Categories: ଜାତୀୟ

ଆଇଇଡିଠାରୁ ଶକ୍ତିଶାଳୀ ଭୋଟର ଆଇଡି: ମୋଦି

ଅହମ୍ମଦାବାଦ,୨୩।୪: ଭୋକ ସଭା ନିର୍ବାଚନ ୨୦୧୯ର ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମକୁ ନେଇ ସାରା ଦେଶ ଚଳଚଞ୍ଚଳ। ଏହି ପର୍ଯ୍ୟାୟରେ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ମୋଦି ଗୁଜରାଟର ଅହମ୍ମଦାବାଦରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଭୋଟଦେଇ ବାହାରକୁ ଆସିବା ପରେ ସେ ଏକ ଖୋଲା ଜିପରେ ଛୋଟ ରୋଡ୍‌ ଶୋ’ରେ ଯାଇ ଖବରଦାତାଙ୍କ ସହ ମିଶିଥିଲେ। ସେଠାରେ ସେ କହିଥିଲେ, ‘ଭୋଟର ଆଇଡି ହେଉଛି ଆଇଇଡିଠାରୁ ଅଧିକ ଶକ୍ତିଶାଳୀ।’ ଆତଙ୍କବାଦୀଙ୍କ ଅସ୍ତ୍ର ଆଇଇଡି ହୋଇଥାଇ ପରେ ହେଲେ ଗଣତନ୍ତ୍ରର ଶକ୍ତି ହେଉଛି ଭୋଟର ଆଇଡି। ତେଣୁ ଆମେ ଏହି ଶକ୍ତିକୁ ବୁଝିବା ଦରକାର ବୋଲି ମୋଦି କହିଛନ୍ତି।

Share