ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୧୦ ଲକ୍ଷ ମତଦାତା ପ୍ରଥମ ଥର ଦେବେ ଭୋଟ

ତାଇପେ,୧୩।୧: ତାଇୱାନରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଶନିବାର ଆରମ୍ଭ ହୋଇଛି। ଏହି ଭୋଟିଂରେ ସମୁଦାୟ ୧ କୋଟି ୯୦ଲକ୍ଷ ଲୋକ ଭାଗ ନେଉଛନ୍ତି। ଏଥିମଧ୍ୟରୁ ୧୦ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ପ୍ରକ୍ରିୟାର ଏକ ଅଂଶ ହେବେ। ଏହି ଭୋଟ ମୋଟ ୧୮,୦୦୦ ମତଦାନ କେନ୍ଦ୍ରରେ କରାଯାଇଥିଲା।
ଚାଇନା ସହ ତିକ୍ତତା ମଧ୍ୟରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନ ଉପରେ ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ଆଠ ବର୍ଷ ମଧ୍ୟରେ ତାଇପେଇ ଉପରେ ଚାଇନାର ଆକ୍ରମଣ ଆଶଙ୍କା ତାଇୱାନର ଚିନ୍ତା ବଢାଇ ଦେଇଛି। ରାଷ୍ଟ୍ରପତି ନିର୍ବାଚନରେ ୪୦ ରୁ ୪୯ ବର୍ଷ ବୟସ ମଧ୍ୟରେ ପ୍ରାୟ ତିନି ଲକ୍ଷ ୮୮ହଜାର ଭୋଟର ଭୋଟ ଦେବେ। ଏଥି ସହିତ, ୫୦-୫୯ ବର୍ଷ ବୟସ ମଧ୍ୟରେ ପ୍ରାୟ ତିନି ଲକ୍ଷ ୫୩ ହଜାର ଲୋକ ଭୋଟ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏଥର ୨୦ ରୁ ୨୯ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷ ୮୪ ହଜାର ଭୋଟର ମତଦାନ କରିବେ।

Share