ମାସ୍କ ପିନ୍ଧି ପୋଲିଂବୁଥ୍‌ରେ ଭୋଟର: ସପ୍ତମ ପର୍ଯ୍ୟାୟ ମତଦାନ ଜାରି…

କୋଲକାତା,୨୬।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟିଂ ଜାରି ରଖିଛନ୍ତି। ସପ୍ତମ ପର୍ଯ୍ୟାୟରେ ୫ଟି ଜିଲାରେ ଥିବା ୩୪ଟି ବିଧାନସଭା ଆସନ ପାଇଁ ମତଦାନ କରାଯାଉଛି। ନିର୍ବାଚନ ମଇଦାନରେ ୨୮୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟର କରୋନା ସଂକ୍ରମଣକୁ ଭୟ ନ କରି ମତଦାନ କେନ୍ଦ୍ରରେ ଧାଡ଼ିବାନ୍ଧି ନିଜର ଅଧିକାର ସାବ୍ୟସ୍ତ କରିବା ଜାରି ରଖିଛନ୍ତି।

Share