Posted inଜାତୀୟ

ଭୋଟର ପଞ୍ଜୀକରଣ ଗଣତନ୍ତ୍ରର ପ୍ରଥମ ପାହାଚ

ପୁଣେ,୧୧।୧୧: ମହାରାଷ୍ଟ୍ରର ପୁଣେସ୍ଥିତ ସାବିତ୍ରୀବାଈ ଫୁଲେ ବିଶ୍ୱବିଦ୍ୟାଳୟରେ ‘ଭୋଟର ପଞ୍ଜୀକରଣ-ଗଣତନ୍ତ୍ରର ପ୍ରଥମ ପାହାଚ’ ବିଷୟବସ୍ତୁ ଉପରେ ଏକ ମଲ୍ଟିମିଡିଆ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଗୁରୁବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି) ଏବଂ ପୁଣେର ଜିଲା ନିର୍ବାଚନ ଅଧିକାରୀ (ଡିଇଓ) ମିଳିତ ଭାବେ ଏହି ୩ ଦିନିଆ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଯୁବ ଭୋଟରଙ୍କୁ ପଞ୍ଜୀକୃତ କରିବା ଲାଗି ପୁଣେ ଡିଇଓ ପକ୍ଷରୁ ପ୍ରଦର୍ଶନୀ ସ୍ଥଳରେ ସ୍ବତନ୍ତ୍ର ପଞ୍ଜୀକରଣ କ୍ୟାମ୍ପ ବ୍ୟବସ୍ଥା କରାଯାଇଛି। ସିବିସିର ଭର୍ଚୁଆଲ ରିଏଲିଟି କିଓସ୍କୋ ମାଧ୍ୟମରେ ‘ଭାରତୀୟ ନିର୍ବାଚନ ଓ ଭୋଟର ପଞ୍ଜୀକରଣ’ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଏହି ଅବସରରେ ସିବିସିର ନୃତ୍ୟସଙ୍ଗୀତ କଳାକାରମାନେ ‘କୌଣସି ଭୋଟର ବାଦ୍‌ ପଡ଼ିବେ ନାହିଁ’ ଶୀର୍ଷକ ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସୋସିଆଲ ମିଡିଆ ଯୁଗରେ ସିବିସିର ସଚେତନତାଧର୍ମୀ ଲୋକସମ୍ପର୍କ କାର୍ଯ୍ୟକ୍ରମ ଯୋଗାଯୋଗର ସବୁଠୁ ବଳିଷ୍ଠ ମାଧ୍ୟମ ବୋଲି ଏହି ଅବସରରେ ସିଇସି ରାଜୀବ କୁମାର କହିଛନ୍ତି। ଭୋଟର ସଚେତନତା ଅଭିଯାନରେ ଏଭଳି ପ୍ରଦର୍ଶନୀ ସବୁବେଳେ ଉପଯୋଗୀ ହୋଇପାରିବ। ଭୋଟର ହେବା ଲାଗି ସେ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ। ପୁଣେ ଭାରତର ଏକ ସାଂସ୍କୃତିକ କେନ୍ଦ୍ର ଓ ପୁଣେ ବିଶ୍ୱବିଦ୍ୟାଳୟର ଇତିହାସ ସହ ଗୋପାଳକୃଷ୍ଣ ଗୋଖଲେଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଜଡ଼ିତ। ତେଣୁ ୨୦୨୩ ଏସ୍‌ଏସ୍‌ଆର କାର୍ଯ୍ୟକ୍ରମ ଏଠାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ସବୁ ଯୋଗ୍ୟ ଭୋଟର ନିଜକୁ ପଞ୍ଜୀକରଣ କରାଇ ମତାଧିକାର ସାବ୍ୟସ୍ତ କଲେ ଗଣତନ୍ତ୍ର ସୁଦୃଢ଼ ହେବ ବୋଲି ନର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri