ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ

କେନ୍ଦୁଝର, ୨୪।୧ (ସ୍ବ.ପ୍ର.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ବଡ଼ଖମଣ ଗ୍ରାମର ଲୋକ ମାନେ ରାସ୍ତା ଓ ପାଣି ପାଇଁ ନିର୍ବାଚନରେ ଭୋଟ ଦେବାରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ବଣପାହାଡ ଘେରା ଦୁର୍ଗମ ଗ୍ରାମରେ ପାଖାପାଖି ୮୦ ପରିବାର ରହୁଥିବାବେଳେ ଭୋଟର ସଂଖ୍ୟା ୨ ଶହରୁ ଅଧିକ ହେବ। ଏହି ଗ୍ରାମରେ ସବୁଦିନିଆ ରାସ୍ତା ନାହିଁ କିମ୍ବା ପିଇବା ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏଣୁ ବହୁ କଷ୍ଟରେ ଯିବା ଆସିବା କରୁଥିବା ବେଳେ ନଦୀ ଓ ନାଳ ପାଣି ସେମାନଙ୍କ ସାହା ଭରସା ହୋଇଛି ା ବର୍ଷା ଦିନରେ ୪ ରୁ ୬ ମାସ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଯାତାୟାତ ବନ୍ଦ ଯୋଗୁ ସେଠାରୁ ୪ କି.ମି. ଦୂରରେ ଥିବା ପଞ୍ଚାୟତ ମୁଖ୍ୟାଳୟକୁ ରାଶନ ସାମଗ୍ରୀ ଆଣିବାକୁ ମଧ୍ୟ ବାହାରି ପାରନ୍ତି ନାହିଁ। ପିଲା ମାନେ ପାଠ ପଢିବାକୁ ସ୍କୁଲକୁ ଯାଇ ପାରନ୍ତି ନାହିଁ। ପ୍ରତ୍ୟେକ ବର୍ଷ ପଞ୍ଚାୟତ ବା ସାଧାରଣ ନିର୍ବାଚନ ଆସିଲେ ପାଣି ଓ ରାସ୍ତା ସମସ୍ୟା ଦୂର ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିଥାଏ। ନିର୍ବାଚନ ସରିଗଲେ ଆମ ସମସ୍ୟାକୁ ସରପଞ୍ଚ ଠାରୁ ଆରମ୍ଭ କରି ଅନ୍ୟମାନେ ଭୂଲିଯାଆନ୍ତି। ଏଣୁ ବାଧ୍ୟ ହୋଇ ଆମେ ଏଭଳି ନିଷ୍ପତ୍ତି ନେଉଛୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରୋଗୀ ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ହେଲେ ବିପଦ ଶଙ୍କୁଳ ଅବସ୍ଥାରେ ବୋହିକି ନଦୀ ପାର କରି ନେବାକୁ ପଡେ ବୋଲି ମହିଳା ମାନେ କହିଛନ୍ତି ା
ତେଲକୋଇ ବିଡିଓ ପି.ଚାନ୍ଦ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ ହେଁ ଲୋକମାନେ ଦୃଢ ପ୍ରତିଶ୍ରୁତିକୁ ଅପେକ୍ଷା କରି ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଏବେ ନିର୍ବାଚନ ଆରମ୍ଭ ହୋଇ ସାରିଥିବାରୁ ନିର୍ବାଚନରେ ଭାଗ ନେଇଥିବା ଦଳ, ପ୍ରାର୍ଥୀ ତଥା ପ୍ରଶାସନ କିପରି ସେମାନଙ୍କୁ ମନାଇ ଭୋଟଦାନକୁ ନିଶ୍ଚିତ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି। ଏନେଇ ତାଳପଦା ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷୀରୋଦ ନାୟକ କହିଛନ୍ତି, ଜଙ୍ଗଲ ଜମି ରାସ୍ତା ଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ଉପୁଜିଛି। ଏଥିପାଇଁ ପ୍ଲାନ ପ୍ରସ୍ତୁତ ସରିଛି। ରାସ୍ତା ହେଲେ ପୋଲ ନିର୍ମାଣ ହେବ ଏବଂ ଯାତାୟାତ ସୁବିଧା ହେବା ପରେ ନଳକୂପ ଖନନ ତଥା ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ହାତୀ ପାଇଁ ଅଟକିଲା ମାଲବାହୀ ଟ୍ରେନ୍‌: ଲୋକୋପାଇଲଟ….

କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ…

କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

କେନ୍ଦୁଝର,୧୩।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗ୍ରସ୍ତରେ ଆସିବେ। ସଦର ବ୍ଲକ ବଳଭଦ୍ରପୁର ଗ୍ରାମରେ ଆୟୋଜିତ ହେବାକୁ ଥିବା…

କେନ୍ଦୁଝରରେ ଧର୍ମଘଟ: ଏଆଇଟିୟୁସି କର୍ମୀ ବାଇକ୍‌ରେ ବୁଲି ବୁଲି ଦୋକାନ ବଜାର ବନ୍ଦ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଫେବୃଆରୀ ୧୨ ତାରିଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ କେନ୍ଦୁଝର ଜିଲାର ସଦର ମହକୁମା ସମେତ ଖଣି ଅଞ୍ଚଳ ଯୋଡ଼ା, ବଡ଼ବିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri