖାଇବା ପାଇଁ ଦାବି କରିଥିଲେ। ତେବେ ନିୟମ ଅନୁସାରେ ଆମେ କାର୍ଯ୍ୟ କରିବୁ କହି ନିର୍ବାଚନ ଅଧିକାରୀ ସମସ୍ତ ବାଲଟ ବକ୍ସ ସିଲ୍‌ କରିଦେଇଥିଲେ। ଅନ୍ୟପକ୍ଷେ ଅଦାଲତ ନିର୍ଦ୍ଦେଶନାମା ଆସିବା ପରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏ ନେଇ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା କହିଛନ୍ତି, ସତ୍ୟର ଜୟ ହୋଇଛି। ନବୀନ ପଟ୍ଟନାୟକଙ୍କ ଉପରେ ମୋର ଭରସା ରହିଛି। ଭୋଟିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ପରିଚାଳନା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ।

ପ୍ରକାଶ ଥାଉକି, ଏହି ମାମଲାରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ବିଜେଡି କାଉନସିଲରଙ୍କୁ ହୁଇପ୍‌ ଜାରି କରିଥିଲେ। ଅନାସ୍ଥା ପ୍ରସ୍ତାବ ପାଇଁ ହେବାକୁ ଥିବା ଭୋଟିଂରେ ସମସ୍ତେ ଉପସ୍ଥିତ ରହି ଅନାସ୍ଥା ବିରୋଧରେ ଭୋଟ ଦେବାକୁ ନୋଟିସ ଜାରି କରିଥିଲେ। ଯଦି କୌଣସି କାଉନସିଲର ଏହି ନିର୍ଦ୍ଦେଶ ବିରୋଧରେ ଯାଆନ୍ତି ତେବେ ଓଡ଼ିଶା ମ୍ୟୁନିସିପାଲ ଆମେଣ୍ଡମେଣ୍ଟ ନିୟମାବଳୀ ୨୦୧୮ର ରୁଲ୍‌ ୪୬(ଖ) ଅନୁଯାୟୀ ଦଳ ପଦକ୍ଷେପ ଗ୍ରହଣ କରିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri