Posted inଜାତୀୟ

ମହାରାଷ୍ଟ୍ରରେ ବୟସ୍କଙ୍କଠାରୁ ଭୋଟର ସଂଖ୍ୟା ଅଧିକ

ନୂଆଦିଲ୍ଲୀ,୮।୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସଂଖ୍ୟାଗତ ଅନିୟମିତତା ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି। ରାଜ୍ୟରେ ସାବାଳକ ଓ ସାବାଳିକାଙ୍କ ମୋଟ ସଂଖ୍ୟା ଯେତେ, ତା’ଠାରୁ ଅଧିକ ଭୋଟର ପଞ୍ଜୀକୃତ ହୋଇଥିବା ଲୋକ ସଭାର ବିରୋଧୀ ଦଳ ନେତା ଦାବି କରିଛନ୍ତି।
ସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟବର୍ତ୍ତୀ ୫ ମାସ ମଧ୍ୟରେ ବହୁସଂଖ୍ୟାରେ ଭୋଟରଙ୍କୁ ପଞ୍ଜୀକୃତ କରାଯାଇଥିବା ସେ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏହା ପରବର୍ତ୍ତୀ ବିଧାନସଭା ନିର୍ବାଚନର ଭୋଟର ତାଲିକାର କେନ୍ଦ୍ରୀୟ ତଥ୍ୟ ପ୍ରଦାନ ନିମନ୍ତେ ମହାରାଷ୍ଟ୍ରର ବିରୋଧୀ ଦଳ କଂଗ୍ରେସ, ଶିବସେନା(ୟୁବିଟି) ଏବଂ ଏନ୍‌ସିପି-ଏସ୍‌ପି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ହୋଇଛି। ଯଦି କମିଶନ ଏହି ତଥ୍ୟ ପ୍ରଦାନ ନ କରନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଅଦାଲତଙ୍କ ଦ୍ୱାରସ୍ଥ ହେବୁ ବୋଲି ରାହୁଲ କହିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁସଂଖ୍ୟାରେ ଭୋଟରଙ୍କ ନାଁ କାଟିଦିଆଯାଇଥିଲା କିମ୍ବା ଏହାକୁ ଅନ୍ୟତ୍ର ସ୍ଥାନ୍ତାନ୍ତର କରାଯାଇତତ୍ଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ଏବଂ ଏନ୍‌ସିପି(ଏସ୍‌ପି)ର ସୁପ୍ରିୟା ସୁଲେଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀରେ ରାହୁଲ ଅଭିଯୋଗ ଆଣିଛନ୍ତି। ଯେତିକି ଭୋଟରଙ୍କ ନାଁ ସଂଯୋଗ ହୋଇଛି, ତା’ଠୁ ବହୁ ଅଧିକଙ୍କ ନାଁ କଟାଯାଇଥିବା ରାଜ୍ୟର ବିରୋଧୀ ଦଳଗୁଡ଼ିକ ସନ୍ଦେହ କରୁଛନ୍ତି। ଫଳରେ ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି। ୨୦୧୦ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟବର୍ତ୍ତୀ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରର ଭୋଟର ତାଲିକାରେ ୩୨ ଲକ୍ଷ ଭୋଟରଙ୍କୁ ସାମିଲ କରାଯାଇଛି। ତେବେ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ମଧ୍ୟବର୍ତ୍ତୀ ମାତ୍ର ୫ ମାସ ମଧ୍ୟରେ ୩୯ ଲକ୍ଷ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଲୋକ ସଭା ନିର୍ବାଚନ ପରେ କାହିଁକି ଏତେ ସଂଖ୍ୟାରେ ଭୋଟର ସାମିଲ ହେଲେ? ସେହି ୩୯ ଲକ୍ଷ ଭୋଟର, ଯେଉଁମାନେ ହିମାଚଳପ୍ରଦେଶର ମୋଟର ଭୋଟର ସଂଖ୍ୟା ସହ ସମାନ, ସେମାନେ ପ୍ରକୃତରେ କିଏ ବୋଲି ରାହୁଲ ପ୍ରଶ୍ନ କରିଛନ୍ତିି।
ମୋଟ ବୟସ୍କ (ଭୋଟ ଦେବା ପାଇଁ ଯୋଗ୍ୟ ବୟସର ଲୋକ) ଜନସଂଖ୍ୟା ୯.୫୪ କୋଟି ହୋଇଥିବାବେଳେ ବିଧାନସଭା ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୯.୭ କୋଟି। ଏହା କିପରି ସମ୍ଭବ ହେଲା ବୋଲି ରାହୁଲ ଜାଣିବାକୁ ଚାହିଁଛନ୍ତି। ଅତିରିକ୍ତ ଭୋଟର ସୃଷ୍ଟି ହେଲେ କିପରି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି। ବିଧାନସଭାରେ ବିରୋଧୀ ଦଳଗୁଡ଼ିକର ଭୋଟ ଭାଗ ସମାନ ରହିଥିବାବେଳେ ନୂଆ ସଂଯୋଗ ହୋଇଥିବା ଭୋଟରଙ୍କ ମଧ୍ୟରୁ ଅଧିକାଂଶ ଭୋଟ ଭାଜପା ସପକ୍ଷରେ ଯାଇଥିଲା। କାମ୍‌ଥି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଜୟ ବ୍ୟବଧାନ ନୂଆ ଭୋଟରଙ୍କ ସଂଖ୍ୟା ସହ ପାଖାପାଖି ସମାନ। ଇସିଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ। କମିଶନ ବିରୋଧୀ ଦଳଗୁଡ଼ିକର ଅନୁରୋଧକୁ ଗ୍ରହଣ କରି ସମ୍ପୂର୍ଣ୍ଣ ଭୋଟର ତାଲିକାର ତଥ୍ୟ ଦିଅନ୍ତୁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି। ନଚେତ୍‌ ବିରୋଧୀ ଦଳଗୁଡ଼ିକ ଆଇନର ଆଶ୍ରୟ ନେବେ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri