Categories: ଜାତୀୟ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଲକ୍ଷ୍ନୌ/ପଣଜୀ/ଡେରାଡୁନ୍‌,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ ଜାରି ରହିଛି। ଅପରପକ୍ଷରେ ଗୋଆ ଓ ଉତ୍ତରାଖଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି। ଗୋଆ ବିଧାନସଭାର ୪୦ ଏବଂ ଉତ୍ତରାଖଣ୍ଡର ୭୦ ଆସନରେ ମତଦାନ ଅନୁଷ୍ଠିତ ହେଉଛି।
ଉତ୍ତରପ୍ରଦେଶରେ ଏହି ପର୍ଯ୍ୟାୟରେ ୫୮୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଗୋଆରେ ୧୧ ଲକ୍ଷ ଭୋଟର ୩୦୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଉତ୍ତରାଖଣ୍ଡରେ ୬୩୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କ ସିଂ ଧାମିଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ ସତପାଲ ସିଂ ମହାରାଜ, ସୁବୋଧ ଉନିୟାଲ, ଅରବିନ୍ଦ ପାଣ୍ଡେ, ଧନ ସିଂ ରାଓ୍ବତ୍‌ଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ସେହିପରି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ୍‌, ପିସିସି ସଭାପତି ଗଣେଶ ଗୋଡ଼ିୟାଲ ଏବଂ ବିରୋଧୀ ଦଳ ନେତା ପ୍ରୀତମ୍‌ ସିଂ ମଧ୍ୟ ମଇଦାନରେ ଅଛନ୍ତି।

Share