Posted inଜାତୀୟ

ମହାରାଷ୍ଟ୍ରରେ ବୟସ୍କଙ୍କଠାରୁ ଭୋଟର ସଂଖ୍ୟା ଅଧିକ

ନୂଆଦିଲ୍ଲୀ,୮।୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସଂଖ୍ୟାଗତ ଅନିୟମିତତା ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି। ରାଜ୍ୟରେ ସାବାଳକ ଓ ସାବାଳିକାଙ୍କ ମୋଟ ସଂଖ୍ୟା ଯେତେ, ତା’ଠାରୁ ଅଧିକ ଭୋଟର ପଞ୍ଜୀକୃତ ହୋଇଥିବା ଲୋକ ସଭାର ବିରୋଧୀ ଦଳ ନେତା ଦାବି କରିଛନ୍ତି।
ସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟବର୍ତ୍ତୀ ୫ ମାସ ମଧ୍ୟରେ ବହୁସଂଖ୍ୟାରେ ଭୋଟରଙ୍କୁ ପଞ୍ଜୀକୃତ କରାଯାଇଥିବା ସେ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏହା ପରବର୍ତ୍ତୀ ବିଧାନସଭା ନିର୍ବାଚନର ଭୋଟର ତାଲିକାର କେନ୍ଦ୍ରୀୟ ତଥ୍ୟ ପ୍ରଦାନ ନିମନ୍ତେ ମହାରାଷ୍ଟ୍ରର ବିରୋଧୀ ଦଳ କଂଗ୍ରେସ, ଶିବସେନା(ୟୁବିଟି) ଏବଂ ଏନ୍‌ସିପି-ଏସ୍‌ପି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ହୋଇଛି। ଯଦି କମିଶନ ଏହି ତଥ୍ୟ ପ୍ରଦାନ ନ କରନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଅଦାଲତଙ୍କ ଦ୍ୱାରସ୍ଥ ହେବୁ ବୋଲି ରାହୁଲ କହିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁସଂଖ୍ୟାରେ ଭୋଟରଙ୍କ ନାଁ କାଟିଦିଆଯାଇଥିଲା କିମ୍ବା ଏହାକୁ ଅନ୍ୟତ୍ର ସ୍ଥାନ୍ତାନ୍ତର କରାଯାଇତତ୍ଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ଏବଂ ଏନ୍‌ସିପି(ଏସ୍‌ପି)ର ସୁପ୍ରିୟା ସୁଲେଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀରେ ରାହୁଲ ଅଭିଯୋଗ ଆଣିଛନ୍ତି। ଯେତିକି ଭୋଟରଙ୍କ ନାଁ ସଂଯୋଗ ହୋଇଛି, ତା’ଠୁ ବହୁ ଅଧିକଙ୍କ ନାଁ କଟାଯାଇଥିବା ରାଜ୍ୟର ବିରୋଧୀ ଦଳଗୁଡ଼ିକ ସନ୍ଦେହ କରୁଛନ୍ତି। ଫଳରେ ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି। ୨୦୧୦ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟବର୍ତ୍ତୀ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରର ଭୋଟର ତାଲିକାରେ ୩୨ ଲକ୍ଷ ଭୋଟରଙ୍କୁ ସାମିଲ କରାଯାଇଛି। ତେବେ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ମଧ୍ୟବର୍ତ୍ତୀ ମାତ୍ର ୫ ମାସ ମଧ୍ୟରେ ୩୯ ଲକ୍ଷ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଲୋକ ସଭା ନିର୍ବାଚନ ପରେ କାହିଁକି ଏତେ ସଂଖ୍ୟାରେ ଭୋଟର ସାମିଲ ହେଲେ? ସେହି ୩୯ ଲକ୍ଷ ଭୋଟର, ଯେଉଁମାନେ ହିମାଚଳପ୍ରଦେଶର ମୋଟର ଭୋଟର ସଂଖ୍ୟା ସହ ସମାନ, ସେମାନେ ପ୍ରକୃତରେ କିଏ ବୋଲି ରାହୁଲ ପ୍ରଶ୍ନ କରିଛନ୍ତିି।
ମୋଟ ବୟସ୍କ (ଭୋଟ ଦେବା ପାଇଁ ଯୋଗ୍ୟ ବୟସର ଲୋକ) ଜନସଂଖ୍ୟା ୯.୫୪ କୋଟି ହୋଇଥିବାବେଳେ ବିଧାନସଭା ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୯.୭ କୋଟି। ଏହା କିପରି ସମ୍ଭବ ହେଲା ବୋଲି ରାହୁଲ ଜାଣିବାକୁ ଚାହିଁଛନ୍ତି। ଅତିରିକ୍ତ ଭୋଟର ସୃଷ୍ଟି ହେଲେ କିପରି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି। ବିଧାନସଭାରେ ବିରୋଧୀ ଦଳଗୁଡ଼ିକର ଭୋଟ ଭାଗ ସମାନ ରହିଥିବାବେଳେ ନୂଆ ସଂଯୋଗ ହୋଇଥିବା ଭୋଟରଙ୍କ ମଧ୍ୟରୁ ଅଧିକାଂଶ ଭୋଟ ଭାଜପା ସପକ୍ଷରେ ଯାଇଥିଲା। କାମ୍‌ଥି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଜୟ ବ୍ୟବଧାନ ନୂଆ ଭୋଟରଙ୍କ ସଂଖ୍ୟା ସହ ପାଖାପାଖି ସମାନ। ଇସିଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ। କମିଶନ ବିରୋଧୀ ଦଳଗୁଡ଼ିକର ଅନୁରୋଧକୁ ଗ୍ରହଣ କରି ସମ୍ପୂର୍ଣ୍ଣ ଭୋଟର ତାଲିକାର ତଥ୍ୟ ଦିଅନ୍ତୁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି। ନଚେତ୍‌ ବିରୋଧୀ ଦଳଗୁଡ଼ିକ ଆଇନର ଆଶ୍ରୟ ନେବେ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri