ସରିଲା ମତଦାନ, ଗଣତି ସ୍ଥଗିତ

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ପୌର କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ପୌର ପରିଷଦର ୨୪ଜଣ କାଉନସିଲରଙ୍କ ମଧ୍ୟରୁ ଭାଜପାର ୨ଜଣ ଏବଂ କଂଗ୍ରେସର ଜଣେ କାଉନସିଲରଙ୍କ ବ୍ୟତୀତ ଅନ୍ୟ ୨୧ଜଣ ବିଜେଡି କାଉନସିଲର ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରି ମତଦାନ କରିଥିଲେ ।

ହେଲେ ଅନାସ୍ଥା ପ୍ରସଙ୍ଗରେ ରହିତାଦେଶ ପାଇଁ ଉପାଧ୍ୟକ୍ଷା ଶୁଭ୍ରା ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଗୁରୁବାର ହାଇକୋର୍ଟ ଜଷ୍ଟିସ୍‌ ଭି.ନରସିଂହ ଶୁଣାଣିକରି ନିର୍ବାଚନ ଫଳାଫଳ ଘୋଷଣା ଉପରେ ରହିତାଦେଶ ଜାରି କରିଛନ୍ତି। ଆସନ୍ତା ୧୫ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ରାୟ ପ୍ରକାଶ ପାଇଛି। ଯେହେତୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ତେଣୁ ଫଳାଫଳ ଘୋଷଣା ବ୍ୟତୀତ ଅନ୍ୟ ସମସ୍ତ ପ୍ରକ୍ରିୟା ଉପରେ ରହିତାଦେଶ ରାୟ ଦେଇନାହାନ୍ତି ଜଷ୍ଟିସ୍‌ ନରସିଂହ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ବାଚନ କାର୍ଯ୍ୟ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଜେନା କହିଛନ୍ତି। ନିର୍ବାଚନ ପରେ ସମସ୍ତ ବାଲଟ ବକ୍ସ ସିଲ୍‌କରି ଜିଲା କୋଷାଗାରଠାରେ ରଖାଯାଇଛି।

ନିର୍ବାଚନ ପାଇଁ ହୋଇଥିବା ପୂର୍ବ ଘୋଷଣା ପ୍ରକାରେ ସକାଳ ୧୧ଟା ବେଳେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଭୋଟିଂ ହୋଇଥିଲା। ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୯ ଜଣ କାଉନସିଲରଙ୍କ ସମେତ ଉପାଧ୍ୟକ୍ଷା ଓ ୧୩ ନଂ. ୱାର୍ଡର କାଉନସିଲର ପ୍ରତିମା ପାଣିଗ୍ରାହୀ ଉପସ୍ଥିତ ରହି ଭୋଟଦାନ କରିଥିଲେ। ମୋଟ ୨୧ ଜଣ କାଉନସିଲର ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପ୍ରତିମା ଅସୁସ୍ଥ ଥିବାରୁ ହୁଇଲ ଚେୟାରରେ ବସି ଭୋଟିଂ ପାଇଁ ଆସିଥିଲେ । ହେଲେ ଅନାସ୍ଥା ଆଣିଥିବା ୧୯ ଜଣ କାଉନସିଲର ଏକାଠି ହୋଇ ଆସିଥିବା ନଜରକୁ ଆସିଥିଲା। ଭୋଟିଂ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଫଳାଫଳକୁ ନେଇ ରାଜନୈତିକ ଉତ୍ସୁକତା ଆରମ୍ଭ ହୋଇଛି। ଗଣତି ବନ୍ଦ କରିଦେଇଥିବାରୁ ଭୋଟ ଗଣତି କାହିଁକି କରାଯିବ ନାହିଁ ବୋଲି କାଉନସିଲରମାନେ ନିର୍ବାଚନ ଅଧିକାରୀ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଅଦାଲତ ନିର୍ଦ୍ଦେଶନାମା ଦେଖାଇବା ପାଇଁ ଦାବି କରିଥିଲେ। ତେବେ ନିୟମ ଅନୁସାରେ ଆମେ କାର୍ଯ୍ୟ କରିବୁ କହି ନିର୍ବାଚନ ଅଧିକାରୀ ସମସ୍ତ ବାଲଟ ବକ୍ସ ସିଲ୍‌ କରିଦେଇଥିଲେ। ଅନ୍ୟପକ୍ଷେ ଅଦାଲତ ନିର୍ଦ୍ଦେଶନାମା ଆସିବା ପରେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏ ନେଇ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା କହିଛନ୍ତି, ସତ୍ୟର ଜୟ ହୋଇଛି। ନବୀନ ପଟ୍ଟନାୟକଙ୍କ ଉପରେ ମୋର ଭରସା ରହିଛି। ଭୋଟିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ପରିଚାଳନା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ।

ପ୍ରକାଶ ଥାଉକି, ଏହି ମାମଲାରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ବିଜେଡି କାଉନସିଲରଙ୍କୁ ହୁଇପ୍‌ ଜାରି କରିଥିଲେ। ଅନାସ୍ଥା ପ୍ରସ୍ତାବ ପାଇଁ ହେବାକୁ ଥିବା ଭୋଟିଂରେ ସମସ୍ତେ ଉପସ୍ଥିତ ରହି ଅନାସ୍ଥା ବିରୋଧରେ ଭୋଟ ଦେବାକୁ ନୋଟିସ ଜାରି କରିଥିଲେ। ଯଦି କୌଣସି କାଉନସିଲର ଏହି ନିର୍ଦ୍ଦେଶ ବିରୋଧରେ ଯାଆନ୍ତି ତେବେ ଓଡ଼ିଶା ମ୍ୟୁନିସିପାଲ ଆମେଣ୍ଡମେଣ୍ଟ ନିୟମାବଳୀ ୨୦୧୮ର ରୁଲ୍‌ ୪୬(ଖ) ଅନୁଯାୟୀ ଦଳ ପଦକ୍ଷେପ ଗ୍ରହଣ କରିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri