Posted inଜାତୀୟ

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ କ୍ଷମତାରୁ ହଟାଯିବ ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀର ରାମଲୀଲା ମଇଦାନରେ ଶପଥ ନେଇଛନ୍ତି।
ରାମଲୀଲା ମଇଦାନରେ ଆୟୋଜିତ ‘ଭୋଟ ଚୋର ଗଦ୍ଦି ଛୋଡ୍‌’ ରାଲିକୁ ସମ୍ବୋଧିତ କରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ) ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର (ଇସି) ସୁଖବୀର ସିଂ ସାନ୍ଧୁ ଓ ବିବେକ ଜୋଷୀ ଭାଜପା ପାଇଁ କାର୍ଯ୍ୟ କରୁଛନ୍ତି। ଆମେ ସତ୍ୟ ସହ ଛିଡ଼ା ହୋଇ ରହିଛୁ। ଆମେ ମୋଦି-ଆର୍‌ଏସ୍‌ଏସ୍‌କୁ କ୍ଷମତାରୁ ହଟାଇଦେବୁ। ସେମାନଙ୍କ ପାଖରେ କ୍ଷମତା ରହିଛି। ସେମାନେ ଭୋଟ ଚୋରିରେ ସମ୍ପୃକ୍ତ। ସତ୍ୟ କଂଗ୍ରେସ ବିଚାରଧାରାର ଡିଏନ୍‌ଏରେ ମୂଳରୁ ପ୍ରବାହିତ। ଆପଣମାନେ ଆଦୌ ଭୟଭୀତ ହେବା ଅନୁଚିତ। ଶେଷରେ ଆମର ହିଁ ବିଜୟ ହେବ। ସତ୍ୟପଥର ପଥିକ ହୋଇ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଆର୍‌ଏସ୍‌ଏସ୍‌ ସରକାରକୁ ଆମେ ହଟାଇଦେବା। ରାହୁଲଙ୍କ ସହ ଉକ୍ତ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ପରେ ରାହୁଲ Xରେ ପୋଷ୍ଟ କରିଥିଲେ, କଂଗ୍ରେସ ସାରା ଦେଶର କୋଣଅନୁକୋଣରେ ଦସ୍ତଖତ ଅଭିଯାନ ଚଳାଇଛି। ୬ କୋଟି ଲୋକଙ୍କ ସ୍ବାକ୍ଷର ସମ୍ବଳିତ ଭୋଟ ଚୋରି ଅଭିଯୋଗପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ।
ସଭାକୁ ସମ୍ବୋଧିତ କରି ଖାର୍ଗେ କହିଥିଲେ, ଭୋଟ ଚୋରିରେ ସମ୍ପୃକ୍ତ ଲୋକେ ହେଉଛନ୍ତି ବିଶ୍ୱାସଘାତକ। ଭୋଟ ଅଧିକାର ଓ ସମ୍ବିଧାନକୁ ସୁରକ୍ଷା ଦେବାକୁ ହେଲେ ସେମାନଙ୍କୁ କ୍ଷମତାରୁ ହଟାଇବାକୁ ପଡ଼ିବ। ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ପୂର୍ବତନ ସରସଂଘ ଚାଳକ ଏମ୍‌.ଏସ୍‌. ଗୋଲଓ୍ବାଲକର ଓ ମନୁସ୍ମୃତି ବିଚାରଧାରା ଦେଶକୁ ନଷ୍ଟ କରିଦେବ। କେବଳ କଂଗ୍ରେସ ହିଁ ଏହାକୁ ବଞ୍ଚାଇପାରିବ। ଭାଜପା-ଆର୍‌ଏସ୍‌ଏସ୍‌ ଲୋକେ ସମ୍ବିଧାନକୁ ଧ୍ୱଂସ କରିବାରେ ଲାଗିଛନ୍ତି। ହିନ୍ଦୁତ୍ୱ ନାମରେ ଏହି ଲୋକେ ଗରିବମାନଙ୍କୁ ପୁନର୍ବାର ଦାସ କରିବାକ୍‌ୁ ଚାହୁଁଛନ୍ତି। କିନ୍ତୁ ଦେଶକୁ ସ୍ବାଧୀନ କରିଥିଲା, ଯେତେବେଳେ କି ମୋଦି ଓ ଶାହା ଜନ୍ମ ହୋଇ ନ ଥିଲେ। ଏମାନେ ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ବେଡକରଙ୍କ ବିରୋଧୀ। ସେମାନେ ନେହେରୁ ଓ ସର୍ଦ୍ଦାର ପଟେଲଙ୍କ ବିଚାରଧାରାରେ ଫାଟ ଦେଖାଇ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ ଚଳାଉଛନ୍ତି ବୋଲି ଖାର୍ଗେ ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷେ କଂଗ୍ରେସର ଭୋଟ ଚୋରି ରାଲିକୁ ଭାଜପା କହିଛି, ମୁଖ୍ୟ ବିରୋଧୀ ଦଳ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସ୍ଥାନିତ କରିବା ପାଇଁ ଏଭଳି ଉଦ୍ୟମ କରୁଛି। ରାହୁଲଙ୍କ ଅଧୀନରେ କଂଗ୍ରେସ ଇତିହାସରେ ସମାଧି ନେବାକୁ ଯାଉଛି। ଔରଙ୍ଗଜେବଙ୍କ ନେତୃତ୍ୱରେ ମୋଗଲମାନଙ୍କ ଅବସ୍ଥା ଯାହା ହୋଇଥିଲା, ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଅବସ୍ଥା ସେପରି ହେବ ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଜବାବ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri