ଆଳିରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ

ଆଳି,୧୬।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ। ଏ ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି। ବ୍ଲକର ୩୪ ପଞ୍ଚାୟତରେ ସମୁଦାୟ ୪୯୦ ବୁଥ୍‌ରେ ଭୋଟ ଗ୍ରହଣ ଚାଲିଛି। ସରପଞ୍ଚ, ସମିତିସଭ୍ୟ ଏବଂ ଓ୍ବାର୍ଡମେମ୍ବର ପାଇଁ ସମୁଦାୟ ୧୧୬୪ ଜଣ ପ୍ରତିଦ୍ବନ୍ଦୀ ନିର୍ବାଚନ ଲଢ଼ୁଛନ୍ତି।